ଓଡିଶା

odisha

ETV Bharat / science-and-technology

କମ୍ପ୍ୟୁଟର କହିବ କଣ ଅନୁଭବ କରୁଛନ୍ତି ଆପଣ

ଅନେକ ବାଟ ଆଗେଇଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା । ମାନବ, ମହାକାଶ, କମ୍ପ୍ୟୁଟର ସବୁଥିରେ ନୂତନ ସମ୍ଭାବନା ସୃଷ୍ଟି କରୁଛନ୍ତି ବୈଜ୍ଞାନିକ । ତେବେ ଗବେଷକ ଏବେ ଏପରି ଏକ କମ୍ପ୍ୟୁଟର ସିଷ୍ଟମ ଉପରେ ଗବେଷଣା କରୁଛନ୍ତି ଯାହା ଆପଣଙ୍କ ମୁହଁ ଦେଖି ଜଣାଇଦେବ ଆପଣଙ୍କ ମନର ଭାବନା ।

ଫଟୋ ସୌଜନ୍ୟ: Glenn Asakawa/CU Boulder

By

Published : Aug 3, 2019, 2:42 PM IST

Updated : Feb 16, 2021, 7:51 PM IST

ହାଇଦ୍ରାବାଦ: କଣ ଗୋଟିଏ କମ୍ପ୍ୟୁଟର ନିମିଷକ ମଧ୍ୟରେ ଗୋଟିଏ ଆନନ୍ଦିତ ଫଟୋ ଓ ଗୋଟିଏ ବିଷାଦ ଗ୍ରସ୍ତ ଫଟୋ ମଧ୍ୟରେ ପାର୍ଥକ୍ୟ କହିପାରିବ ? କଣ ଏହା କିଛି ମିଲି ସେକେଣ୍ଡ ମଧ୍ୟରେ ଏକ ବରର ଫିଲ୍ମ ଓ ଏକ ରୋମାଣ୍ଟିକ କମେଡି ଫିଲ୍ମ ମଧ୍ୟରେ ପାର୍ଥକ୍ୟ କରିପାରିବ ? ତେବେ ସିୟୁ ବୋଲ୍ଡର ନ୍ୟୁରୋସାଇଣ୍ଟିଷ୍ଟଙ୍କ ଦ୍ବାରା ପ୍ରକାଶିତ ଏକ ଗବେଷଣା ଅନୁସାରେ ହଁ, କମ୍ୟୁଟର ଏହା କରି ପାରିବ ଆଉ ଆପଣଙ୍କ ମସ୍ତିସ୍କ ମଧ୍ୟ ।

‘‘ମିସିନ ଶିଖିବା ପ୍ରଯୁକ୍ତିବିଦ୍ୟା ଫଟୋରେ ଥବା ବିଷୟବସ୍ତୁକୁ ଚିହ୍ନିବା ସହ ଏହାକୁ ବ୍ୟାଖ୍ୟା କରିବାରେ ମଧ୍ୟ ବେଶ ସହାୟକ ହୋଇଥାଏ’’ ବୋଲି କହିଛନ୍ତି ବରିଷ୍ଠ ଲେଖକ ଟୋର ୱାଗର ଯିଏ କି ସିୟୁ ବୋଲ୍ଡରରେ ସାଇକୋଲୋଜି ଓ ନ୍ୟୁରୋସାଇନ୍ସ ବିଭାଗର ପ୍ରଫେସର ହେବା ସଙ୍ଗେ ସଙ୍ଗେ ଏହି କ୍ଷେତ୍ରରେ ଗବେଷଣା ମଧ୍ୟ କରୁଛନ୍ତି । ଯଦି ଆପଣ ପଚାରିବେ ଏହା କଣ ଭାବନା ଗୁଡିକ ସହ ମଧ୍ୟ ସମ୍ଭବ ତେବେ ଉତ୍ତର ହେଉଛି ହଁ ।

