ନୂଆଦିଲ୍ଲୀ: ହ୍ବାଟ୍ସଆପ ନିଜ ୟୁଜରଙ୍କ ପାଇଁ ନୂଆ ଫିଚର ଆଣିବାକୁ ଯାଉଛି । ବର୍ତ୍ତମାନ ୟୁଜର ଆଗକୁ ଆନିମେଟେଡ୍ ଷ୍ଟ୍ରାଇକର୍ସ, କଣ୍ଟାକ୍ଟ ସ୍କାନିଂ ପାଇଁ କ୍ୟୁଆର ଭଳି ସୁବିଧା ପାଇପାରିବେ ।
ହ୍ବାଟ୍ସଆପରେ ଜିଓ ଫୋନ ପାଇଁ ଷ୍ଟାଟସ୍ ସପୋର୍ଟ ଏବଂ ୱେବ୍ ପାଇଁ ଡାର୍କ ମୋଡ ଫିଚର ସାମିଲ କରାଯିବ । କମ୍ପାନୀ ନିଜ ବ୍ଲଗ୍ ପୋଷ୍ଟରେ କହିଛି, ଲୋକମାନଙ୍କ ବନ୍ଧୁ, ପରିବାର ସହିତ ଚାଟ୍ କରିବା ପାଇଁ ଏକ ସରଳ, ନିର୍ଭରଯୋଗ୍ୟ ଏବଂ ବ୍ୟକ୍ତିଗତ ଉପାୟ ପ୍ରଦାନ କରିବା ଆମର ଧ୍ୟାନ ରହିଛି । ଆମେ ଆମର ଉତ୍ପାଦକୁ ନବୀକରଣ ଏବଂ ବିକାଶ କରିବା କାର୍ଯ୍ୟ ଜାରି ରଖିଛୁ । ଯେଉଁଥିରେ ହ୍ବାଟ୍ସଆପ ଯେକୌଣସି ସ୍ଥାନରେ ସଂଯୋଗ ହୋଇପାରିବ ।
ଆନିମେଟେଡ୍ ଷ୍ଟ୍ରାଇକର୍ସ: ୟୁଜରମାନେ ଖୁବଶୀଘ୍ର ଆନିମେଟେଡ୍ ଷ୍ଟ୍ରାଇକର୍ ସହ କଥା ହେଉଥିବା ନଜର ଆସିବେ । ନୂଆ ଆନିମେଟେଡ୍ ଷ୍ଟ୍ରାଇକର୍ସ ପ୍ୟାକ୍ ଅଧିକ ମଜାଦାର ଏବଂ ଆକର୍ଷଣୀୟ ଅଟେ । ୟୁଜରମାନେ ଆନିମେଟେଡ୍ ଷ୍ଟାଇକର୍ ପ୍ୟାକ୍ସ ମଧ୍ୟରୁ ଚୟନ କରି ଦେଖିବା, ସେଭ ଏବଂ ଷ୍ଟୋର କରିପାରିବେ । ଥରେ ଡାଉନଲୋଡ୍ ହୋଇଯିବା ପରେ ଆନିମେଟେଡ୍ ଷ୍ଟ୍ରାଇକରଗୁଡିକ ଫରୱାଡ କରାଯାଇ ପାରିବ ।