କାଲିଫର୍ନିଆ: ଆପଲ କମ୍ପାନୀ ଆଜି ସ୍ୱତନ୍ତ୍ର ‘ଟାଇମ୍ ଫ୍ଲାଇସ୍’ ଇଭେଣ୍ଟରେ ଏ14 ବାୟୋନିକ୍ ପ୍ରୋସେସର୍ ସହିତ ଏକ ନୂଆ ଆଇପ୍ୟାଡ୍ ଏୟାର (ଚତୁର୍ଥ ଜେନେରେସନ) ଲଞ୍ଚ କରିଛି ।
ଲ୍ୟାଟେଷ୍ଟ ଆଇପ୍ୟାଡ ଏୟାର(ଚତୁର୍ଥ ଜେନେରେସନ)ରେ 10.9-ଇଞ୍ଚର ଏଜ୍-ଟୁ-ଏଜ୍ ରେଟିନା ଡିସପ୍ଲେ, ଟଚ୍ ଆଇଡି ଏବଂ ୟୁଏସବି-ସି ସଂଯୋଗ ଅଛି । ଚିପସେଟ 40 ପ୍ରତିଶତ ତୀବ୍ର ସିପିୟୁ, 30 ପ୍ରତିଶତ ଫାଷ୍ଟର ଗ୍ରାଫିକ୍ସ ଏବଂ ପରବର୍ତ୍ତୀ ଜେନେରେସନ ନ୍ୟୁରାଲ୍ ଇଞ୍ଜିନ୍ ସହିତ 70 ପ୍ରତିଶତ ତୀବ୍ର ମେସିନ୍ ଶିକ୍ଷା ପାଇଁ ରହିଛି ।