ନୂଆଦିଲ୍ଲୀ: IoT(internet of things) ସେବା ବନ୍ଦ କରିବ ଗୁଗୁଲ୍ କ୍ଲାଉଡ୍(Google Cloud) । କୋର ଇଣ୍ଟରନେଟ୍ ଥିଙ୍ଗ୍ସ(IoT) ସେବା ବନ୍ଦ କରିବା ନେଇ ଗୁରୁବାର ଘୋଷଣା କରିଛି ସଂସ୍ଥା । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, କଷ୍ଟମର ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ଏହାର ଏକ ବିକଳ୍ପକୁ ସ୍ଥାନାନ୍ତରିତ ହୋଇପାରବେ । ଗୁଗୁଲ୍ କ୍ଲାଉଡ୍ ପ୍ରତିଦ୍ୱନ୍ଦ୍ୱୀ ଆମାଜନ ୱେବ୍ ସର୍ଭିସେସ୍ (AWS) ଏବଂ ମାଇକ୍ରୋସଫ୍ଟ ମଧ୍ୟ ସମାନ IoT ସେବା ପ୍ରଦାନ କରେ । AWSର 'IoT କୋର' ଥିବାବେଳେ ମାଇକ୍ରୋସଫ୍ଟ ଏହାର Azure କ୍ଲାଉଡ୍ ପ୍ଲାଟଫର୍ମର ଏକ ଅଂଶ ଭାବରେ 'IoT Hub' ପ୍ରଦାନ କରେ ।
ଗୁଗୁଲ୍ କ୍ଲାଉଡର IoT କୋର ପ୍ରଡକ୍ଟ ଟିମ୍ ଏକ ଅପଡେଟରେ କହିଛି, "ଅଗଷ୍ଟ 16, 2023 ରେ ଗୁଗୁଲ୍ କ୍ଲାଉଡର IoT କୋର ସେବା ବନ୍ଦ ହୋଇଯିବ । "ଆମେ ସୁପାରିଶ କରୁଛୁ ଯେ IoT କୋରରୁ ଏକ ବିକଳ୍ପ ସେବାକୁ ସ୍ଥାନାନ୍ତରିତ ହେବା ପାଇଁ କୌଣସି ବିକଳ୍ପ ବାଛନ୍ତୁ । ପ୍ରାରମ୍ଭିକ ପଦକ୍ଷେପ ଭାବରେ, ଯଦି ଆପଣଙ୍କର ସ୍ଥାନାନ୍ତରଣ ଯୋଜନା ବିଷୟରେ ଆପଣଙ୍କର ପ୍ରଶ୍ନ ଅଛି ତେବେ ଆପଣଙ୍କର ଗୁଗୁଲ୍ କ୍ଲାଉଡ୍ ଆକାଉଣ୍ଟ୍ ମ୍ୟାନେଜର୍ ସହିତ ସଂଯୋଗ କରିବାକୁ କମ୍ପାନୀ ପରାମର୍ଶ ଦେଇଛି ।