ଓଡିଶା

odisha

ETV Bharat / lifestyle

ମନି ପ୍ଲାଣ୍ଟ ରଖିଛନ୍ତି କି? ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁଶାସ୍ତ୍ରରେ ବିଶ୍ବାସ ରଖି ନିଜ ଘରେ ଏବଂ ଅଫିସରେ ରଖୁଥିବା ମନି ପ୍ଲାଣ୍ଟ ଗଛ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିବା ବଦଳରେ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟକୁ କିପରି ରଖିବେ ନିଜ ମନପସନ୍ଦ ସ୍ଥାନରେ ।

By

Published : Feb 16, 2019, 4:02 PM IST

ପ୍ରତୀକାତ୍ମକ ଫଟୋ

ସାଧାରଣତଃ ବାସ୍ତୁଶାସ୍ତ୍ରରେ ବିଶ୍ବାସ ରଖୁଥିବା ବ୍ୟକ୍ତି ନିଜ ଘରେ ଏବଂ ଅଫିସରେ ମନି ପ୍ଲାଣ୍ଟ ରଖିଥାନ୍ତି। କୁହାଯାଏ ଏହାକୁ ରଖିଲେ ଘରେ ସୁଖ, ସମୃଦ୍ଧି ଏବଂ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ରଖିବାର କିଛି ନିର୍ଦ୍ଧିଷ୍ଟ ଉପାୟ ରହିଛି । ଯଦି ଏଥିରେ କିଛି ତ୍ରୃଟି ଦେଖାଯାଏ ତାହେଲେ ଏହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିବା ବଦଳରେ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟକୁ କିପରି ରଖିବା ଉଚିତ ।

  • ମନି ପ୍ଲାଣ୍ଟକୁ କେବେ ହେଲେ ଉତ୍ତର-ପୂର୍ବ ଦିଗ ବା ଐଶାନ୍ୟ କୋଣରେ ରଖନ୍ତୁ ନାହିଁ । ମନି ପ୍ଲାଣ୍ଟ ଗଛ ପାଇଁ ଏହି ଦିଗ ସବୁଠୁ ନକାରାତ୍ମକ ଦିଗ ବୋଲି କୁହାଯାଏ । ଏହି ଦିଗରେ ମନି ପ୍ଲାଣ୍ଟ ରଖିବା ଦ୍ୱାରା ଅର୍ଥ ହାନୀ ହେବାର ସମ୍ଭାବନା ବଢିଥାଏ ।
  • ମନି ପ୍ଲାଣ୍ଟ ଗଛକୁ କେବେ ବି ଝାଉଁଳିବାକୁ ଦିଅନ୍ତୁ ନାହିଁ । ପ୍ରତିଦିନ ଏହାକୁ ପାଣି ଦିଅନ୍ତୁ , କାରଣ ଗଛ ସୁଖିଯିବା ଘର ପାଇଁ ଅଶୁଭ ହୋଇଥାଏ ।
  • ମନି ପ୍ଲାଣ୍ଟକୁ ଭୂଇଁରେ ବଢିବାକୁ ଦିଅନ୍ତୁ ନାହିଁ । ଏହାକୁ ସର୍ବଦା ଉପରକୁ ବଢିବାକୁ ଦିଅନ୍ତୁ । ଏହା ଦ୍ୱାରା ଧନ-ସମ୍ପତ୍ତି ବୃଦ୍ଧି ହୋଇଥାଏ ।
  • ବାସ୍ତୁଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ । ଏହି ଦିଗ ଜଳ ତତ୍ତ୍ବର ଦିଗ ବୋଲି କୁହାଯାଇଥାଏ । ତେଣୁ ମନି ପ୍ଲାଣ୍ଟକୁ ଏହି ଦିଗରେ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

For All Latest Updates

ABOUT THE AUTHOR

...view details