ଓଡିଶା

odisha

ETV Bharat / science-and-technology

ହେଲଥ ବେନେଫିଟ ସମ୍ପନ୍ନ ମେଡ୍‌ ଇନ୍‌ ଇଣ୍ଡିଆ ସ୍ମାର୍ଟ୍‌ୱାଚ୍, ଏଲିଷ୍ଟା ଇ' ସିରିଜ୍‌ ଲଞ୍ଚ୍‌ - ଏଲିଷ୍ଟା

Elista E series Smartwatch: ମୋବାଇଲ ସମ୍ବନ୍ଧିତ ଉପକରଣର ନିର୍ମାତା ଏଲିଷ୍ଟା ଜେନେରେସନ୍‌ ଜେଡ୍ ଉପଭୋକ୍ତାଙ୍କ ପାଇଁ ଲମ୍ବା ବ୍ୟାଟେରୀ ଲାଇଫ୍‌ ଥିବା ସ୍ମାର୍ଟ୍‌ ୱାଚ୍‌ ଲଞ୍ଚ୍‌ କରିଛନ୍ତି । ଏହାର ନାଁ ସ୍ମାର୍ଟରିଷ୍ଟ ଇ-୧, ସ୍ମାର୍ଟରିଷ୍ଟ ଇ-2 ଏବଂ ସ୍ମାର୍ଟରିଷ୍ଟ ଇ-୪ ଅଟେ । ଅଧିକ ପଢ଼ନ୍ତୁ

ହେଲଥ ବେନେଫିଟ ସମ୍ପର୍ନ୍ନ ମେଡ ଇନ ଇଣ୍ଡିଆ ସ୍ମାର୍ଟ ୱାଚ୍ ଲଞ୍ଚ
ହେଲଥ ବେନେଫିଟ ସମ୍ପର୍ନ୍ନ ମେଡ ଇନ ଇଣ୍ଡିଆ ସ୍ମାର୍ଟ ୱାଚ୍ ଲଞ୍ଚ

By ETV Bharat Odisha Team

Published : Dec 22, 2023, 6:39 AM IST

ନୂଆଦିଲ୍ଲୀ : ଇଲେକଟ୍ରୋନିକ୍ସ, ଘରୋଇ ଉପକରଣ, ଆଇଟି ଏବଂ ମୋବାଇଲ ସମ୍ବନ୍ଧିତ ଉପକରଣର ନିର୍ମାତା ଏଲିଷ୍ଟା ଜେନେରେସନ ଜେଡ୍ ଉପଭୋକ୍ତାଙ୍କ ପାଇଁ ଲମ୍ବା ବ୍ୟାଟେରୀ ଲାଇଫ ଥିବା ସ୍ମାର୍ଟ ୱାଚ୍‌ ଲଞ୍ଚ କରିଛନ୍ତି । ଏଲିଷ୍ଟା କମ୍ପାନୀ ନିଜର ନୂତନ ସ୍ମାର୍ଟରିଷ୍ଟ ଇ-ସିରିଜ ସ୍ମାର୍ଟୱାଚକୁ ମାର୍କେଟ୍‌ରେ ଲଞ୍ଚ୍‌ କରିଛି । ଏହି ସିରିଜରେ ସ୍ମାର୍ଟରିଷ୍ଟ ଇ-୧, ସ୍ମାର୍ଟରିଷ୍ଟ ଇ-2 ଏବଂ ସ୍ମାର୍ଟରିଷ୍ଟ ଇ-୪ ତିନୋଟି ଫିଚର ଯୁକ୍ତ ସ୍ମାର୍ଟ୍‌ୱାଚ୍‌ ସାମିଲ ରହିଛି । ଏଲିଷ୍ଟାର ଏହି ନୂଆରେଞ୍ଜର ସ୍ମାର୍ଟ୍‌ୱାଚ୍‌ର ଖୁଚୁରା ମାର୍କେଟ ଏବଂ ଆମାଜନରେ ପ୍ରାରମ୍ଭିକ ମୂଲ୍ୟ ୧,୨୯୯ ଟଙ୍କା ରହିଛି ।

