ଓଡିଶା

odisha

ETV Bharat / lifestyle

ୱାର୍କ ଫ୍ରମ ହୋମରେ ପ୍ୟାଣ୍ଟ ପିନ୍ଧୁନାହାଁନ୍ତି କର୍ମଚାରୀ ! - workers not in formal attire in work from home

ଲକଡାଉନରେ ଚାଲିଛି ୱାର୍କ ଫ୍ରମ ହୋମ । ହେଲେ ଘରେ ରହି କାମ କରିବା ସମୟରେ 47 ପ୍ରତିଶତ କର୍ମଚାରୀ ବିନା ପ୍ୟାଣ୍ଟରେ କାମ କରୁଛନ୍ତି । ଅଧିକ ପଢନ୍ତୁ...

ୱାର୍କ ଫ୍ରମ ହୋମରେ ପ୍ୟାଣ୍ଟ ପିନ୍ଧୁନାହାନ୍ତି କର୍ମଚାରୀ
ୱାର୍କ ଫ୍ରମ ହୋମରେ ପ୍ୟାଣ୍ଟ ପିନ୍ଧୁନାହାନ୍ତି କର୍ମଚାରୀ

By

Published : May 6, 2020, 3:23 PM IST

ୱାଶିଂଟନ: ଲକଡାଉନ ଯୋଗୁଁ ୱାର୍କ ଫ୍ରମ ହୋମର କଲଚର ଚାରିଆଡେ ବୃଦ୍ଧି ପାଇଛି । ନିକଟରେ ଆମେରିକାରେ ଏକ ଚ୍ୟାନେଲରେ ଦେଖାଦେଇଥିଲା ଯେ ଜଣେ ମହିଳା ରିପୋର୍ଟର ବିନା ପ୍ୟାଣ୍ଟ ଅର୍ଥାତ ସର୍ଟ୍ସରେ ଉପସ୍ଥାପନା ଦେଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ନାନା ଆଲୋଚନା ସମାଲୋଚନା ମଧ୍ୟ ହୋଇଥିଲା । ତେବେ ଏନେଇ ଏକ ସଂସ୍ଥା ଅନଲାଇନରେ ଏକ ସର୍ଭେ କରିଥିଲା । ଯେଉଁଠୁ ଏହା ସ୍ପଷ୍ଟ ହୋଇଛି ଯେ ୱାର୍କ ଫ୍ରମ ହୋମରେ 47 ପ୍ରତିଶତ କର୍ମଚାରୀ ସର୍ଟ୍ସରେ କାମ କରୁଛନ୍ତି ।

ଏପରିକି ଭିଡିଓ କନଫରେନ୍ସ ସମୟରେ 48 ପ୍ରତିଶତ ପୁରୁଷ ନିଜ ମୁଣ୍ଡ ମଧ୍ୟ କୁଣ୍ଢାଉ ନାହାନ୍ତି । ଏମିତିକି ସର୍ଭେରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ପ୍ୟାଣ୍ଟ, ଜୋତା, ମୋଜା ଆଦି ପିନ୍ଧୁ ନାହାନ୍ତି । ଯେତେବେଳେ କି 5 ପ୍ରତିଶତ ଲୋକ ଏହା ସ୍ବୀକାର କରିଛନ୍ତି ଯେ କେବେ କେବେ କାମ କରୁଥିବା ସମୟରେ ପ୍ୟାଣ୍ଟ ପିନ୍ଧି କାମ କରିଥାନ୍ତି । 53 ପ୍ରତିଶତ ଲୋକ ସ୍ବୀକାର କରିଛନ୍ତି ଯେ କାମ କରୁଥିବା ସମୟରେ ପାଇଜାମା ପିନ୍ଧି କାମ କରିଥାନ୍ତି ।

ସେପଟେ 54 ପ୍ରତିଶତ ଲୋକ ଏହା ସ୍ବାକାର କରିଛନ୍ତି ଯେ ଭିଡିଓ କନଫରେନ୍ସ କରିବାର କିଛି ସମୟ ପୂର୍ବରୁ ହିଁ ମୁଣ୍ଡ କୁଣ୍ଡାଇ ଥାନ୍ତି । ଯେତବେଳେ କି 51 ପ୍ରତିଶତ କର୍ମଚାରୀ କହିଛନ୍ତି ଯେ ଭିଡିଓ କନଫରେନ୍ସ ପୂର୍ବରୁ ହିଁ ସେମାନ ନିଜ ମୁହଁ ଧୋଇଥାନ୍ତି । ଏମିତିକି 49 ପ୍ରତି କର୍ମଚାରୀ ଏହା ସ୍ବୀକାର କରିଛନ୍ତି ଯେ ଭିଡିଓ କନଫରେନ୍ସ ପୂର୍ବରୁ ସେମାନେ ଦାନ୍ତ ଘଷିଥାନ୍ତି ।

39 ପ୍ରତିଶତ ଲୋକ କହିଛନ୍ତି ଯେ ଘରେ କାମ କରୁଥିବାବେଳେ ସେମାନେ ଫର୍ମାଲ କପଡା ପରିଧାନ କରିଥାନ୍ତି । ଏବଂ 29 ପ୍ରତିଶତ ସ୍ବୀକାର କରିଛନ୍ତି ଯେ ଭିଡିଓ କନଫରେନ୍ସ ସମୟରେ ନିଜ ଲ୍ୟାପଟପକୁ ଏମିତି ସେଟ କରିଥାନ୍ତି ଯେ ଯେମିତି କ୍ୟାମେରାର ତଳ ଭାଗ କିଛି ଦେଖା ନଯାଏ ।

For All Latest Updates

ABOUT THE AUTHOR

...view details