ଓଡିଶା

odisha

ETV Bharat / lifestyle

ଜାଣନ୍ତୁ ନମ୍ବର ପୋର୍ଟ କରିବାର ନିୟମ ଓ ଉପାୟ

ଆପଣ ବର୍ତ୍ତମାନ ବ୍ୟବହାର କରୁଥିବା ନମ୍ବରର ସିଗନାଲକୁ ନେଇ ଯଦି ଅନେକ ସମସ୍ୟା ଭୋଗୁଥାନ୍ତି,ତେବେ ଆଜିହିଁ ଅଲଗା ଏକ ନେଟଓ୍ବର୍କରେ ପରିବର୍ତ୍ତନ କରି ତାର ଲାଭ ଉଠାନ୍ତୁ । ଅଧିକ ପଢନ୍ତୁ...

ଜାଣନ୍ତୁ ନମ୍ବର ପୋର୍ଟ କରିବାର ନିୟମ ଓ ଉପାୟ
ଜାଣନ୍ତୁ ନମ୍ବର ପୋର୍ଟ କରିବାର ନିୟମ ଓ ଉପାୟ

By

Published : Jul 7, 2020, 7:23 PM IST

ନୂଆଦିଲ୍ଲୀ: ସ୍ମାର୍ଟଫୋନ ଆମ ଜୀବନର ଏକ ଅଂଶ ହୋଇଯାଇଛି । ଘରୁ ଆମେ କରୁଥିବା ଅଧିକାଂଶ କାମ ଆମ ଫୋନ ମାଧ୍ୟମରେ କରାଯାଇଥାଏ । ଅନେକ ଥର, ନେଟୱାର୍କ ସମସ୍ୟା ହେତୁ, ଆମର ଅନେକ କାର୍ଯ୍ୟ ଅଟକିଯାଏ ଏବଂ ଆମେ ଅନ୍ୟ ନେଟୱାର୍କ ଖୋଜିବା ଆରମ୍ଭ କରିଥାଉ। କିନ୍ତୁ ଆମର ମୋବାଇଲ ନମ୍ବରକୁ କିପରି ପୋର୍ଟ କରାଯିବ ସେନେଇ ଆମେ ସମସ୍ୟାରେ ପଡିଯାଉ । ତେବେ ଜାଣନ୍ତୁ କିପରି ଆପଣଙ୍କର ନମ୍ବରକୁ ପୋର୍ଟ କରିବେ ।

90 ଦିନ ପୁରୁଣା ନମ୍ବର ହେବ ନାହିଁ

ଯଦି ଆପଣ ବ୍ୟବହାର କରୁଥିବା ନମ୍ବରକୁ ପୋର୍ଟ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନମ୍ବର ଟିକୁ ଅତି କମରେ 90 ଦିନ ବ୍ୟବହାର କରିଥିବା ଦରକାର । 90 ଦିନ ପୂର୍ବରୁ କୌଣସି ନୂଆ ନମ୍ବର ପୋର୍ଟ ହୋଇପାରିବ ନାହିଁ । ଯଦି ଆପଣ ଏକ ପୋଷ୍ଟପେଡ ନମ୍ବର ବ୍ୟବହାର କରୁଥାନ୍ତି, ତେବେ ଆପଣଙ୍କର କମ୍ପାନୀକୁ ଦେବାକୁ ଥିବା ସମସ୍ତ ଆଉଟଷ୍ଟାଣ୍ଡିଂ ବାଲାନ୍ସ ଭରିବା ପରେ ପୋର୍ଟ କରିବାରେ ଯୋଗ୍ୟ ହେବ।

ନମ୍ବର ପୋର୍ଟ କରିବାକୁ ଯଦିଚାହୁଁ ତେବେ ଆପଣ ସ୍ଥିର କରନ୍ତୁ ଯେ, ଆପଣ କେଉଁ ନେଟୱାର୍କ ନେବାକୁ ଚାହୁଁଛନ୍ତି । ଏହା ପରେ, ଆପଣଙ୍କୁ UPC ଅର୍ଥାତ ୟୁନିକ ପୋର୍ଟିଂ କୋଡ ଜେନେରେଟ କରିବାକୁ ପଡିବ । ଏହାକୁ ଜେନେରେଟ କରିବାର ଉପାୟ ବହୁତ ସହଜ ଅଟେ । ଏଥିପାଇଁ ଆପଣଙ୍କୁ 1900 କୁ ଏକ SMS ପଠାଇବାକୁ ପଡିବ । ଯାହା ହେଉଛି ଏକ ମେସେଜ । port<space>mobile number । ଏହାପରେ ଏହି ମେସେଜ ଆପଣ ସେଣ୍ଟ କରିଦିଅନ୍ତୁ । କିଛି ସମୟ ପରେ, ଆପଣ 1901 ନମ୍ବରରୁ ଏକ SMS ପାଇବେ । ଏହି ବାର୍ତ୍ତାରେ ଏକ ସ୍ୱତନ୍ତ୍ର ପୋର୍ଟିଂ କୋଡ ଲେଖାଯାଇଥିବ ।

ଏହି ଡକ୍ୟୁମେଣ୍ଟ ଆବଶ୍ୟକ

ଏହା ପରେ, ଯେଉଁ ନେଟଓ୍ବର୍କ ଆପଣ ନେବାକୁ ଚାହୁଁଛନ୍ତି, ସେହି ସର୍ଭିସ ପ୍ରୋଭାଇଡରଙ୍କ ନିକଟକୁ ଯାଇ ଏହି ପୋର୍ଟିଂ କୋଡ କହିବାକୁ ପଡିବ। ଏହି ସମୟରେ, ଆପଣଙ୍କୁ ସାଙ୍ଗରେ ଆଧାର କାର୍ଡ ମଧ୍ୟ ନେବାକୁ ପଡିବ । ଯଦି ଆପଣଙ୍କର ଆଧାର କାର୍ଡରେ ଥିବା ଠିକଣା ଅଲଗା ଥାଏ, ତେବେ ଆପଣଙ୍କୁ ଏକ ସ୍ଥାନୀୟ ଠିକଣାର ଆଇଡି ନେବାକୁ ପଡିବ । ଆଇଡି ଦାଖଲ କରିବା ପରେ, ଆପଣଙ୍କର ବାୟୋମେଟ୍ରିକ ନିଆଯିବ ଏବଂ ଆପଣଙ୍କୁ ଏକ ନୂତନ ସିମ ଦିଆଯିବ।

ସପ୍ତାହ ମଧ୍ୟରେ ଆକ୍ଟିଭ ହେବ ନୂଆ ସିମ

ଏକ ସପ୍ତାହ ମଧ୍ୟରେ ଆପଣ ପୋର୍ଟିଂର ବାର୍ତ୍ତା ପାଇବେ, ଯେଉଁଥିରେ ପୋର୍ଟିଂ ତାରିଖ ଦିଆଯିବ। ଯେଉଁ ଦିନ ତାରିଖ ଦିଆଯାଇଛି ସେହି ଦିନ ଆପଣଙ୍କ ପୁରୁଣା ନମ୍ବରର ସିଗନାଲ ଅଦୃଶ୍ୟ ହୋଇଯିବ । ସିଗନାଲ ହଟିବା ପରେ, ଆପଣ ନିଜ ଫୋନରେ ଏକ ନୂତନ ସିମ ଇନସର୍ଟ କିରବା ସହ ନୂଆ ନେଟୱାର୍କ ସୁବିଧାର ଲାଭ ଉଠାଇ ପାରିବେ ।

ABOUT THE AUTHOR

...view details