ନୂଆଦିଲ୍ଲୀ: ସମୟ ବଞ୍ଚାଇବା ସହ ସମ୍ପର୍କକୁ ସୁଦୃଢ କରିବା ପାଇଁ ପ୍ରସ୍ତୁତ ହୋଇଥିଲା ସ୍ମାର୍ଟଫୋନ । ଦୂରତାକୁ କମ କରିବା ସହ ନୂଆ ନୂଆ ଟେକ୍ନୋଲୋଜିକୁ ଲୋକଙ୍କ ନିକଟତର କରିବା ମଧ୍ୟ ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା କହିଲେ କିଛି ଭୁଲ ହେବ ନାହିଁ । ହେଲେ ସମୟ ବଞ୍ଚାଉଥିବା ଏହି ସ୍ମାର୍ଟଫୋନ ଯେ ବାସ୍ତବରେ ଶରୀର ପାଇଁ କେତେ ହିତକର ତାହା ସମସ୍ତେ ଜାଣିବା ଦରକାର ।
ସାଧାରଣତଃ ଫୋନଟିଏ କିଣିବା ପୂର୍ବରୁ ଲୋକେ ଫୋନ୍ର ଫିଚର୍ସ ଓ ସ୍ପେଶିଫିକେଶନ ଆଦି ଚେକ କରିଥାନ୍ତି । ହେଲେ ଆପଣ ଜାଣିବା ଦରକାର କି ଗୋଟିଏ ଫୋନ କିଣିବା ପାଇଁ କେବଳ ଏହାର ଫିଚର୍ସ ଓ ସ୍ପେଶିଫିକେଶନ ଜାଣିବା ଜରୁରୀ ନୁହେଁ । ଏହାଛଡା ଫୋନର ସେଲ୍ ପରବର୍ତ୍ତୀ ସର୍ଭିସ, ରିସେଲ୍ ସର୍ଭିସ ଓ ରେଡିଏସନ୍ ଲେଭେଲ ମଧ୍ୟ ଜାଣିବା ଆବଶ୍ୟକ ।
ତେବେ ରେଡିଏସନ୍ ଲେଭେଲ ବିଷୟରେ ଜାଣିବା ପୂର୍ବରୁ ଆପଣ ଜାଣିବା ଦରକାର କି ରେଡିଏସନ୍ କ'ଣ । ଫୋନ ରେଡିଏସନ ହେଉଛି ରେଡିଓ ତରଙ୍ଗ ଯାହା ସ୍ମାର୍ଟଫୋନରୁ ନିର୍ଗତ ହୋଇଥାଏ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥିବାରୁ ରାତିରେ ଶୋଇବା ସମୟରେ ଫୋନକୁ ଶରୀରଠାରୁ ଆବଶ୍ୟକୀୟ ଦୂରତାରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ ।