ଅନୁବାଦକ: କେଏଲଏନ ପ୍ରାଣଭି
ହାଇଦ୍ରାବାଦ:ଗତବର୍ଷ ମାଲାୟାଲମ ନ୍ୟୁଜ୍ ଚ୍ୟାନେଲ ଉପରେ ଲଗାଯାଇଥିଲା ନିଷେଧାଦେଶ । ଯାହାର ଶୁଣାଣି କରି ଏହି ନିଷେଧାଦେଶ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଗଣତନ୍ତ୍ରର ମୁହଁ ବନ୍ଦ କରିବାକୁ ସରକାର ନେଇଥିବା ନିଷ୍ପତ୍ତିକୁ ଭର୍ତ୍ସନା କରିଛନ୍ତି । ଦ ପ୍ରେସ୍ ଆଣ୍ଡ ପିରିୟୋଡିକାଲସ ରେଜିଷ୍ଟ୍ରେସନ ଆକ୍ଟ (The Press and Periodicals Act)ର ମୋଦି ସରକାର ଉଲ୍ଲଂଘନ କରିଥିବା ଦର୍ଶାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କୋର୍ଟ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ଗତ ୧୫୫ ବର୍ଷ ଧରି ପ୍ରଚଳିତ ହୋଇଆସୁଥିବା ଆଇନର ପରିବର୍ତ୍ତନ କରାଯାଇଛି । କର୍ପୋରେଟ୍ ପରିଚାଳନା ଓ ପ୍ରେସ ସ୍ବାଧୀନତା ଏହି ନୂଆ ଆଇନରେ ଅନ୍ତର୍ଭୁକ୍ତ ରହିଛି ।
ଗତ ସାଢ଼େ ୩ ବର୍ଷ ତଳେ, କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ ହୋଇଥିଲା । ଯେଉଁଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇ ଦର୍ଶାଯାଇଥିଲା ଯେ, ସାମ୍ବାଦିକତାର ସ୍ବାଧୀନତାକୁ ଆମେ ସମ୍ମାନ କରୁଛୁ । କିନ୍ତୁ ଆତ୍ମ ନିୟନ୍ତ୍ରଣ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏଣୁ ସାମ୍ବାଦିକମାନଙ୍କୁ ସମାଜ ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି । କାରଣ ଗଣତନ୍ତ୍ରର ସ୍ତମ୍ଭକୁ ମଜବୁତ କରିବାରେ ସାମ୍ବାଦିକଙ୍କ ଭୂମିକା ରହିଥାଏ । ହେଲେ ଅନେକ ସମୟରେ ଭୁଲ ତଥ୍ୟ ପ୍ରସାରଣ କରାଯାଉଥିବା ଅଭିଯୋଗ ହୋଇଥିଲା ।