ଓଡିଶା

odisha

ETV Bharat / science-and-technology

X New Feature: ଖରାପ କମେଣ୍ଟ୍‌କୁ ନେଇ ଚିନ୍ତିତ କି ? ଏକ୍ସରେ ଆସିଲା ନୂଆ ସେଟିଂ

ଏକ୍ସରେ ଆସିଲା ନୂଆ ଫିଚର । ଏହି ସେଟିଂ ସାହାଯ୍ୟରେ ଆପଣ ନିଜ କମେଣ୍ଟକୁ କଣ୍ଟ୍ରୋଲ କରିପାରିବେ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Oct 10, 2023, 5:18 PM IST

X New Feature
X New Feature

ହାଇଦ୍ରାବାଦ:ଏକ୍ସର ସମସ୍ତ ପୋଷ୍ଟରେ ୟୁଜର୍ସ ଦେଇ ପାରିବେନି କମେଣ୍ଟ । ଏଣକି ୟୁଜର୍ସଙ୍କ ହାତରେ ରହିବ କଣ୍ଟ୍ରୋଲ ବଟନ । କମେଣ୍ଟ ନେଇ ୟୁଜର୍ସ ଏକ୍ସପେରିୟନ୍ସକୁ ବୃଦ୍ଧି କରିବା ପାଇଁ ନୂଆ ଅପ୍ସନ ଆଣିଲା ଏକ୍ସ । ଏନେଇ ଆଜି(ମଙ୍ଗଳବାର) ଏକ୍ସରେ ଫଟୋ ସେୟାର କରି ସୂଚନା ଦିଆଯାଇଛି । ମଙ୍ଗଳବାର ଏକ୍ସ ପକ୍ଷରୁ ଏକ ନୂଆ ଫିଚର ରୋଲଆଉଟ୍‌ କରାଯାଇଛି । ଏଣିକି ପୋଷ୍ଟରେ କେଉଁ ୟୁଜର୍ସ ରିପ୍ଲାଇ କରିବେ ତାହା ଠିକ କରିବେ ଭେରିଫାଇଡ ଏବଂ ଫ୍ରି ୟୁଜର୍ସ । ଏହି ଫିଚର ଦ୍ବାରା ଏକ୍ସରେ ଆସୁଥିବା ଖରାପ କମେଣ୍ଟକୁ ରୋକାଯାଇ ପାରିବ ।

ବର୍ତ୍ତମାନ ସୁଦ୍ଧା ଏକ୍ସରେ ୟୁଜର୍ସଙ୍କ ପାଇଁ 3ଟି ସେଟିଂ ଅପ୍ସନ ରହିଥିଲା । ଏଭ୍ରିଓ୍ବାନ, ପିପୁଲ ୟୁ ଫଲୋ ଏବଂ ପିପୁଲ ୟୁ ମେନ୍‌ସନ୍‌ ଏହି 3ଟି ଅପ୍ସନ ରହିଥିଲା । ଏହି 3ଟି ଅପ୍ସନକୁ କ୍ଲିକ୍‌ କରି କମେଣ୍ଟ୍‌ ପ୍ରାଇଭେସିକୁ ସେଟିଂ କରିପାରୁଥିଲେ ୟୁଜର୍ସ । ଏହାର ଅର୍ଥ ଯେଉଁ ଅପ୍ସନକୁ କ୍ଲିକ୍‌ କରିବେ ସେହି ୟୁଜର୍ସ ପୋଷ୍ଟରେ କମେଣ୍ଟ ଦେଇପାରିବେ । ଏହାରି ଭିତରେ କମ୍ପାନୀ ଆଉ ଏକ ଅପ୍ସନକୁ ଯୋଡ଼ିଛି । ଏହି ଅପ୍ସନ ଭେରିଫାଏଡ ସହିତ ଫ୍ରି ୟୁଜର୍ସଙ୍କ ପାଇଁ ମଧ୍ୟ ଉପଲବ୍ଧ ରହିଛି । ଏହି ଅପ୍ସନ୍‌ ପୋଷ୍ଟ ଭିତରେ ରହିଥିବା ଅପ୍ସନ୍‌ Who can reply ଭିତରେ ପାଇବେ ୟୁଜର୍ସ । ବର୍ତ୍ତମାନ କମେଣ୍ଟ୍‌କୁ କଣ୍ଟ୍ରୋଲ କରିବା ପାଇଁ 4ଟି ଅପ୍ସନ ରହିଛି । Everyone, Verified Accounts, Account you follow, Only accounts you mention ଏହି ଚାରୋଟି ଅପ୍ସନ ରହିଛି । ଏଣିକି ୟୁଜର୍ସ ନିଜର ଇଚ୍ଛା ଅନୁସାରେ କମଣ୍ଟକୁ କଣ୍ଟ୍ରୋଲ କରିବେ ।

ଏହା ମଧ୍ୟ ପଢନ୍ତୁ: Trending topic Search Feature: X ଭଳି ଥ୍ରେଡ୍ସରେ ମିଳିବ ଏହି ଦମଦାର ଫିଚର

ଏକ୍ସକୁ ଦ ଏଭ୍ରିଥିଙ୍କ ଆପ୍‌ କରିବାକୁ ଚାହାନ୍ତି ମସ୍କ:ଏକ୍ସ(ପୂର୍ବର ଟ୍ବିଟର)କୁ ଦ ଏଭ୍ରିଥିଙ୍ଗ୍‌ ଆପ କରିବାକୁ ଚାହାନ୍ତି ବିଲେନିୟର ଏଲନ ମସ୍କ। ମସ୍କ ଅନକ ଥର ଏକ୍ସକୁ ଏହି ନାମରେ ସମ୍ବନ୍ଧିତ କରିଛନ୍ତି । ଏକ୍ସ ଏଭଳି ଆପ୍‌ ରହିଛି ଯେଉଁଥିରେ ୟୁଜର୍ସ ଟ୍ରେଣ୍ଡିଂ ଟପିକ୍‌ଠାରୁ ଆରମ୍ଭ କରି ଚାଟ୍‌ ଏବଂ ଆବଶ୍ୟକ ସ୍ଥଳେ ପେମେଣ୍ଟ୍‌ ମଧ୍ୟ କରିପାରିବେ । ଏକ୍ସକୁ ମସ୍କ ଚୀନର WeChat ଭଳି କରିବାକୁ ଚାହାନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି । କହିରଖୁଛୁ କି, WeChatରେ ବ୍ୟକ୍ତିମାନେ ଚାଟ୍‌, ଅଡିଓ ଏବଂ ଭିଡିଓ କଲଠାରୁ ଆରମ୍ଭ କରି ପେମେଣ୍ଟ ମଧ୍ୟ କରିପାରିବେ। ତେବେ ଖୁବଶୀଘ୍ର ଆପରେ ଅଡିଓ ଏବଂ ଭିଡିଓ କଲର ସୁବିଧା ପାଇବେ ୟୁଜର୍ସ। ତେବେ କହିରଖୁଛୁ କି, କିଛି ଦିନ ପୂର୍ବରୁ ମସ୍କ୍‌ ଆପ୍‌ରେ ADS ରେଭେନ୍ୟୁ ପ୍ରୋଗାମ୍‌ ଆରମ୍ଭ କରିଥିଲେ । ଏଥିରେ ଏନରୋଲ କରି ୟୁଜର୍ସ ଟଙ୍କା ରୋଜଗାର କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details