launch-of-xposatellite-live
ଉତକ୍ଷେପଣ ହେଉଛି ଏକ୍ସପୋସାଟ୍ ସାଟେଲାଇଟ୍, ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଦେଖନ୍ତୁ LIVE - LIVE
<p>ହାଇଦ୍ରାବାଦ: ବର୍ଷର ପ୍ରଥମ ଦିନରେ ଇସ୍ରୋ ଏକ୍ସପୋସାଟ (XPoSat) ସାଟେଲାଇଟ ଉତକ୍ଷେପଣ କରିବାକୁ ଯାଉଛି ।ଆନ୍ଧ୍ର ପ୍ରଦେଶ ସ୍ଥିତ ଇସ୍ରୋର ସର୍ବବୃହତ୍ତ ମହାକାଶ କେନ୍ଦ୍ର ସତୀଶ ଧାଓ୍ବନ ସ୍ପେସ ସେଣ୍ଟରର ପ୍ରଥମ ଲଞ୍ଚପ୍ଯାଡରୁ ଏହି ଉତକ୍ଷେପଣ ହେବାକୁ ଯାଉଛି । XPoSat ଉପଗ୍ରହ ହେଉଛି ଏକ୍ସ-ରେ ପୋଲାରମିଟର ସାଟେଲାଇଟ । ଏହାକୁ PSLV-C58 ରକେଟ ସାହାଯ୍ୟରେ ପୃଥିବୀର କକ୍ଷପଥକୁ ଉତକ୍ଷେପଣ କରାଯିବ । ଏହି ଉପଗ୍ରହ ମହାକାଶ ଉପାଦନ ଓ ବ୍ଲାକହୋଲର ଅଧ୍ୟୟନ କରି ତଥ୍ୟ ପ୍ରଦାନ କରିବ । ଏକ୍ସ-ରେ ପୋଲାରାଇମିଟର ସାଟେଲାଇଟ୍ ମହାକାଶରେ ଏକ୍ସ-ରେ ଉତ୍ସଗୁଡିକର ପୋଲାରାଇଜେସନ ବିଷୟରେ ନୂତନ ଜ୍ଞାନ ପ୍ରଦାନ କରିବାରେ ସାହାଯ୍ୟ କରିବ । ପୂର୍ବରୁ, ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ 2021 ମସିହାରେ ମଧ୍ୟ ଏହି ପ୍ରକାରରେ ମହାକାଶ ମିଶନ ଆରମ୍ଭ କରିଥିଲା । ଏବେ ଭାରତ ମଧ୍ୟ ବର୍ଷ ଆରମ୍ଭରୁ ଏହି ଅଧ୍ୟୟନ ଆରମ୍ଭ କରିବାକୁ ଯାଉଛି । ଚନ୍ଦ୍ରଯାନର ସଫଳତା ପରେ ଭାରତ ଏବେ ବିଶ୍ବର ଏକ ପ୍ରମୁଖ ମହାକାଶ ଶକ୍ତି ଭାବେ ସ୍ବୀକୃତି ପାଇସାରିଛି । ଭାରତର ପ୍ରତ୍ୟେକ ମହାକାଶ ମିଶନ ଉପରେ ଏବେ ବିକଶିତ ରାଷ୍ଟ୍ରସମୂହଙ୍କ ନଜର ରହିଛି ।</p>
Published : Jan 1, 2024, 9:07 AM IST
|Updated : Jan 1, 2024, 9:24 AM IST
Last Updated : Jan 1, 2024, 9:24 AM IST