ପାର୍ଟ ମିସିନ ଲର୍ଣ୍ଣିଙ୍ଗ ଇନୋଭେସନ, ପାର୍ଟ ହ୍ୟୁମାନ ବ୍ରେନ ଇମାଜିଙ୍ଗ ଷ୍ଟଡି ଜନିତ ଗବେଷଣା ତଥ୍ୟ ଯାହା ସାଇନ୍ସ ଆଡଭାନ୍ସରେ ପ୍ରକାଶିତ ତାହା ‘ନ୍ୟୁରାଲ ନେଟୱର୍କର’ ପ୍ରୟୋଗ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଭାବନା ଗୁଡିକର ଅଧ୍ୟୟନ ପାଇଁ ମାନବ ମସ୍ତିସ୍କ ପରେ କମ୍ପ୍ୟୁଟର ସିଷ୍ଟମ ପ୍ରମାଣିତ ହୋଇଛି ।

ମାନବ ମସ୍ତିସ୍କରେ କେଉଁଠାରେ ଓ କିପରି ଫଟୋ ଗୁଡିକ ପ୍ରଦର୍ଶିତ ହୋଇଥାଏ ତାହା ଉପରେ ଏକ ନୂଆ ଓ ଭିନ୍ନ ଆଲୋକ ପ୍ରତିଫଳିତ କରେ । ଯାହା ଆମେ ଦେଖୁ ସେ ସଂକ୍ଷେପରେ ହେଲେ ମଧ୍ୟ ଆମ ଭାବନା ଉପରେ ଖୁବ ଶୀଘ୍ର ଓ ଅଧିକ ପ୍ରଭାବ ପକାଇଥାଏ ଯେତିକି ଆମେ ଭାବି ନଥାଉ ତାଠାରୁ ଖୁବ ଅଧିକ ପ୍ରଭାବ ପଡିବା ନେଇ ଏହି ତଥ୍ୟ ଦର୍ଶାଇଥାଏ ।

‘‘ଅନେକ ଲୋକ ଭାବନ୍ତି ଯେ ମଣିଷ ଏକ ନିଶ୍ଚିତ ଢ଼ଙ୍ଗ ଓ ଭାବନାରେ ନିଜ ପରିବେଶର ମୁଲ୍ୟାଙ୍କନ କରନ୍ତି ଯାହା ଲିମ୍ବିକ ସିଷ୍ଟମ ଭଳି ନିର୍ଦ୍ଧିଷ୍ଟ ପୂର୍ବଜନ୍ମ ମସ୍ତିସ୍କ ପ୍ରଣାଳୀକୁ ଅନୁକରଣ କରେ’’ ବୋଲି ମୁଖ୍ୟ ଲେଖକ ତଥା ଇନଷ୍ଟିଟ୍ୟୁଟ ଅଫ କଗନିଟିଭ ସାଇନ୍ସର ପୋଷ୍ଟ ଡକ୍ଟରେଟ ରିସର୍ଚ ଆସୋସିଏଟ ଫିଲିପ କ୍ରେ ଗେଲ କହିଛନ୍ତି । ‘‘ଦୃଶ୍ୟର ଆବରଣ ନିଜେ ମଧ୍ୟ ଭାବନା ଗୁଡିକର ପ୍ରକ୍ରିୟାକରଣ ଓ ଧାରଣାରେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରେ ।

ଇମୋନେଟ (EmoNet)ରଜନ୍ମ

ଗବେଷଣା ପାଇଁ, କ୍ରେଗେଲ ପ୍ରଚଳିତ ଥିବା ଆଲେକ୍ସନେଟ ନାମକ ନ୍ୟୁରାଲ ନେଟୱର୍କ ନେଇଥିଲେ ଯାହା କମ୍ପ୍ୟୁଟରକୁ ବସ୍ତୁ ଗୁଡିକୁ ଚିହ୍ନିବାରେ ସକ୍ଷମ କରିଥାଏ । ପୂର୍ବ ଗବେଷଣା ଯାହା ଫଟୋ ଗୁଡିକ ପାଇଁ ରୁଢ଼ିବାଦୀ ଭାବନାତ୍ମକ ପ୍ରତିକ୍ରିୟାର ଚିହ୍ନଟ କରେ ତାକୁ ନେଇ କ୍ରେଗେଲ ଅନୁମାନ କଲେ ଯେ ଯେତେବେଳେ ଜଣେ ନିର୍ଦ୍ଧିଷ୍ଟ ଫଟୋ ଟିଏ ଦେଖେ ତାକୁ କିପରି ଅନୁଭବ ହୁଏ ।

