ଓଡିଶା

odisha

ETV Bharat / science-and-technology

Musk vs Zuckerburg: ମସ୍କଙ୍କୁ ପୁଣି ଚାଲେଞ୍ଜ କଲେ ଜୁକରବର୍ଗ, ଏମିତି ଜବାବ ଦେଲେ ଏକ୍ସ ମୁଖ୍ୟ - ମସ୍କ ଜୁକରବର୍ଗଙ୍କ ମଧ୍ୟରେ ଫାଇଟ

ସୋସିଆଲ ମିଡିଆରେ ଜୋର ଧରିଛି ଏଲନ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ଲଢେଇ ଖବର । ଦୁହଁଙ୍କ ମଧ୍ୟରେ ଯୁଦ୍ଧ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଥିବା ବେଳେ ଏବେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । ଅଧିକ ପଢନ୍ତୁ

Musk vs Zuckerburg
Musk vs Zuckerburg

By

Published : Aug 16, 2023, 10:12 AM IST

ହାଇଦ୍ରାବାଦ:ଟେକ ଜଗତର ଦୁଇ ବଡ ପ୍ରତିଭା ଏଲନ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ଜାରି ରହିଛି ଯୁଦ୍ଧ । କେତେବେଳେ ଶବ୍ଦ ଯୁଦ୍ଧ ତ ଆଉ କେତେବେଳେ ବକ୍ସିଂ ଫାଇଟ ଚାଲେଞ୍ଜ । ଏହାରି ଭିତରେ ଏବେ ପୁଣିଥରେ ବାକ୍‌ ଯୁଦ୍ଧ(କଥା କଟାକଟି) ଆରମ୍ଭ ହୋଇଛି। ବକ୍ସିଂ ଫାଇଟକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଏବେ ଜୁକରବର୍ଗ ଚାଲେଞ୍ଜ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଏକ୍ସ ମାଲିକ ଏଲନ ମସ୍କ । ଏଥି ସହିତ ମେଟାର ମାଲିକ ମସ୍କକୁ ଯୁଦ୍ଧ ପାଇଁ ସ୍ଥାନ ଜଣାଇବାକୁ କହିଛନ୍ତି । ଏହାର ଜବାବ ଦେଇ ଏଲନ ମସ୍କ କହିଛନ୍ତି ମୁଁ କୌଣସି ସ୍ଥାନରେ ଲଢିବା ପାଇଁ ପ୍ରସ୍ତୁତ ନୁହେଁ ।

ଜାରି ରହିଛି ଆରୋପ ପ୍ରତ୍ୟାରୋପ: ଗତ କିଛି ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଲଢେଇ ହେବା ଖବର ସୋସିଆଲ ମିଡିଆରେ ଆତଙ୍କ ଖେଳାଇଥିଲା । ଏଲନ ମସ୍କ ଏବଂ ଜୁକରବର୍ଗ ମଧ୍ୟରେ ଲଢେଇ ଅତ୍ୟନ୍ତ ରୋମାଞ୍ଚକର ହେବ ବୋଲି ଫ୍ୟାନ୍ସ ମଧ୍ୟ କମେଣ୍ଟ କରୁଥିବା ଦେଖିବାକୁ ମିଳିଥିଲା । ଦୁହିଁଙ୍କର ଯୁଦ୍ଧ ସମୟର ଏଡିଟିଂ ଫଟୋ ମଧ୍ୟ ବେଶ ଭାଇରାଲ ହୋଇଥିଲା । ତେବେ ଯୁଦ୍ଧକୁ ନେଇ ଏଲନ ମସ୍କ ଏବଂ ଜୁକରବର୍ଗ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି ।

ବର୍ତ୍ତମାନ ଚାଲିଛି ବାକ୍‌ ଯୁଦ୍ଧ: ଏହାରି ଭିତରେ ଜୁକରବର୍ଗ ସୋସିଆଲ ମିଡିଆରେ ମସ୍କଙ୍କର ଏକ ଟ୍ବିଟ ସେୟାର କରିଛନ୍ତି । ଉକ୍ତ ଚାର୍ଟରେ ଜୁକରବର୍ଗଙ୍କୁ ଚାଲେଞ୍ଜ ଦେଇଥିଲେ ଏଲନ ମସ୍କ । ଏହାସହିତ ମେଟା ମାଲିକ ଯୁଦ୍ଧ ପାଇଁ ପ୍ରସ୍ତୁତ ନାହାନ୍ତି ବୋଲି ଆରୋପ ଲଗାଇଥିଲେ। ଯେତେ ଏହାପରେ ଜୁକରର୍ଗ ମସ୍କଙ୍କୁ ଯୁଦ୍ଧ ସ୍ଥାନ ପଚାରିଥିବା ନେଇ ଟ୍ବିଟରେ ଦେଖାଯାଇଛି ।

