ଖାଦ୍ୟ ସୁରକ୍ଷା ନେଇ ଜାଣି ରଖନ୍ତୁ କିଛି ଜରୁରୀ ଟିପ୍ସ - ଟିପ୍ସ
ସ୍ବାସ୍ଥ୍ୟକର ଜୀବନଯାପନ ପାଇଁ ଖାଦ୍ୟ ଯେତିକି ଆବଶ୍ୟକୀୟ, ଖାଦ୍ୟର ସୁରକ୍ଷା ସେତିକି ଗୁରୁତ୍ବପୂର୍ଣ୍ଣ । ତେଣୁ ବିଶ୍ବ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଜାଣି ରଖନ୍ତୁ ଖାଦ୍ୟ ସମ୍ବନ୍ଧୀୟ କିଛି ଜରୁରୀ ଟିପ୍ସ...
ପ୍ରତୀକାତ୍ମକ ଫଟୋ
ନୂଆଦିଲ୍ଲୀ: ସ୍ବାସ୍ଥ୍ୟକର ଜୀବନଯାପନ ପାଇଁ ଖାଦ୍ୟ ଯେତିକି ଆବଶ୍ୟକୀୟ, ଖାଦ୍ୟର ସୁରକ୍ଷା ସେତିକି ଗୁରୁତ୍ବପୂର୍ଣ୍ଣ । ନିକଟରେ କରାଯାଇଥିବା ଏକ ସର୍ଭେରୁ ସ୍ପଷ୍ଟ କି ବିଶ୍ବରେ ପ୍ରତି 10 ଜଣଙ୍କ ମଧ୍ୟ ଜଣେ ଖାଦ୍ୟ ଜନିତ ରୋଗରେ ଆକ୍ରାନ୍ତ । ଏଥିସହ ପ୍ରତିବର୍ଷ 4,20,000 ଲୋକେ ଏଥିପାଇଁ ମୃତ୍ୟୁବରଣ କରିଥାଆନ୍ତି । ତେଣୁ ବିଶ୍ବ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଜାଣି ରଖନ୍ତୁ ଖାଦ୍ୟ ସମ୍ବନ୍ଧୀୟ କିଛି ଜରୁରୀ ଟିପ୍ସ...
- ଦୋକାନରୁ ପ୍ୟାକ୍ ହୋଇଥିବା ଖାଦ୍ୟ ସାମଗ୍ରୀ କିଣୁଥିବା ସମୟରେ ଏହାର ମ୍ୟାନୁଫ୍ୟାକ୍ଚର ତାରିଖ ଓ ବ୍ୟବହାରର ସମୟ ସୀମା ଭଲ ଭାବେ ପରଖି ନିଅନ୍ତୁ । ଏଥିସହ ପରିବା ଓ ଫଳ କିଣୁଥିଲେ ଏହା ତାଜା ଅଛି କି ନାହିଁ ତାହା ଦେଖି ନିଅନ୍ତୁ ।
- ଖାଦ୍ୟକୁ ସଠିକ୍ ତାପମାତ୍ରାରେ ଷ୍ଟୋର କରନ୍ତୁ । କଞ୍ଚା ମାଂସ, ଅଣ୍ଡା ଆଦିକୁ ଅଲଗା ରଖନ୍ତୁ । ମୁଖ୍ୟତଃ ପନିପରିବା ଓ ସସ୍ ଆଦିକୁ ଏଭଳି ସ୍ଥାନରେ ରଖନ୍ତୁ ଯେଉଁଠାରେ ଏଥିରେ ପବନ ବାଜି ପାରୁଥିବ । ସମ୍ପୂର୍ଣ୍ଣ ଭାବେ ଏହାକୁ ନିବୁଜ ରଖନ୍ତୁ ନାହିଁ ।
- ପ୍ୟାକ୍ ହୋଇଥିବା ଖାଦ୍ୟ ଓ ପନିପରିବା ଆଦିକୁ ଷ୍ଟୋର କରିବା ପୂର୍ବରୁ ଭଲ ଭାବେ ଧୋଇ ନିଅନ୍ତୁ । ଫଳରେ ଏଥିରେ ବ୍ୟାକ୍ଟେରିଆ ଲାଗିବେ ନାହିଁ ।
- ତେବେ କେଉଁ ବୟସ ସୀମାର ଲୋକଙ୍କୁ କେଉଁ ପ୍ରକାର ଖାଦ୍ୟ ଖାଇବା ଦରକାର ତାହା ନିଜ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।