ବୟସ ବଢିବା ସହ ମୁହଁରେ ତାହାର ପ୍ରଭାବ ଦେଖାଯିବା ଏକ ସ୍ବଭାବିକ ପ୍ରକ୍ରିୟା। ସମୟ ସହ ଏହା ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ହେଲେ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ବୟସ ପୂର୍ବରୁ ହିଁ ଏହାର ସଙ୍କେତ ଦେଖିବାକୁ ମିଳୁଛି।
ତେବେ ଦୈନନ୍ଦିନ ଜୀବନରେ ଅନିୟମିତତା ଓ ଖାଦ୍ୟପେୟରେ ପରିବର୍ତ୍ତନ ପାଇଁ ଏପରି ସମସ୍ୟା ଦେଖାଯାଉଛି।ଏଥିପାଇଁ ଡାଏଟ ପରିବର୍ତ୍ତନ ଓ ଦୈନନ୍ଦିନ ଜୀବନରେ କିଛି କାର୍ଯ୍ୟ କରିବା ଜରୁରୀ। ଯାହା ଆପଣଙ୍କ ଚେହେରାରେ ବୟସର ଛାପକୁ ଅଦିନିଆ ନିମନ୍ତ୍ରଣ କରିବ ନାହିଁ।
ଯୁବାବସ୍ଥାରୁ ଆସିବାକୁ ଦିଅନ୍ତୁ ନାହିଁ ବୟସ ଛାପ 1. ଅତ୍ୟଧିକ ମିଠା ଖାଇବା ସବୁ ଅସୁବିଧାର ମୂଳ କାରଣ। ଯଦି ଆପଣ ପ୍ରତ୍ୟେକ ଦିନ ଅତ୍ୟଧିକ ମିଠା ଖାଉଛନ୍ତି ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇବ। ଏହାସହ ଆସ୍ତେ ଆସ୍ତେ ମୁହଁରେ ଭାଙ୍ଗ ଦେଖାଯିବ। ଏପଟେ ଅତ୍ୟଧିକ ଚିନି ମଧୁମେହର ମୁଖ୍ୟ କାରଣ ତେଣୁ ଯଥାସମ୍ଭବ କମ ଚିନି ଖାଇବା ଦରକାର।
ଯୁବାବସ୍ଥାରୁ ଆସିବାକୁ ଦିଅନ୍ତୁ ନାହିଁ ବୟସ ଛାପ 2. ମଦ ପିଇବା ବର୍ତ୍ତମାନ ସମୟରେ ଏକ ଫ୍ୟାସନରେ ପରିଣତ ହୋଇଗଲାଣି। ଏମିତିକି ପ୍ରତ୍ୟେକ ଦିନ ଅଳ୍ପ ପରିମାଣର ଆଲକୋହଲ ନେବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ଶରୀରର କାର୍ଯ୍ୟକାରୀ କ୍ଷମତାକୁ ହ୍ରାସ କରିଥାଏ। ଯାହାଫଳରେ ବୟସ ବୃଦ୍ଧି ହେବା ସହ ସମୟ ପୂର୍ବରୁ ବୁଢାବୁଢୀ ଦେଖାଯିବେ।
ଯୁବାବସ୍ଥାରୁ ଆସିବାକୁ ଦିଅନ୍ତୁ ନାହିଁ ବୟସ ଛାପ 3. ଅଳ୍ପ ନିଦ୍ରା ଶରୀର ପାଇଁ କ୍ଷତିକାରକ। କାର୍ଯ୍ୟ ବ୍ୟସ୍ତତା ପାଇଁ ଲୋକେ ସଠିକ୍ ଭାବେ ଶୋଇପାରୁ ନାହାଁନ୍ତି। ଏକ ଗବେଷଣାକୁ ଜଣାପଡିଛି ପ୍ରତ୍ୟେକ ଦିନ ହାରାହାରି 8 ରୁ 10 ଘଣ୍ଟା ଶୋଇବା ଜରୁରୀ। ଯଦି ଆପଣ ଠିକ୍ ଭାବେ ଶୋଇ ପାରୁନାହାଁନ୍ତି ତେବେ ସତର୍କ ରୁହନ୍ତୁ। କାରଣ ଏହା ମେଦବହୁଳା କରିବା ସହ ଶରୀରକୁ କମଜୋର କରିଦେବ। ଯଦି ଆପଣ ଏକ ଡାଏଟକୁ ସଠିକ୍ ଭାବେ ଫଲୋ କରିବେ ନାହିଁ। ତେବେ ଯୁବା ବୟସରୁ ବୟସର ଦାଗ ମୁହଁରେ ଦେଖାଯିବ।
ଯୁବାବସ୍ଥାରୁ ଆସିବାକୁ ଦିଅନ୍ତୁ ନାହିଁ ବୟସ ଛାପ