ଓଡିଶା

odisha

ETV Bharat / lifestyle

ଏଭଳି ଦୂର କରନ୍ତୁ ଅଣ୍ଟାବିନ୍ଧା ସମସ୍ୟା

ବୃଦ୍ଧ ହେଉ ଅବା ଯୁବପୀଢି ସମସ୍ତଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ସମୟରେ ଅଣ୍ଟାବିନ୍ଧା ସମସ୍ୟା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଲାଣି ।

ପ୍ରତୀକାତ୍ମକ ଫଟୋ

By

Published : Feb 16, 2019, 10:44 AM IST

- ପ୍ରତିଦିନ ସକାଳୁ ସୋରିଷ କିମ୍ବା ନଡିଆ ତେଲରେ ରସୁଣର ୩/୪ ପାଖୁଡା ପକାଇ ଗରମ କରନ୍ତୁ । ଥଣ୍ଡା ହେବା ପରେ ଏହାକୁ ଅଣ୍ଟାରେ ଭଲ ଭାବେ ମାଲିସ୍‌ କରନ୍ତୁ । ଏପରି କରିବା ଦ୍ୱାରା ଅଣ୍ଟାବିନ୍ଧା ସମସ୍ୟାରୁ ମୁକ୍ତି ମିଳିବ।

- ଜୁଆଣିକୁ ଅଳ୍ପ ଆଞ୍ଚରେ ଭାଜି ଦିଅନ୍ତୁ । ଥଣ୍ଡା ହେବା ପରେ ଜୁଆଣିକୁ ଚୋବାଇ ଢ଼ୋକିଦିଅନ୍ତୁ । ନିୟମିତ ରୂପେ ଏପରି କଲେ ଅଣ୍ଟାବିନ୍ଧାରୁ ରକ୍ଷା ପାଇ ପାରିବେ ।

- ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ କାମ କରନ୍ତୁ ନାହିଁ । ପ୍ରତି ୪୦ ମିନିଟ୍‌ରେ ଥରେ ଚଲାବୁଲା କରନ୍ତୁ ।

- ନିୟମିତ ରୂପେ ଯୋଗ କଲେ ଅଣ୍ଟାବିନ୍ଧାରୁ ରକ୍ଷା ମିଳେ । ଭୂଜଙ୍ଗାସନ, ଶଲଭାସନ, ହଳାସନ ଆଦି ଯୋଗାସନ କରିବା ଦ୍ୱାରା ଅଣ୍ଟାବିନ୍ଧାରୁ ମୁକ୍ତି ମିଳେ ।

For All Latest Updates

ABOUT THE AUTHOR

...view details