ଓଡିଶା

odisha

ETV Bharat / science-and-technology

ପୁଣି ବଦଳିଲା ମସ୍କଙ୍କ ମନ: ଟ୍ବିଟର ଲୋଗୋରୁ ହଟିଲା ଡଗି, ବସିଲା ଚଢେଇ - ଟ୍ବିଟର

ତିନି ଦିନ ପରେ ପୁଣି ବଦଳିଗଲା ମସ୍କଙ୍କ ମନ । ଟ୍ବିଟର ଲୋଗୋରୁ ଡଗିକୁ ହଟାଇ ଚଢେଇକୁ ବସାଇଲେ । ଅଧିକ ପଢନ୍ତୁ

Elon Musk
Elon Musk

By

Published : Apr 7, 2023, 1:52 PM IST

ନୂଆଦିଲ୍ଲୀ: ଟ୍ବିଟରରେ ଘନ ଘନ ପରିବର୍ତ୍ତନ କରୁଛନ୍ତି ମାଲିକ ଏଲନ୍ ମସ୍କ । ସେ ଏହି ଲୋକପ୍ରିୟ ମାଇକ୍ରୋବ୍ଲଗିଂ ଆପ୍‌ର ମାଲିକାନା ନେବା ପରଠାରୁ ପ୍ଲାଟଫର୍ମରେ 'ଘଡିକେ ଘୋଡା ଛୁଟୁଛି' । କେତେବେଳେ କୁକୁରକୁ ସିଇଓ କରି ଦେଉଛନ୍ତି ତ ପୁଣି କେତେବେଳେ ଲୋଗୋରେ ବସାଇ ଦେଉଛନ୍ତି । ତିନି ଦିନ ତଳେ ମସ୍କ ଟ୍ବିଟର ଲୋଗୋରୁ ଚଢେଇକୁ ଉଡାଇ କୁକୁରକୁ ବସାଇ ଦେଇଥିଲେ । ଏନେଇ ବହୁ ଆଲୋଚନା ସମାଲୋଚନା ପରେ ମସ୍କ ପୁଣି ଚଢେଇକୁ ଲୋଗୋରେ ସ୍ଥାନିତ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଅପ୍ରେଲ୍ 4 ରେ ହଠାତ୍ ଟ୍ବିଟର୍ ଲୋଗୋରୁ ଚଢେଇ ଗାଏବ୍ ହୋଇଯାଇ କ୍ରିପ୍ଟୋକରେନ୍ସି ଡଗ୍ ସଦୃଶ ଦେଖାଯାଉଥିବା ଡଗି ସ୍ଥାନ ପାଇଥିଲା । କେବ ୱେବ୍ ଭର୍ସନରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହି କୁକୁର ଫଟୋ କ୍ରିପ୍ଟୋକରେନ୍ସି ଶିବା ଇନୁର ଡଗିକଏନ୍ ବ୍ଲକ୍ ଚେନ୍ ସଦୃଶ । ମସ୍କଙ୍କର କ୍ରିପ୍ଟୋକରେନ୍ସି ପ୍ରତି ଆଗ୍ରହ ଥିବାରୁ ସେ ଏପରି କରିଥିବା ଚର୍ଚ୍ଚା ହେଉଥିଲା । ଅନେକ ମଧ୍ୟ ଏହା ମସ୍କଙ୍କର ଏପ୍ରିଲ୍ ଫୁଲ୍‌ର ହୋଇଥାଇପାରେ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ:-ଟ୍ରମ୍ପଙ୍କୁ ଘାରିଛି ଗିରଫ ଭୟ, ଗିରଫଦାରୀ ନେଇ ଏମିତି କିଛି କହିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି

ଉଲ୍ଲେଖ ଯୋଗ୍ୟ ଯେ, ଯେଉଁଦିନ ଟ୍ବିଟର ଲୋଗୋରେ କୁକୁର ସ୍ଥାନ ପାଇଥିଲା, ସେଦିନ ମସ୍କ ଜଣେ ୟୁଜର୍ସଙ୍କ ସହ ଚାଟିଂ କରିଥିବା ପୂର୍ବ ସ୍କ୍ରିନ୍‌ସର୍ଟ ଶେୟାର୍ କରିଥିଲେ । ଏଥିରେ ସେ ୟୁଜର୍ସଙ୍କ ସହ ଲୋଗୋ ପରିବର୍ତ୍ତନ ବାବଦରେ କଥା ହୋଇଥିଲେ । ୟୁଜର୍ସ ଜଣଙ୍କ ତାଙ୍କୁ ଟ୍ବିଟର ଲୋଗୋରୁ ଚଢେଇକୁ ହଟାଇ କ୍ରିପ୍ଟୋକରେନ୍ସି କୁକୁରକୁ ରଖିବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ଏହି ପରିବର୍ତ୍ତନ ଆଣି ପ୍ରତିଶୃତି ପୂରଣ କରିଛି ବୋଲି ମସ୍କ ପୋଷ୍ଟରେ ଉଲ୍ଲେଖ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Amazon Book Depository: ଏପ୍ରିଲ 26ରେ ଅନଲାଇନ୍ ବୁକ୍ ଷ୍ଟୋର ବୁକ୍ ଡିପୋଜିଟରୀ ବନ୍ଦ କରିବ ଆମାଜନ

କୁହାଯାଉଛି ଯେ, ମସ୍କ ଡଗି ମେମର ଜଣେ ଫ୍ୟାନ୍ । ସେ ଗତ ବର୍ଷ 'ସଟର୍‌ଡେ' ନାଇଟ୍ ଲାଇଭ୍' ଆୟୋଜନ କରୁଥିବା ସମୟରେ ଏହାକୁ ପ୍ରମୋଟ କରିଥିଲେ । ତେବେ ଏହା ମସ୍କଙ୍କର ୟୁଜର୍ସଙ୍କ ଅନୁରୋଧକୁ ସମ୍ମାନ ଜଣାଇବା ହେଉ କିମ୍ବା କ୍ରିପ୍ଟୋକରେନ୍ସି ପ୍ରୀତି, ଆଗକୁ ପ୍ଲାଟଫର୍ମରେ ଚଢେଇ ସ୍ଥାନ ପରିବର୍ତ୍ତନ ହେବନି ବୋଲି ଆଶା କରାଯିବ ନିଶ୍ଚୟ । ଉଲ୍ଲେଖ ଥାଉ କି, 2022 ଅକ୍ଟୋବରରେ ମସ୍କ 44 ବିଲିୟନ ଡଲାର ବ୍ୟୟରେ ଟ୍ବିଟରକୁ ନିଜ ଅଧୀନକୁ ନେଇଥିଲେ । ଏହା ପରଠାରୁ ସେ ପ୍ଲାଟଫର୍ମରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ଆଗକୁ ଏହି ଲୋକପ୍ରିୟ ମାଇକ୍ରୋବ୍ଲଗିଂ ଆପ୍‌ରେ କି କି ପରିବର୍ତ୍ତନ ହେଉଛି ତା' ଉପରେ ସମସ୍ତଙ୍କ ନଜର ।

ABOUT THE AUTHOR

...view details