ଲେଖକ- ଏ ଶ୍ରୀ ହରି ନାଇଡୁ (ଅର୍ଥନୈତିଜ୍ଞ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି)
ହାଇଦ୍ରାବାଦ:୧୬ତମ ଫାଇନାନ୍ସ କମିଶନ ବା ଅର୍ଥ ଆୟୋଗ ଚଳିତ ସପ୍ତାହରେ ଗଠନ ହୋଇପାରେ । ୧୫ତମ ଅର୍ଥ ଆୟୋଗର କାର୍ଯ୍ୟକାଳ ୨୦୨୫-୨୬ ପର୍ଯ୍ୟନ୍ତ ରହିଛି । ଆଗାମୀ ୫ ବର୍ଷ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରୁ ଟିକସ କେଉଁ ସୂତ୍ରରେ ବଣ୍ଟନ କରାଯିବ ତାହା ୧୬ତମ ଅର୍ଥ ଆୟୋଗ ନିଷ୍ପତ୍ତି ନିଆଯିବ । ଅର୍ଥ ଆୟୋଗ ହେଉଛି ଏକ ସାମ୍ବିଧାନିକ ସଂସ୍ଥା । ଧାରା ୨୮୦ ଅନୁଯାୟୀ ରାଷ୍ଟ୍ରପତି ଏହି ଆୟୋଗର ଗଠନ କରନ୍ତି । କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଟିକସ ରାଜସ୍ବ କିପରି ବଣ୍ଟନ କରାଯିବ ସେନେଇ ଆୟୋଗ କେନ୍ଦ୍ର ସରକାରଙ୍କୁ ସୁପାରିଶ କରେ । କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ କେଉଁ ଅନୁପାତରେ ଟିକସ ବଣ୍ଟନ କରାଯିବ ଏବଂ ତା’ପରେ ଅର୍ଥ କିପରି ରାଜ୍ୟ ମଧ୍ୟରେ ବଣ୍ଟନ କରାଯିବ ତାହା ସ୍ଥିର ହୋଇଥାଏ ।
ଏହାବାଦ ଧାରା ୨୭୦ ଏବଂ ୨୭୫ରେ ଅର୍ଥ ଆୟୋଗ ସମ୍ବନ୍ଧରେ ଅନ୍ୟ କିଛି ତଥ୍ୟ ମଧ୍ୟ ଉଲ୍ଲେଖ ରହିଛି । ଆୟୋଗର ନୀତି ହେଉଛି ସମାନତା । ଯାହାକି ପ୍ରତି ମୁଣ୍ଡପିଛା ଉପଲବ୍ଧତା ଏବଂ ଜନସେବାରେ ପହଞ୍ଚକୁ ନିଶ୍ଚିତ କରେ । ରାଷ୍ଟ୍ରପତି ଆୟୋଗର ରେଫରେନ୍ସ ସର୍ତ୍ତାବଳୀ ସ୍ଥିର କରନ୍ତି । ରାଷ୍ଟ୍ରପତି ବିଭିନ୍ନ ଆୟୋଗ ପାଇଁ ଭିନ୍ନ ଭିନ୍ନ ରେଫରେନ୍ସ ସ୍ଥିର କରନ୍ତି । ଯେପରିକି ୧୩ତମ ଅର୍ଥ ଆୟୋଗକୁ ୟୁନିଅନ୍ ଏବଂ ରାଜ୍ୟଗୁଡିକର ଆର୍ଥିକ ସ୍ଥିତିକୁ ବିଶ୍ଳେଷଣ ଓ ସମୀକ୍ଷା କରିବାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା । ଯାହାଦ୍ବାରା ସେମାନେ ବିବେଚନା କରିପାରିବେ ଯେ ଋଣ ସଂଯୋଜନା ଏବଂ ରିଲିଫ ସୁବିଧା (୨୦୦୫-୧୦)ର କାର୍ଯ୍ୟକାରିତା ଉପରେ କେତେ କାର୍ଯ୍ୟ କରାଯାଇଛି । ଏହା ପରେ ଆୟୋଗକୁ ୨୦୧୦-୧୫ ପାଇଁ ଏକ ରୋଡମ୍ୟାପ ପ୍ରସ୍ତାବ ଦେବାକୁ କୁହାଯାଇଥିଲା । ଯାହାଫଳରେ ଆର୍ଥିକ ସଂଶୋଧନ କରାଯାଇପାରିବ ।
ଏହାପରେ ୧୫ତମ ଅର୍ଥ ଆୟୋଗର କିଛି ରେଫରେନ୍ସ ବିବାଦକୁ ଆସିଥିଲା । ୧୯୭୧ ଜନଗଣନା ବଦଳରେ ୨୦୧୧ ଜନଗଣନା କାହିଁକି ବ୍ୟବହୃତ ହେଲା ? ରାଜସ୍ବ ନିଅଣ୍ଟ ବଦଳରେ କ୍ଷତିପୂରଣ ଦିଆଯିବା ଉଚିତ କି ନୁହେଁ ? ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ଦିଆଯାଇଥିବା ଅନାବଶ୍ୟକ ପାଣ୍ଠି ପାଇଁ କୌଣସି ଅଲଗା ବ୍ୟବସ୍ଥା ରହିବା ଉଚିତ କି ? ୧୯୬୯ ମସିହାରେ ପ୍ରଶାସନିକ ସଂସ୍କାର ଆୟୋଗ (ARC) ଯୋଜନା ଆୟୋଗ ଏବଂ ଅର୍ଥ ଆୟୋଗର କାର୍ଯ୍ୟକଳାପରେ ଥିବା ପ୍ରତିବାଦ ଉପରେ ମନ୍ତବ୍ୟ ଦେଇଥିଲା ।
ଏଆରସି କହିଥିଲା ଯେ ଅର୍ଥ ଆୟୋଗ କେବଳ କେନ୍ଦ୍ରୀୟ ଟିକସ ବଣ୍ଟନ ଏବଂ ଏହା ସମ୍ବନ୍ଧରେ ସୁପାରିଶ କରିବା ଉଚିତ । ଯେତେବେଳେ କି ଯୋଜନା ଆୟୋଗ ଉଭୟ ଯୋଜନା ଏବଂ ଅଣ-ଯୋଜନା ଅନୁଦାନ ଉପରେ ବିଚାର କରିବାର ଅଧିକାର ରହିଛି । ଉତ୍ତମ ସମନ୍ବୟ ପାଇଁ ଯୋଜନା ଆୟୋଗର ଜଣେ ସଦସ୍ୟ ଅର୍ଥ ଆୟୋଗରେ ଉପସ୍ଥିତ ହେବା ଉଚିତ । ଷଷ୍ଠ ଅର୍ଥ ଆୟୋଗରେ ଯୋଜନା ଆୟୋଗର ଜଣେ ସଦସ୍ୟ ମଧ୍ୟ ନିଯୁକ୍ତ ହୋଇଥିଲେ ।