ଓଡିଶା

odisha

ETV Bharat / lifestyle

ବଜେଟ ସେଗମେଣ୍ଟରେ ଲଞ୍ଚ ହେଲା Nokia C3 - nokia c3 smartphone launched in budget segment

Nokia C3 ବଜେଟ ସେଗମେଣ୍ଟରେ ଆସିଛି । ଏଥିରେ ପାଓ୍ବାରଫୁଲ ପ୍ରୋସେସର ର ସୁବିଧା ରହିଛି । ପାଓ୍ବାର ପାଇଁ ଏଥିରେ 3,040 mAh ବ୍ୟାଟେରୀ ରହିଛି । ଅଧିକ ପଢନ୍ତୁ...

ବଜେଟ ସେଗମେଣ୍ଟରେ ଲଞ୍ଚ ହେଲା Nokia C3, Realme C11 ସହ ହେବ କଡା ଟକ୍କର
ବଜେଟ ସେଗମେଣ୍ଟରେ ଲଞ୍ଚ ହେଲା Nokia C3, Realme C11 ସହ ହେବ କଡା ଟକ୍କର

By

Published : Aug 4, 2020, 6:26 PM IST

ହାଇଦ୍ରାବାଦ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ନୋକିଆ ଏହାର ନୂଆ ସ୍ମାର୍ଟଫୋନ “Nokia C3”କୁ ଚୀନ ବଜାରରେ ବଜେଟ ବିଭାଗରେ ଲଞ୍ଚ କରିଛି। ଏହି ଫୋନ ସିଧାସଳଖ Realme C11 ସହ ପ୍ରତିଯୋଗୀତା କରିବ । ଆସନ୍ତୁ ଜାଣିବା ଏହି ଫୋନର କିଛି ବିଶେଷତ୍ବ ଏବଂ କଣ ନୂଆ ରହିଛି ।

Nokia C3 ରେ ଗୋଟିଏ ପ୍ରକାର ଭେରାଇଟ ଦିଆଯାଇଛି । ଦାମ ଦୃଷ୍ଟିରୁ ଏହାର 3 GB RAM ଏବଂ 32 GB ଇଣ୍ଟରନାଲ ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ 699 ଚୀନ ୟୁଆନ (ପ୍ରାୟ 7,500 ଟଙ୍କା) ରହିଛି । ଏହି ଫୋନରେ ନର୍ଡିକ ବ୍ଲୁ ଏବଂ ଗୋଲ୍ଡ ସ୍ୟାଣ୍ଡ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ । ଏହି ଫୋନର ବିକ୍ରୟ ଅଗଷ୍ଟ 13 ରୁ ଆରମ୍ଭ ହେବ ।

ଡିସପ୍ଲେ ଏବଂ ଫିଚର ଗୁଡିକ ବିଷୟରେ କହିବାକୁ ଗଲେ, ନୂଆ ନୋକିଆ C3 ରେ 5.99 ଇଞ୍ଚ HD ପ୍ଲସ ଡିସପ୍ଲେ ଅଛି । ପରଫରମାନ୍ସ ପାଇଁ, ଏଥିରେ ଏକ ଅଷ୍ଟା-କୋର ପ୍ରୋସେସର ରହିଛି ।

ଫଟୋଗ୍ରାଫି ପାଇଁ ଏହି ସ୍ମାର୍ଟଫୋନରେ 8 ମେଗାପିକ୍ସେଲର ସିଙ୍ଗଲ ରିୟର କ୍ୟାମେରା ଥିବାବେଳେ ସେଲଫି ପାଇଁ ଏହାର 5 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି । କନେକ୍ଟିଭିଟି ପାଇଁ, ଏହି ଫୋନରେ wi-fi, ଜିପିଏସ୍, 4 ଜି, ବ୍ଲୁଟୁଥ୍ ଭର୍ସନ 4.2, 3.5 ମିମି ହେଡଫୋନ ଜ୍ୟାକ ଏବଂ ମାଇକ୍ରୋ USB ପୋର୍ଟ ଭଳି ଫିଚର ରହିଛି । ଏହି ଫୋନର ଓଜନ 184 ଗ୍ରାମ ।

ଏହି ଫୋନରେ 3,040 mAh ବ୍ୟାଟେରୀ ଅଛି, ଯାହା 5W ଫାଷ୍ଟ ଚାର୍ଜିଂ ସହିତ ରହିଛି । ଏହି ଫୋନ ଭାରତ ଏବଂ ଅନ୍ୟାନ୍ୟ ଦେଶରେ କେବେ ଲଞ୍ଚ ହେବ ସେନେଇ କମ୍ପାନୀ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ । ତେବେ ବିଶେଷ ସୂତ୍ରରୁ ଜଣାପଡିଛିଯେ, ଏହା ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ ।

ABOUT THE AUTHOR

...view details