ଏଲିଷ୍ଟାର ସିଇଓ ପବନ କୁମାର କହିଛନ୍ତି ଯେ, ଏହି ସ୍ମାର୍ଟ୍‌ୱାଚ୍‌ ଆକର୍ଷଣୀୟ ବିଶେଷତା ସହିତ ଆକର୍ଷକ ସୌନ୍ଦର୍ଯ୍ୟର ମିଶ୍ରଣ ଅଟେ । ଉନ୍ନତ ସ୍ବାସ୍ଥ୍ୟ ଏବଂ ଫିଟ୍‌ନେସ୍‌ କ୍ଷମତା ସହିତ ଉପୋଭୋକ୍ତାମାନଙ୍କୁ ସେମାନଙ୍କ ଆକାକ୍ଷିଂତ ଉଦ୍ଦେଶ୍ୟର ପ୍ରାପ୍ତି କରିବାରେ ସହାୟକ ହେବା ଆମର ଲକ୍ଷ୍ୟ । ସ୍ମାର୍ଟରିଷ୍ଟ ଇ-୧, ସ୍ମାର୍ଟରିଷ୍ଟ ଇ-2 ଏବଂ ସ୍ମାର୍ଟରିଷ୍ଟ ଇ-୪ ସ୍ମାର୍ଟ୍‌ୱାଚ୍‌ ୟୁଜର୍ସଙ୍କ ସ୍ବାସ୍ଥ୍ୟ ଏବଂ ଫିଟ୍‌ନେସ୍‌କୁ ମନିଟରିଂ କରିବାକୁ ବିଶେଷ ଧ୍ୟାନର ସହିତ ଡିଜାଇନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ପ୍ରାୟ ଘଣ୍ଟାଏ ପରେ ସଚଳ ହେଲା ଏକ୍ସ, ସର୍ଫିଂ କରିପାରୁଛନ୍ତି ୟୁଜର୍ସ

ଏହି ସ୍ମାର୍ଟ୍‌ୱାଚ୍‌ ଅକ୍ସିଜେନ ମନିଟରିଂ, ହାର୍ଟ ରେଟ୍‌ ମନିଟର, ବ୍ଲଡ୍‌ ପ୍ରେସର ମନିଟର, ସ୍ଲିପ୍‌ ମନିଟର ଏବଂ ପୁରା ଦିନରେ ମଣିଷର ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନ ଏବଂ ଶାରୀରିକ ଗତିବିଧି ଉପରେ ନଜର ରଖିବା ପାଇଁ ଏକ ପୋଡୋମିଟର ସହିତ ଅନେକ ସୁବିଧା ସାମିଲ ରହିଛି । ଏତଦ ବ୍ୟତୀତ ମେଡ୍‌ ଇନ୍‌ ଇଣ୍ଡିଆର ବ୍ଲୁ-ଟୁଥ୍‌ କନେକ୍ଟିଭିଟି ରହିଛି । ଏହା ଉଭୟ ଆଣ୍ଡ୍ରୋଏଡ୍‌ ଏବଂ ଆଇଓଏସ୍‌ର ସ୍ମାର୍ଟ୍‌ ଫୋନ୍‌ ଏବଂ ଟାବ୍ଲେଟ୍‌ରେ ଉପଲବ୍ଧ ହେବ । ସ୍ମାର୍ଟରିଷ୍ଟ ଇ-୧ ଏବଂ ସ୍ମାର୍ଟରିଷ୍ଟ ଇ-2ରେ ୫୧.୦୫ ମିମି ଆଇପିଏସ୍‌ ଡିସ୍‌ପ୍ଲେ ରହିବା ଦ୍ବାରା ଏହାକୁ ୬୦୦ NITSର ଚମକ ପ୍ରଦାନ କରିଥାଏ । କମ୍ପାନୀ କହିବା ମୁତାବକ ଥରେ ଚାର୍ଜ କରିବା ଦ୍ବାରା ଏହା ୧୫ ଦିନ ଯାଏଁ କାର୍ଯ୍ୟକ୍ଷମ ହୋଇପାରିବ । ଏଥିରେ କ୍ଲାଉଡ ଆଧାରିତ ୱାଚ୍‌ ଫେସ୍‌ ସହ ସର୍ବଦା ଅନ୍‌ ଡିସ୍‌ପ୍ଲେ ମୋଡ୍‌ର ସୁବିଧା ମିଳିଥାଏ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details