ଏହାପରେ ସେ ଏହି ନୂଆ ନେଟୱର୍କ ଇମୋନେଟ(EmoNet) କୁ ଇରୋଟିକ ଫଟୋ ଠାରୁ ଆରମ୍ଭ କରି ପ୍ରାକୃତିକ ଦୃଶ୍ୟ ପର୍ଯ୍ୟନ୍ତ ପାଖାପାଖି 25,000 ଫଟୋ ଦେଖାଇଥିଲେ ଓ ସମସ୍ତ ଫଟୋକୁ କାମନା, ଯୌନ ଇଚ୍ଛା, ଭୟ, ବଶ୍ମୟ, କାମନା, ଆଶ୍ଚର୍ଯ୍ୟ ଭଳି 20ଟି ଶ୍ରେଣୀରେ ସମସ୍ତ ଫଟୋକୁ ବିଭକ୍ତ କରିବାକୁ କହିଥିଲେ ।

ଆଉ ଆଶ୍ଚର୍ଯ୍ୟଜନକ ଭାବେ ଇମୋନେଟ (EmoNet) ସେଥିରୁ 11 ପ୍ରକାରର ଭାବନା ଗୁଡିକୁ ଚିହ୍ନି ପାରିଥିଲା । କିନ୍ତୁ କିଛି ଗୁଡିଏ ଫଟୋକୁ ସେ ଅନ୍ୟ ଫଟୋ ଗୁଡିକ ତୁଳନାରେ ଅଧିକ ଭଲ ଭାବେ ଚିହ୍ନି ପାରିଥିଲା । ଉଦାହରଣ ସ୍ବରୂପ ଲାଳସା, କାମନା, ଯୌନ ଇଚ୍ଛା ଥିବା ଫଟୋ ଗୁଡୁକୁ 95% ସଠିୟକ ଭାବେ ଚିହ୍ନି ପାରିଥିଲା ଇମୋନେଟ । କିନ୍ତୁ ଭ୍ରମ, ଆଶ୍ଚର୍ଯ୍ୟ ଓ ବିସ୍ମୟ ପରି ଅଧିକ ସୁକ୍ଷ୍ମ ଭାବନା ଫଟୋ ଗୁଡିକୁ ଚିହ୍ନିବାରେ ଏହାକୁ ଅସୁବିଧା ହୋଇଥିଲା।

ଏପରିକି ଗୋଟିଏ ସାଧାରଣ ରଙ୍ଗ ମଧ୍ୟ କୌଣସି ଏକ ଭାବନାକୁ ପ୍ରତିଫଳିତ କରେ, ଯେତେବେଳେ ଇମୋନେଟ(EmoNet) ଏକ କଳା ସ୍କ୍ରିନ ଦେଖିବା ପରେ ଏହାକୁ ଅବସାଦ ବୋଲି ଦର୍ଶାଇଥିଲା । ନାଲିକୁ ଲାଳସା, କୁକୁର ଛୁଆକୁ ମନୋରଞ୍ଜନ ଦର୍ଶାଇଥିବା ବେଳେ ଯଦି ଦୁଇଟି କୁକୁର ଥାନ୍ତି ତେବେ ତାହାକୁ ରୋମାନ୍ସ ବୋଲି ଦର୍ଶାଇଥିଲା ଇମୋନେଟ(EmoNet) । ଏହା କେବଳ ଭାବନା ଦର୍ଶାଇ ନଥାଏ ଏହାସହ ଭାବନା ଗୁଡିକ କେତେ ଅଧିକ ଓ ଦୃଢ଼ ତାହା ମଧ୍ୟ ଫଟୋ ଦେଖି ଦର୍ଶାଇପାରେ ।

