ଓଡିଶା

odisha

By ETV Bharat Odisha Team

Published : Jan 11, 2024, 6:17 PM IST

ETV Bharat / science-and-technology

ASUS ଲଞ୍ଚ କଲା ଡବଲ ସ୍କ୍ରିନ ଲାପଟପ, 10 ଘଣ୍ଟା ପର୍ଯ୍ୟନ୍ତ ଅନବରତ କାର୍ଯ୍ୟ

ASUS Zenbook DUO: ଜେନବୁକ ଡୁଓ ଲଞ୍ଚ କରିଲା ଆସୁସ । ଡବଲ ସ୍କ୍ରିନ ସୁବିଧା ରହିଥିବା ବେଳେ ଥରେ ଚାର୍ଜ କରିଲେ 10 ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଅଧିକ ପଢନ୍ତୁ

ASUS Zenbook DUO
ASUS Zenbook DUO

ହାଇଦ୍ରାବାଦ:ଆମେରିକାର ଲସ୍ ଭେଗାସ୍ ଠାରେ ଆୟୋଜିତ CES 2024 ଇଭେଣ୍ଟରେ ବିଶ୍ବର ଅନେକ କମ୍ପାନୀ ଇନୋଭେଟିକ ଟେକ୍ନୋଲୋଜି ଉପସ୍ଥାପନା କରୁଛନ୍ତି । ଏହି କ୍ରମରେ ଆସୁସ(ASUS) ଏକ ଲାପଟପ ଲଞ୍ଚ କରିଛି । ଏହାର ନାମ ASUS Zenbook DUO ରହିଛି । ସାଧାରଣତଃ ଲାପଟପରେ ଗୋଟିଏ ଡିସପ୍ଲେ ରହୁଥିବା ବେଳେ ଆସୁସ ଜେନବୁକ ଡୁଓରେ ଦୁଇଟି ଡିସପ୍ଲେ ରହିଛି । ଏହାର ଅର୍ଥ ଏହି ଲାପଟପରେ ଦୁଇଟି ସ୍କ୍ରିନ ରହିଛି ।

ଡିସପ୍ଲେ:

  • ଆସୁସର ଏହି ନୂଆ ଲାପଟପରେ ଦୁଇଟି OLED ଡିସପ୍ଲେ ରହିଛି ।
  • ପ୍ରଥମ ଡିସପ୍ଲେରେ ରେଜୋଲୁସନ 1920 x 1200 ପିକ୍ସେଲ ଏବଂ ରିଫ୍ରେସ ରେଟ 60Hz ରହିଛି ।
  • ଦ୍ବିତୀୟ ଡିସପ୍ଲେର ରେଜୋଲୁସନ 2880 x 1800 120Hz ରିଫ୍ରେସ ରେଟ ରହିଛି ।
  • ଉଭୟ ଡିସପ୍ଲେର ପିକ ବ୍ରାଇଟନେସ 500 ନିଟ୍ସ ଅଟେ ।

ପ୍ରୋସେସର:

  • ଏହି ଲାପଟପରେ ପ୍ରୋସେସର ପାଇଁ ଇଣ୍ଟେଲ କୋର ଅଲଟ୍ରା 9 185H ଚିପସେଟର ବ୍ୟବହାର ହୋଇଛି ।
  • ଏହା ବ୍ୟତୀତ ଏଥିରେ 32GB LPDDR5X RAM ରହିଛି ।
  • ଷ୍ଟୋରେଜ ପାଇଁ 2TB ସ୍ପେସ ଦିଆଯାଇଛି । ଏହା ଦ୍ବାରା ୟୁଜର୍ସଙ୍କୁ ଷ୍ଟୋରେଜର ଅଭାବ ରହିବ ନାହିଁ ।
  • ଲାପଟପ ଅପରେଟ ପାଇଁ କମ୍ପାନୀ ୱିଣ୍ଡୋଜ୍ 11 ଅପରେଟିଂ ସିଷ୍ଟମ୍ ବ୍ୟବହାର କରିଛି ।

ବ୍ୟାଟେରୀ ଏବଂ କନେକ୍ଟିଭିଟି:

  • ଦୁଇଟି ଡିସପ୍ଲେ ସହିତ ଆସୁସ ଏହି ଲାପଟପରେ 75Wର ବ୍ୟାଟେରୀ ଦେଇଛି ।
  • ଦୁଇଟି ଡିସପ୍ଲେ ବ୍ୟବହାର କରିବା ପରେ ମଧ୍ୟ ସାଢେ 10 ଘଣ୍ଟା ଚାଲିବ ଲାପଟପ ।
  • କନେକ୍ଟିଭିଟି ପାଇଁ HDMI ପୋର୍ଟ, 3.5 ମିମି ଅଡିଓ ଜ୍ୟାକ୍, USB A 3.2 ଏବଂ 2 ଥଣ୍ଡରବୋଲ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ: LGର କମାଲ, ଟ୍ରାନ୍ସପରେଣ୍ଟ ଟିଭି ଲଞ୍ଚ୍ କଲା କମ୍ପାନୀ

ଫିଚର:

  • ହରମନ କାର୍ଡନର ଏକ କଷ୍ଟମ ଫିଚର ରହିଛି ।
  • ଏଥିରେ ଏକ କିବୋର୍ଡ ରହିଛି ଯାହାକୁ ୟୁଜର୍ସ ଇଚ୍ଛା ମୁତାବକ ବ୍ୟବହାର କରିପାରିବେ । ଅର୍ଥାତ ସଂସ୍ଥାପିତ ଏବଂ ଅପରାସିତରେ କୌଣସି ସମସ୍ୟା ହୁଏ ନାହିଁ
  • ଟଚ୍ ପ୍ୟାଡ ସୁବିଧା ମଧ୍ୟ ରହିଛି ।

ଲାପଟପର ଦାମ୍:

  • ASUS Zenbook DUOର ଦାମ୍ ଆମେରିକାରେ 1499 ଡଲାର ରହିଛି । ଅର୍ଥାତ ଭାରତୀୟ ମୁଦ୍ରାରେ ଏହାର ଦାମ୍ 1 ଲକ୍ଷ 24 ହଜାର 413 ଟଙ୍କା ଅଟେ ।
  • ୟୁରୋପରେ ଏହାର ମୂଲ୍ୟ 2099 ୟୁରୋ ଅର୍ଥାତ ପ୍ରାୟ 1,91,298 ଟଙ୍କା ।
  • ସେହିପରି ବ୍ରିଟେନରେ 1600 ପାଉଣ୍ଡ ରହିଛି । ପ୍ରାୟ 1,69,526 ଟଙ୍କା ଅଟେ ।
  • ପ୍ରକାଶଥାଉକି, ଭାରତରେ ଏହି ଲାପଟପ ଲଞ୍ଚ ହେବା ନେଇ କୌଣସି ସୂଚନା ନାହିଁ । କିନ୍ତୁ ଖୁବ ଶୀଘ୍ର ଏହାକୁ ଲଞ୍ଚ କରାଯିବା ନେଇ ଆଶା କରାଯାଉଛି।

ABOUT THE AUTHOR

...view details