ନ୍ୟୁୟର୍କ:ମାନବ ସମାଜକୁ କବଳିତ କରିବ କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା କୃତ୍ରିମ ବୁଦ୍ଧିମତା ? ତେବେ ଏହା ବାସ୍ତବ ତଥ୍ୟ ଦେବ ତ ? ଏହାଦ୍ବାରା ପ୍ରଭାବିତ ହେବେ କି ସାମ୍ବାଦିକ ? ସେମାନଙ୍କ ଚାକିରି ହରାଇବେନି ତ ? ଗଣମାଧ୍ୟମ କ୍ଷେତ୍ରରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ଏବେ ନ୍ୟୁଜ୍ ଆଙ୍କର ଭାବେ ଖବର ପଢୁଛନ୍ତି ରୋବଟ । ତେବେ ସାମ୍ବାଦିକମାନଙ୍କୁ ସହାୟତା ଯୋଗାଇବା ଲାଗି ନୂଆ AI ଉପକରଣ ପ୍ରସ୍ତୁତ କରୁଛି ଲୋକପ୍ରିୟ ସର୍ଚ୍ଚଂ ଆପ୍ ଗୁଗଲ । ଯାହାକି ଖବରର ହେଡଲାଇନ ବା ଶିରୋନାମା ଦେବା ସହ ଖବର ଲେଖିବାରେ ମଧ୍ୟ ସାମ୍ବାଦିକମାନଙ୍କୁ ସହଯୋଗ କରିବ ।
ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଦ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟ ଅନୁସାରେ ଯେତେବେଳେ ସାମ୍ବାଦିକମାନେ କୌଣସି ଖବର ଲେଖୁଥିବେ, ଏହି ଖବର ଅନୁଯାୟୀ ଏହାର ଶିରୋନାମା କଣ ହେବା ଉଚିତ ସେ ନେଇ ଗୁଗଲ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଅପସନ ଦେବ । ତେବେ ଏହି AI ଟୁଲ୍ସ ସାମ୍ବାଦିକଙ୍କ ରିପୋର୍ଟିଂ ଦକ୍ଷତା, କ୍ରିଏଟିଭିଟି ଓ ଫ୍ୟାକ୍ଟ ଚେକିଂ ଆଦି ଦକ୍ଷତାର ସ୍ଥାନ ନେଇପାରିବ ନାହିଁ ବୋଲି ସଂସ୍ଥାର ମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏ ଦିଗରେ ଗୁଗଲ ଅନେକ ଦିନ ଧରି ଗବେଷଣା କରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।