ଆପଣ କଣ ଦେଖନ୍ତି ଓ କିପରି ଅନୁଭବ କରନ୍ତି

ଇମୋନେଟ(EmoNet)କୁ ଆଗକୁ ବଢ଼ାଇବା ପାଇଁ ଓ ଅଧିକ ପରିଷୋଧିତ କରିବାପାଇଁ, ଗବେଷକ ମାନେ 18 ଜଣ ମାନବଙ୍କୁ ବିଷୟ ଭାବେ ନେଇ ଗବେଷଣା କରିଥିଲେ । ଏକ କାର୍ଯ୍ୟାତ୍ମକ ଚୁମ୍ବକୀୟ ଅନୁନାଦ ଇମାଜିଙ୍ଗ ମିସିନ (fMRI) ମଣିଷ ମାନଙ୍କ ମସ୍ତିସ୍କର କାର୍ଯ୍ୟକଳାପକୁ ମାପିଥିଲା, ତାଙ୍କୁ 4 ସେକେଣ୍ଡ ବ୍ୟବଧାନରେ 112ଟି ଫଟୋ ଦେଖା ଯାଇଥିଲା । EmoNetକୁ ମଧ୍ୟ 19 ତମ ବିଷୟ ଭାବେ ସମାନ ଫଟୋ ସବୁ ଦେଖା ଯାଇଥିଲା ।

ତେବେ ଉଭୟ ମାନବ ଓ ଇମୋନେଟର ଫଟୋ ପ୍ରତି ପ୍ରତିକ୍ରିୟା ସମାନ ରହିଥିଲା । ଯାହା ଅର୍ଥ ଇମୋନେଟ ମଧ୍ୟ ମଣିଷଙ୍କ ଭଳି ଭାବନା ଗୁଡିକୁ ପରିପ୍ରକାଶ କରିବାରେ ସକ୍ଷମ ହୋଇଥିଲା । ତେବେ ଏହାକୁ ଏନେଇ କୌଣସି ପ୍ରକାର ପ୍ରଶିକ୍ଷଣ ଦିଆଯାଇନଥିବା କହିଛନ୍ତି କ୍ରାଗେଲ ।

ଶେଷରେ ଗବେଷକ କହନ୍ତି ଯେ, ଇମୋନେଟ ପରି ନ୍ୟୁରାଲ ନେଟୱର୍କ ପ୍ରଯୁକ୍ତିବିଦ୍ୟାରେ ବ୍ୟବହାର କରାଯାଇପାରିବ ଯାହା ଲୋକଙ୍କୁ ନକାରାତ୍ମକ ଫଟୋକୁ ହଟାଇବା ସହ ସକାରାତ୍ମକ ଫଟୋକୁ ଖୋଜିବାରେ ସାହାଯ୍ୟ କରିବ । ଏହାସହ ଇମୋନେଟ ଦ୍ବାରା ମଣିଷ ଓ କମ୍ୟୁଟର ମଧ୍ୟରେ ଯୋଗାଯୋଗ ଆହୁର ଉନ୍ନତ ହେବା ସହ ଆଗ୍ରୀମ ଭାବନା ଗୁଡିକର ଗବେଷଣାରେ ସାହାଯ୍ୟ କରିବ। ତେବେ କ୍ରାଗେଲ ଶେଷରେ କହିଛନ୍ତି ଯେ ‘‘ଯାହା ଆପଣ ଦେଖନ୍ତି ଓ ଆପଣଙ୍କ ଚାରିପାଖରେ ଯାହା ଥାଏ ତାହା ଆପଣଙ୍କ ଭାବନାତ୍ମକ ଜୀବନରେ ଅନେକ ପ୍ରଭାବ ପକାଇବ । ’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:51 PM IST

ABOUT THE AUTHOR

...view details