ହାଇଦ୍ରାବାଦ:ଆସିବାକୁ ଯାଉଛି ଗୁଗଲ ମେଲର ଆକର୍ଷଣୀୟ ଫିଚର । ଏଣିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ଲେଖିବ ଜିମେଲ । ଲମ୍ବା ମେଲ ଲେଖିବା ପାଇଁ ଏଣିକି ଆଉ କଷ୍ଟ କିମ୍ବା ମାଇଣ୍ଡ ଖର୍ଚ୍ଚ କରିବାକୁ ପଡିବ ନାହିଁ । ବିନା ଟେନସନରେ ଏବେ ଲେଖିପାରିବେ ଜିମେଲ । କହିବାକୁ ଗଲେ ଗତମାସରେ ଗୁଗୁଲର I / O 2023 ଇଭେଣ୍ଟ ହୋଇଥିଲା । ଏହି ଇଭେଣ୍ଟରେ, କମ୍ପାନୀ ଏହାର ଅନେକ ଆପରେ AIର ସମର୍ଥନ ବିଷୟରେ କହିଥିଲା । ଗୁଗୁଲ୍ ମଧ୍ୟ Gmailରେ AI ସମର୍ଥନ ଯୋଗାଇବାକୁ ଯାଉଛି, ଯାହା ପରେ ଲୋକମାନେ ନିଜେ ମେଲ୍ ଲେଖିବାକୁ ଆଉ ଆବଶ୍ୟକ ପଡିବ ନାହିଁ । ଏହାରି ଭିତରେ ଜିମେଲ ଆଣିଛି 'Help me write' ଫିଚର। ଏହାର ଅର୍ଥ ମୋତେ ମେଲ ଲେଖିବାରେ ହେଲ୍ପ ଦରକାର । ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇନଥିବା ବେଳେ ବିଟା ଟେଷ୍ଟରଙ୍କ ପାଇଁ ଉପଲବ୍ଧ ରହିଛି । କିନ୍ତୁ ପରବର୍ତ୍ତୀ ସମୟରେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ।
କେମିତି କରିପାରିବେ ବ୍ୟବହାର: ଡେସ୍କଟପ୍ ବ୍ୟବହାରକାରୀଙ୍କ ପରି, ୟୁଜର୍ସମାନଙ୍କୁ ଏକ ବାର୍ତ୍ତା ମାଧ୍ୟମରେ ସୂଚନା ପାଇପାରିବେ । ଏହା ପରେ Gmail ବାକ୍ସର ଡାହାଣ ପାର୍ଶ୍ୱରେ 'Help me write' ବଟନ୍ ଦେଖାଯାଏ । ଏହା ଉପରେ କ୍ଲିକ୍ କରିବା ମାତ୍ରେ AI କୁ ନିର୍ଦ୍ଦେଶ ଦେବାକୁ ପଡିବ ଏବଂ କିଛି ସେକେଣ୍ଡ ମଧ୍ୟରେ ପୁରା ବା ସମ୍ପୁର୍ଣ୍ଣ ମେଲ ଲେଖାହୋଇଯିବ । ଯେପରି ବର୍ତ୍ତମାନ ପର୍ଯ୍ୟନ୍ତ ଚାଟ୍ ଜିପିଟି କିମ୍ବା ବିଙ୍ଗରେ କମାଣ୍ଡ୍ ଦିଆଯାଇଥାଏ, ସେହିପରି ଜିମେଲରେ ମଧ୍ୟ ଏହା ଦେବାକୁ ହେବ । ଏହି ଫିଚର ଦ୍ବାରା ୟୁଜର୍ସ ଅନେକ ଲାଭ ପାଇପାରିବେ । ଯେମିତି କି ଫର୍ମାଲ ମେଲ, ମେଲକୁ ଛୋଟ କିମ୍ବା ବାଖ୍ୟା କରି ଲେଖିପାରିବେ ।
ଏହା ମଧ୍ୟ ପଢନ୍ତୁ: ଗୁଗଲ ଆଣୁଛି ଆକର୍ଷଣୀୟ ଫିଚର, ଏଣିକି ଫଟୋର ପଛକୁ ଦେଖି ଚିହ୍ନିବ ଗୁଗଲ