ମସ୍କଙ୍କ ଆରୋପ:ଏଲନ ମସ୍କ ଏକ ଟ୍ବିଟ ସେୟାର କରି ଘଟଣା ଉପରୁ ପରଦା ହଟାଇଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, "ଜୁକରବର୍ଗଙ୍କ ସହିତ ମୋର ଲଢେଇ ନେଇ ମୁଁ ସୋସିଆଲ ମିଡିଆରେ ମଜା କରିଥିଲି । ଏହା ଉପରେ ମେଟା ମାଲିକ ମୋତେ ସ୍ଥାନ ଜଣାଇବାକୁ କହିଥିଲେ । ଏହାପରେ ମୁଁ ଯୁଦ୍ଧ ପାଇଁ ଇଟାଲୀ କୋଲୋଜିୟମ୍ କହିଥିଲି । କିନ୍ତୁ ମୋର ପ୍ରସ୍ତାବକୁ ଜୁକରବର୍ଗ ମନା କରିଦେଇଥିଲେ । ଏହାପରେ ମୁଁ ତାଙ୍କୁ ସ୍ଥାନ କହିବା ପାଇଁ ପରାମର୍ଶ ଦେଇଥିଲି । ଏପରି କିଛି ସ୍ଥାନ ରହିଛି କି ଯେଉଁଠାରେ ଲଢେଇ କରିବା ଠିକ ରହିବ ।"

ଏହା ମଧ୍ୟ ପଢନ୍ତୁ: Meta Threads: ପୁଣି କମିଲା ଥ୍ରେଡ୍ସ ଟ୍ରାଫିକ୍‌, 79 ପ୍ରତିଶତ ଡାଉନ୍‌

ଏହାପୂର୍ବରୁ ମାର୍କ ଜୁକରବର୍ଗ ଏକ ପୋଷ୍ଟରେ ପରୋକ୍ଷ ଭାବେ କହିଥିଲେ ଯେ, "ମୁଁ ଯୁଦ୍ଧରୁ ପଛଘୁଞ୍ଚା ଦେଉଛି । ଯଦି ପ୍ରକୃତରେ ମସ୍କ କେଜ ଫାଇଟକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ତାରିଖ ଜାଣିଛନ୍ତି ତେବେ ମୋ ପାଖରେ ପହଞ୍ଚିବାର ଉପାୟ ମଧ୍ୟ ତାଙ୍କୁ ଭଲ ଭାବେ ଜଣାଅଛି । ମୁଁ ସେହି ଲୋକଙ୍କ ସହିତ ପ୍ରତିଦ୍ବନ୍ଦିତା କରିବା ପାଇଁ ପସନ୍ଦ କରେ ଯିଏ କି ଯୁଦ୍ଧକୁ ଗମ୍ଭୀର ଭାବେ ନେଇଥାଏ ।"

ଥ୍ରେଡ୍ସ ଲଞ୍ଚ ହେବା ପରେ ମସ୍କ-ଜୁକରବର୍ଗଙ୍କ ମଧ୍ୟରେ ଫାଇଟ ଆରମ୍ଭ: ଗତ ମାସରେ ଟ୍ବିଟରକୁ ଟକ୍କର ଦେଇ ମେଟା ଲଞ୍ଚ କରିଥିଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ । ଏହାକୁ ନେଇ 52 ବର୍ଷୀୟ ମସ୍କ ଏହଂ 39 ବର୍ଷୀୟ ଜୁକରବର୍ଗ ମଧ୍ୟରେ ସାର୍ବଜନିକ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଥିଲା । ତେବେ ଥ୍ରେଡ୍ସ ଆପ ଲଞ୍ଚ ହେବା ପରେ ଏହାକୁ ନେଇ ୟୁଜର୍ସଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି । କିଛି ୟୁଜର୍ସ ଏହାକୁ ଟ୍ବିଟରର କପି ବୋଲି ମଧ୍ୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details