ଓଡିଶା

odisha

By

Published : Sep 9, 2022, 12:28 PM IST

ETV Bharat / science-and-technology

ଆତ୍ମହତ୍ୟା ଉଦ୍ୟମ କରୁଥିବା NEET ପରୀକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇଲା ଫେସବୁକ୍ !

ଆତ୍ମହତ୍ୟା ନେଇ ଜଣେ NEET ପରୀକ୍ଷାର୍ଥୀ ସୋସିଆଲ ମିଡିଆ ସାଇଟ୍ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିବା ପରେ ସ୍ଥାନୀୟ ପୋଲିସ ସହାୟତାର ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇଲା ଫେସବୁକ୍(Facebook alert saves life of NEET aspirant) । ଅଧିକ ପଢନ୍ତୁ

ଆତ୍ମହତ୍ୟା ଉଦ୍ୟମ କରୁଥିବା NEET ପରୀକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇଲା ଫେସବୁକ୍ !
ଆତ୍ମହତ୍ୟା ଉଦ୍ୟମ କରୁଥିବା NEET ପରୀକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇଲା ଫେସବୁକ୍ !

ଲକ୍ଷ୍ନୌ: ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ପରୀକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇଲା ଫେସବୁକ୍ ! ଲକ୍ଷ୍ନୌର ଜଣେ NEET( National Eligibility cum Entrance Test) ପରୀକ୍ଷାର୍ଥୀ ଜୀବନ ହାରିଦେବା ନେଇ ସୋସିଆଲ ମିଡିଆ ସାଇଟ୍ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିବା ପରେ ସ୍ଥାନୀୟ ପୋଲିସ ସହାୟତାର ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇ ପାରିଛି ଫେସବୁକ୍(Facebook alert saves life of NEET aspirant) ।

ସୂଚନା ଅନୁଯାୟୀ, ଫେସବୁକ୍, ଲକ୍ଷ୍ନୌ DGP ମୁଖ୍ୟ କାର୍ଯ୍ୟଳୟର ସୋସିଆଲ ମିଡିଆ ସେଣ୍ଟରକୁ ଏକ SOS(Save Our Souls) ପଠାଇଥିଲା, ଯେଉଁଥିରେ ଜଣେ NEET ପରୀକ୍ଷାର୍ଥୀ ପଏଜନ ସେବନ କରି ଜୀବନକୁ ଶେଷ କରି ଦେଇଥିବା ଉଲ୍ଲେଖ କରିଥିଲେ । ଖବର ପାଇ ତୁରନ୍ତ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ଜୀବନ ରକ୍ଷା କରିପାରିଛି । ରିଅଲ ଟାଇମ ଆଲର୍ଟ ଏବଂ ଆତ୍ମହତ୍ୟା ମାମଲା ଯାଞ୍ଚ ପାଇଁ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଉତ୍ତରପ୍ରଦେଶ ପୋଲିସ ଏବଂ ସୋସିଆଲ ନେଟୱାର୍କିଂ ସାଇଟ ମଧ୍ୟରେ ଏକ ଚୁକ୍ତିନାମା ଦ୍ବାରା ଏପରି ଏକ ଅବିଶ୍ବସନୀୟ ଘଟଣା ସମ୍ଭବପର ହୋଇପାରିଛି ।

ଚୁକ୍ତିନାମା ଅନୁଯାୟୀ, ଯେକୌଣସି ବ୍ୟକ୍ତି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆ ପୋଷ୍ଟ କରନ୍ତି, ସମ୍ପୃକ୍ତ ସାଇଟ୍ ପୋଲିସ୍ କଣ୍ଟ୍ରୋଲ୍ ରୁମକୁ ସତର୍କ ସୂଚନା ପ୍ରଦାନ କରିବ, ଯାହା ଦ୍ବାରା ତାଙ୍କୁ ତୁରନ୍ତ ସହାୟତା କରାଯିବ । ଆଇନ ଏବଂ ବ୍ଯବସ୍ଥା(law and order)ର ଅତିରିକ୍ତ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି ଯେ, "ଏହି ସୂଚନା ତୁରନ୍ତ ଲକ୍ଷ୍ନୌ ପୋଲିସ କମିସନରଙ୍କ ନିକଟକୁ ପଠାଯାଇଛି ଏବଂ ସେମାନଙ୍କୁ ଏପରି ମାମଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ଆତ୍ମହତ୍ୟା ସହ ଜଡିତ ସୋସିଆଲ ମିଡିଆ ପୋଷ୍ଟଗୁଡିକର ଶୀଘ୍ର ପ୍ରତିକ୍ରିୟା କରିବାକୁ ଏବଂ ଏହିପରି ବାର୍ତ୍ତା ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାକୁ ଆମେ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛୁ । ଫେସବୁକ ଆମ ସହ ସହଭାଗୀ ହୋଇଛି ଯାହା ଦ୍ବାରା ଆମେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବୁ ବୋଲି ସେ କହିଛନ୍ତି ।

ଏହି ଆଧାରରେ ଫେସବୁକର SOS ପରେ ଅତିରିକ୍ତ ସିପି(ପଶ୍ଚିମ) ଚିରଞ୍ଜୀବ ନାଥ ସିହ୍ନାଙ୍କୁ ତୁରନ୍ତ ଆତ୍ମହତ୍ୟା ନେଇ ପୋଷ୍ଟ କରିଥିବା ୨୯ ବର୍ଷ ବୟସ୍କା ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପରୀକ୍ଷାର୍ଥୀ ଜଣକ ଏନେଇ ସ୍ବୀକାର କରିବା ସହ ଭବିଷ୍ୟତରେ କେବେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବେ ନାହିଁ ବୋଲି ପୋଲିସକୁ ପ୍ରତିଶ୍ରୁତି ଦେଇଥିଲେ ।

ପୋଲିସର ସୂଚନା ଅନୁଯାୟୀ, ପରୀକ୍ଷାର୍ଥୀ ଜଣକ NEETରେ କୃତକାର୍ଯ୍ୟ ହୋଇପାରୁନଥିବାରୁ ମାନସିକ ଚାପରେ ରହୁଥିଲେ । ଫଳରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଯାଉଥିଲେ । ପୋଲିସ ପକ୍ଷରୁ ତାଙ୍କୁ ବୁଝାସୁଝା କରାଯିବା ସହ ହେଲ୍ପ ଲାଇନ ନମ୍ବର ଦିଆଯାଇଛି, ଯେକୌଣସି ସମସ୍ୟାରେ କଲ୍ କରି ଜଣାଇବାକୁ ଆଶ୍ବାସନା ଦିଆଯାଇଛି । ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, "ଯେତେବେଳେ କୌଣସି ବ୍ୟକ୍ତି ଆତ୍ମହତ୍ୟା ନେଇ ପୋଷ୍ଟ କରନ୍ତି, ଫେସବୁକ ତୁରନ୍ତ ଉତ୍ତର ପ୍ରଦେଶ ପୋଲିସକୁ ଆଲର୍ଟ କରିଥାଏ । ପୋଲିସ ଏହିପରି ଅତୀତରେ ଅନେକ ଲୋକଙ୍କ ଜୀବନ ରକ୍ଷା କରିପାରିଛି । ନିକଟରେ ପ୍ରୟାଗରାଜ ପୋଲିସ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିଲା ​​।"

ABOUT THE AUTHOR

...view details