ସାନ୍ ଫ୍ରାନ୍ସିସ୍କୋ: ଗ୍ରାହକଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଫେକ୍ସ୍ପଟ୍ ଅଧିଗ୍ରହଣ ହାସଲ କଲା ଫାୟାରଫକ୍ସ ଇଣ୍ଟରନେଟ୍ ବ୍ରାଉଜର ଡେଭଲପର୍ ମୋଜିଲା । ଏହା ଏକ ଷ୍ଟାର୍ଟଅପ୍, ଯାହା ଉପଭୋକ୍ତାମାନଙ୍କୁ ଏକ ୱେବସାଇଟ୍ ଏବଂ ବ୍ରାଉଜର୍ ଏକ୍ସଟେନ୍ସନ୍ ମାଧ୍ୟମରେ ନକଲି କିମ୍ବା ଅବିଶ୍ୱସନୀୟ ରିଭ୍ୟୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ଅର୍ଥାତ୍ ଅନ୍ଲାଇନ୍ରୁ କୌଣସି ସାମଗ୍ରୀ କ୍ରୟ ସମୟରେ ଯଦି ସେଠାରେ କୌଣସି ଫେକ୍ ରିଭ୍ୟୁ ଥାଏ, ତେବେ ଏହାକୁ ଚିହ୍ନଟ କରିବାରେ ସହାୟକ ହେବ ।
ଏହା ମଧ୍ୟ ପଢନ୍ତୁ:-ChatGPT Blocked: ଉପକରଣରେ ଚାଟ୍ଜିପିଟି ବ୍ୟବହାର ନିଷିଦ୍ଧ କଲା ଏହି କମ୍ପାନୀ
ଫେକ୍ସ୍ପଟ୍ ସହିତ କମ୍ପାନୀ କହିଛି ଯେ, ଏହା ମାଧ୍ୟମରେ ମୋଜିଲା ଫାୟାରଫକ୍ସ ବ୍ୟବହାରକାରୀମାନେ ଏକ ବିଶ୍ୱସ୍ତ ସପିଂ ଉପକରଣ ପାଇପାରିବେ ଯାହା ଇ-କମର୍ସ ଅଭିଜ୍ଞତାକୁ ଉନ୍ନତ କରିବାରେ ସାହାଯ୍ୟ କରିବ। ମୋଜିଲା ଏହା ମଧ୍ୟ ଉଲ୍ଲେଖ କରିଛି ଯେ, ଏହା ସମୟ ସହିତ ମୋଜିଲା ଫାୟାରଫକ୍ସରେ ଫେକ୍ସ୍ପଟ୍ କାର୍ଯ୍ୟକାରିତାକୁ ପରିଚିତ କରାଇବ । ମୋଜିଲା ପକ୍ଷରୁ ମଙ୍ଗଳବାର ଏକ ବ୍ଲଗ୍ ପୋଷ୍ଟରେ କୁହାଯାଇଛି ଯେ, ଫେକ୍ସ୍ପଟ୍ ସମସ୍ତ ପ୍ରମୁଖ ୱେବ୍ ବ୍ରାଉଜର୍ ଏବଂ ମୋବାଇଲ୍ ଡିଭାଇସରେ କାର୍ଯ୍ୟ ଜାରି ରଖିବ ଏବଂ ମୋଜିଲା ଟିମ୍ ଏହାର ବହୁ ଉତ୍ସର୍ଗୀକୃତ ଉପଭୋକ୍ତାଙ୍କ ପାଇଁ ଫେକ୍ସ୍ପଟ୍ ଅଭିଜ୍ଞତାକୁ ସୁଦୃଢ କରିବା ପାଇଁ ବିନିଯୋଗ ଜାରି ରଖିବ ।