ହାଇଦ୍ରାବାଦ:ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ(ପୂର୍ବର ଟ୍ବିଟର) ନେଇ ବିଗତ ଦିନରେ ଅନେକ ବିବାଦରେ ରହିଥିଲେ। ଏହାରି ଭିତରେ ଟ୍ବିଟରର ନାମ ପରିବର୍ତ୍ତନ କରିବା ସହିତ ଅନେକ ନୂଆ ଫିଚର ମଧ୍ୟ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଛନ୍ତି । ଏହାରି ଭିତରେ ଏକ୍ସ ସିଇଓ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି । ମସ୍କ ଶୁକ୍ରବାର ଦିନ ନିଜର ବ୍ୟାପାରିକ ଯୋଜନାକୁ ନେଇ ଏକ ନୂଆ ଘୋଷଣା କରିଛନ୍ତି । ଏକ୍ସରୁ ବ୍ଲକିଂ ସୁବିଧାକୁ ହଟାଇବା ପାଇଁ କାମ ଜାରି ରହିଥିବା ନେଇ ଘୋଷଣା କରିଛନ୍ତି ମସ୍କ । ଏଣିକି ୟୁଜର୍ସ ଚାହିଁଲେ ମଧ୍ୟ ଏକ୍ସରେ କାହାକୁ ବ୍ଲକ କରିପାରିବେ ନାହିଁ ।
ସୂଚନା ଅନୁସାରେ, ଏକ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ମସ୍କ ଏଭଳି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, "ଡାଇରେକ୍ଟ ମେସେଜ(DM)କୁ ଛାଡି ଅନ୍ୟ ସମସ୍ତ ବ୍ଲକିଂ ସୁବିଧାକୁ ଏକ୍ସରୁ ଶୀଘ୍ର ହଟାଇ ଦିଆଯିବ । ଏକ୍ସରେ ଏହି ଫିଚରର କୌଣସି ଆବଶ୍ୟକତା ନାହିଁ ।" ଅନ୍ୟ ଟ୍ୱିଟରେ ମସ୍କ ପରାମର୍ଶ ଦେଇଛନ୍ତି ଯେ, ଆପ୍ ବ୍ୟବହାରକାରୀଙ୍କୁ ବ୍ଲକ କରିବା ପରିବର୍ତ୍ତେ ସେମାନଙ୍କୁ ମ୍ୟୁଟ କରିବାର ସୁବିଧାକୁ ଉପଯୋଗ କରିବା ଉଚିତ । ଖୁବଶୀଘ୍ର ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରୁ ହଟାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ଏଲନ ମସ୍କ ।
ଏହା ମଧ୍ୟ ପଢନ୍ତୁ:X New Feature: Xରେ ହେଲା ଆଉ ଏକ ପରିବର୍ତ୍ତନ, ଏହି ୟୁଜର୍ସଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା