ନୂଆଦିଲ୍ଲୀ: ଆଜିକାଲି 'ସୋସିଆଲ ଆନ୍ସାଇଟି ଆଟାକ' ଶବ୍ଦଟି ଅଧିକ ବ୍ୟବହାର ହେଉଛି । କିନ୍ତୁ ଏହାର ପ୍ରକୃତ ଅର୍ଥ ଏମାନଙ୍କୁ ଜଣାନଥାଏ। ଏହି ସୋସିଆଲ ଆନ୍ସାଇଟି ଅନେକଙ୍କ ପାଇଁ ବଡ ସମସ୍ୟା ପାଲଟିଥାଏ। ଅନ୍ୟ କାହା ସହ ଥିବା ସଂପର୍କକୁ ଆଗକୁ ନେବା ସମୟରେ ହେଉ କିମ୍ବା ଭବିଷ୍ୟତ ଚିନ୍ତା ହେଉ। ବ୍ୟକ୍ତି ଜଣକ ଏହାକୁ ନେଇ ଅଧିକ ଚିନ୍ତା କରିଥାନ୍ତି। ସେମାନଙ୍କୁ ଭୟ,ପସନ୍ଦ ନଆସିବା ସହ ପରିସ୍ଥିତି ସହ ଖାପ ଖୁଆଇବାରେ ଦେଖାଦେଇଥାଏ ଅନେକ ସମସ୍ୟା । ଯେଉଁଠି ଅନ୍ୟ ଲୋକଙ୍କ ପାଇଁ ଏହା ସାଧାରଣ କଥା।
ତେବେ ଆସନ୍ତୁ ଜାଣିବା କିପରି ଏହି ସମସ୍ୟାକୁ ସାମନା କରିବେ ଆପଣ
ସର୍ବଦା ଆପଣଙ୍କ କମର୍ଫଟ ଜୋନରୁ ବାହାରିବା ପାଇଁ ପ୍ରସ୍ତୁତ ରୁହନ୍ତୁ
ଆପଣଙ୍କ କମଫର୍ଟ ଜୋନରେ ରହିବା ଦ୍ବାରା ଆପଣଙ୍କର କୌଣସି ସମସ୍ୟା ଦୂର ହେବ ନାହିଁ ବରଂ ବଢିବ । ତେଣୁ ସର୍ବଦା ଚେଷ୍ଟା କରନ୍ତୁ ଆପଣଙ୍କ କମଫର୍ଟ ଜୋନରୁ ବାହାରି ଅନ୍ୟ ଲୋକଙ୍କ ସହ ମିଳାମିଶା କରିବା । ଆପଣଙ୍କ ଭିତରେ ଥିବା ଭୟକୁ ଆପଣ ଏପରି ଦୂର କରି ପାରିବେ । ନଚେତ କେବେ ବି ଆପଣଙ୍କ ଭୟ ଆପଣଙ୍କୁ ଛାଡିଯିବ ନାହିଁ।
କନଫିଡେଣ୍ଟ ହେବାକୁ ଚେଷ୍ଟା କରନ୍ତୁ