ନୂଆଦିଲ୍ଲୀ:ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ଅଫର୍ ଆଣିଲେ X ମାଲିକ ଏଲନ ମସ୍କ । ଏଣିକି ସାମ୍ବାଦିକମାନେ X ସାଇଟରେ ପ୍ରକାଶ କରିପାରିବେ ନିଜର ଅନୁଚ୍ଛେଦ । ଏହାସହ ଭଲ ଇନକମ ମଧ୍ୟ କରିପାରିବେ । ପୂର୍ବରୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ କେବଳ ଆର୍ଟିକଲର ଏକ ଫଟୋ, ଲିଙ୍କ୍ ଓ ହେଡଲାଇନ ଦେଖିବାକୁ ମିଳେ । ହେଲେ ଏବେ ସମ୍ପୂର୍ଣ୍ଣ ଅନୁଚ୍ଛେଦଟି ଦେଖିବାକୁ ମିଳିବ । ସାଇଟ୍ରେ ଏହି ନୂଆ ପରିବର୍ତ୍ତନ କରିଛନ୍ତି ମସ୍କ ।
X ସାଇଟରେ ଏଣିକି ନିଜର ହାତଲେଖା ଅନୁଚ୍ଛେଦ ବା ଆର୍ଟିକଲ୍ ପୋଷ୍ଟ କରି ଭଲ ରୋଜଗାର କରିପାରିବେ ଗଣମାଧ୍ୟମ ପ୍ରତିନିଧି । ଏ ନେଇ ସୋମବାର ଟ୍ବିଟ କରି ଆମନ୍ତ୍ରିତ କରିଛନ୍ତି ଏଲନ । ଏ ନେଇ ସେ ଏକ ଟ୍ବିଟ କରି କହିଛନ୍ତି, "ଯଦି ଆପଣ ଜଣେ ସାମ୍ବାଦିକ ଏବଂ ଅଧିକ ସ୍ବାଧୀନତା ପାଇବାକୁ ଇଚ୍ଛୁକ, ତେବେ ଏହି ସାଇଟ ଆପଣଙ୍କୁ ଭଲ ସୁଯୋଗ ଦେବ । ଯଦି ଆପଣ ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ସିଧା ଏହି ସାଇଟରେ ଆସି ନିଜ ଅନୁଚ୍ଛେଦ ପୋଷ୍ଟ କରନ୍ତୁ ।" X ସାଇଟ୍ରେ କିଛି ନିର୍ଦ୍ଦିଷ୍ଟ ଶବ୍ଦ ମଧ୍ୟରେ ଲେଖାଟିଏ ରହିଥାଏ । ହେଲେ ଏହି ନୂଆ ପରିବର୍ତ୍ତନ ପରେ ଅଧିକ ସଂଖ୍ୟକ ଶବ୍ଦର ଅନୁଚ୍ଛେଦ ଏହି ସାଇଟରେ ପବ୍ଲିସ କରାଯାଇପାରିବ ।