ହାଇଦ୍ରାବାଦ:ଆଜିକା ସମୟରେ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରନ୍ତି। ଫୋନ ବିନା ବଞ୍ଚିବା ଅସମ୍ଭବ ଭଳି ମନେ କରୁଛନ୍ତି ଜନସାଧାରଣ। ତେବେ ସ୍ମାର୍ଟଫୋନର ବ୍ୟାଟେରୀ ମନୁଷ୍ୟର ଜୀବନ ଭଳି, ଯଦି ବ୍ୟାଟେରୀ ସରିଯାଏ ତେବେ ଫୋନ କୌଣସି କାର୍ଯ୍ୟରେ ବ୍ୟବହାର ହୋଇପାରେ ନାହିଁ। ଆଜିକା ସମୟରେ ସମସ୍ତେ ଅଧିକ ସମୟ ଟାର୍ଜ ରହୁଥିବା ଫୋନ କିଣିବାକୁ ଚାହାନ୍ତି। ଯେପରିକି ଥରେ ଚାର୍ଜ କରିଲେ 2 ଦିନ ପର୍ଯ୍ୟନ୍ତ ଆବଶ୍ୟକତା ରହିବ ନାହିଁ।
ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜାରକୁ ଅନେକ ଲଙ୍ଗ ଲାଷ୍ଟିଂ ଫୋନ ଆସିଲାଣି। ତେବେ ଆପଣ ମଧ୍ୟ ଲଙ୍ଗ ଲାଷ୍ଟିଂ ବ୍ୟାଟେରୀ ଚାହୁଁଛନ୍ତି କି? ନଜର ପକାନ୍ତୁ 6000mAh ବ୍ୟାଟେରୀ ଫୋନ ଉପରେ। ଯାହା କେବଳ ବଜେଟରେ ଫିଟ୍ ହେବ ନାହିଁ, ବରଂ ବାରମ୍ବାର ଚାର୍ଜ କରିବାକୁ ମଧ୍ୟ ପଡିବ ନାହିଁ।
Samsung Galaxy F34: ଏହି ସାମସଙ୍ଗ ମୋବାଇଲରେ 6.5 ଇଞ୍ଚ ସୁପର AMOLED ଡିସପ୍ଲେ ଅଛି ଏବଂ ଏଥିରେ 120Hz ରିଫ୍ରେସ ରେଟ ମିଳିଥାଏ। କମ୍ପାନୀ ସାମସଙ୍ଗ ଗାଲାକ୍ସି F34 ଫୋନରେ ଇନ୍-ହାଉସ୍ Exynos1280 ଚିପସେଟ୍ ଦେଇଛି। ଯାହା 6 RAM ଏବଂ 128GB ଷ୍ଟୋରେଜ୍ ସହିତ ପେମ୍ବର କରାଯାଇଛି। ସାମସଙ୍ଗ ଗାଲାକ୍ସି F34 ଫୋନରେ 50MP ପ୍ରାଇମେରୀ କ୍ୟାମେରା ଏବଂ 13MP ଫ୍ରଣ୍ଟ କ୍ୟାମେରା ରହିଛି। ଏହି ଫୋନରେ ପାଓ୍ବାର ପାଇଁ 6000mAh ବ୍ୟାଟେରୀ ଅଛି, ଯାହା USB ଟାଇପ୍ ସି ପୋର୍ଟ ଏବଂ ଫାଷ୍ଟ ଚାର୍ଜିଂ ଚାର୍ଜର ଅଟେ। ଏତେ ଅନେକ ପ୍ରକାର ଫିଚର ମିଳିଥୁବା ଏହି ଫୋନର ଦାମ ମାତ୍ର 19 ହଜାର 999 ଅଟେ।