ଓଡିଶା

odisha

ETV Bharat / lifestyle

ମୁହଁର ସୌନ୍ଦର୍ଯ୍ୟ ପାଇଁ କେତେ ଉପକାରୀ ଏହି ଡାଲି, ପଢନ୍ତୁ

ଓଡିଆ ଘରମାନଙ୍କରେ ଭାତ ବଢା ହେଲେ ଆଗେ ଡାଲି ଖୋଜା ହୁଏ। ତେଣିକି ସେ ହରଡ ହେଉ କିମ୍ବା କୋଳଥ। ଶରୀର ବୃଦ୍ଧି ପାଇଁ ଡାଲି ଯେତିକି ଆବଶ୍ୟକ, କେଶ ଓ ମୁହଁର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଡାଲି ସେତିକି ଆବଶ୍ୟକ। ଏହା ଶରୀରକୁ ପ୍ରୋଟିନ ଯୋଗାଇଥାଏ। ତେଣୁ ଡାଲି ସମସ୍ତଙ୍କର ମୁଖ୍ୟ ପସନ୍ଦ ହୋଇଥାଏ।

By

Published : Mar 6, 2019, 6:37 AM IST

Updated : Mar 16, 2019, 4:34 PM IST

ପ୍ରତିକାତ୍ମକ ଫଟୋ

ଓଡିଆ ଘରମାନଙ୍କରେ ଭାତ ବଢା ହେଲେ ଆଗେ ଡାଲି ଖୋଜା ହୁଏ। ତେଣିକି ସେ ହରଡ ହେଉ କିମ୍ବା କୋଳଥ। ଶରୀର ବୃଦ୍ଧି ପାଇଁ ଡାଲି ଯେତିକି ଆବଶ୍ୟକ, କେଶ ଓ ମୁହଁର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଡାଲି ସେତିକି ଆବଶ୍ୟକ। ଏହା ଶରୀରକୁ ପ୍ରୋଟିନ ଯୋଗାଇଥାଏ। ତେଣୁ ଡାଲି ସମସ୍ତଙ୍କର ମୁଖ୍ୟ ପସନ୍ଦ ହୋଇଥାଏ।

ଡାଲିମାନଙ୍କ ମଧ୍ୟରେ ହରଡ ରାଜା ହେଲେ ମଧ୍ୟ ମସୁର ଡାଲିକୁ ପସନ୍ଦ କରୁଥିବା ଲୋକଙ୍କର ଚାହିଦା ଖୁବ୍ ଅଧିକ। ଏହାକୁ ଡାଲି କିମ୍ବା ଡାଲମା କଲେ ବଢିଆ ଲାଗିଥାଏ। ଏହି ଡାଲିରେ କ୍ୟାଲସିୟମ, ଫସଫରସ, ମ୍ୟାଗ୍ନେସିୟମ ଓ ପୋଷକ ତତ୍ତ୍ବ ରହିଥାଏ। ଖାଲି ଖାଇବା ପାଇଁ ଯେ ମସୁରକୁ ବ୍ୟବହାର କରାଯାଏ, ତାହା ନୁହେଁ, ଉଜ୍ଜ୍ବଳ ତ୍ବଚା ପାଇଁ ମଧ୍ୟ ମସୁର ଡାଲିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।


ତେବେ ଚାଲନ୍ତୁନା ଜାଣିବା ଏହି ଡାଲିର ଉପକାରିତା ସମ୍ପର୍କରେ...


ପ୍ରଥମେ କିଛି ମସୁର ଡାଲିକୁ ନେଇ ପୋଡି ଦିଅନ୍ତୁ। ପରେ ଏହାର ପାଉଁଶକୁ ଦାନ୍ତରେ ରଗଡନ୍ତୁ। ଏହାଦ୍ବାରା ଦାନ୍ତ ସମ୍ବନ୍ଧୀୟ ସମସ୍ତ ରୋଗ ଦୂର ହୋଇଯାଇଥାଏ। ଦାନ୍ତ ମକାମଞ୍ଜି ଭଳି ଚିକଚିକ କରିଥାଏ।

ମସୁର ଡାଲିକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାନ୍ତୁ। ଏହାଦ୍ବାରା ତ୍ବଚା ନରମ ରହିବା ସହ କୋମଳ ମଧ୍ୟ ହୋଇଥାଏ। ଏହି ଡାଲି ତ୍ବଚାରୁ ଅତିରିକ୍ତ ତୈଳାକ୍ତ ଅଂଶ ମଧ୍ୟ କମ କରିଥାଏ। ମୁହଁରେ ଥିବା କଳାକଳା ଦାଗ ମଧ୍ୟ ହଟିଯାଇଥାଏ।

ମସୁର ଡାଲି ପେଷ୍ଟ ତ୍ବଚାରୁ ଭାଙ୍ଗ ଏବଂ ବ୍ରଣ ଦୂର କରିଥାଏ। ମସୁର ଡାଲି ପେଷ୍ଟରେ ଘିଅ କିମ୍ବା କ୍ଷୀର ମିଶାଇ ଲଗାଇଲେ ତ୍ବଚାରେ ଲଗାଇଲେ ଏହା ତ୍ବଚାକୁ ଗୋରା କରିବା ସଙ୍ଗେ ସଙ୍ଗେ ଉଜ୍ଜ୍ବଳ କରିଥାଏ।

ମସୁର ଡାଲିକୁ ସୁପ କରି ପିଇଲେ ଏହା ରକ୍ତରେ କୋଲଷ୍ଟ୍ରଲ ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ଏହାସହିତ ଏହା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରିଥାଏ।

Last Updated : Mar 16, 2019, 4:34 PM IST

ABOUT THE AUTHOR

...view details