ଓଡିଶା

odisha

ETV Bharat / lifestyle

ନିର୍ବାଚନ ପୂର୍ବରୁ ଟ୍ବିଟରର ରେକର୍ଡ

ଏହି ସର୍ଭେରୁ ସ୍ପଷ୍ଟ ହୋଇଛି କି ପ୍ରାୟ 54.6 ପ୍ରତିଶତ ଲୋକେ ଟ୍ବିଟର ଦ୍ବାରା ଜନସମର୍ଥନ ପାଇବା ପାଇଁ ଟ୍ବିଟ କରିଥାଆନ୍ତି । ଅନ୍ୟପଟେ ପ୍ରାୟ 54.4 ପ୍ରତିଶତ ଏହି ପ୍ଲାଟଫର୍ମକୁ ନିଜ ସ୍ବର ଉତ୍ତୋଳନ କରିବାର ମାଧ୍ୟମ ଭାବେ ବ୍ୟବହାର କରି ଟ୍ବିଟ କରିଥାଆନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Apr 12, 2019, 11:20 PM IST

ନୂଆଦିଲ୍ଲୀ: ନିର୍ବାଚନର ଢେର ଆଗରୁ ସୋସିଆଲ ମିଡିଆରେ ଚାଲିଛି ପୋଷ୍ଟର ଝଡ । ଏନେଇ ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି କି ନିର୍ବାଚନର ମାସେ ପୂର୍ବରୁ ଟ୍ବିଟରରେ ପୋଷ୍ଟ ହୋଇଥିବା ଟ୍ବିଟ୍କୁ‌ ନେଇ ସୃଷ୍ଟି ହୋଇଛି ନୂଆ ରେକର୍ଡ । କେବଳ ନିର୍ବାଚନ ବିଷୟକୁ ନେଇ ମାର୍ଚ୍ଚ 11 ରୁ ଏପ୍ରିଲ 11 ମଧ୍ୟରେ ମୋଟ 45.6 ମିଲିୟନ ଟ୍ବିଟ୍‌ ପୋଷ୍ଟ ହୋଇଛି । ସେମଧ୍ୟରେ ସବୁଠାରୁ ଅଧିକ ଟ୍ବିଟ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ରହିଥିବା ଜଣାପଡିଛି ।

ତେବେ ଏହି ଟ୍ବିଟ୍‌ର ପ୍ରାୟ 80 ପ୍ରତିଶତ ଯୁବପିଢି କରିଛନ୍ତି । ଏହି ସର୍ଭେରୁ ସ୍ପଷ୍ଟ ହୋଇଛି କି ପ୍ରାୟ 54.6 ପ୍ରତିଶତ ଲୋକେ ଟ୍ବିଟର ଦ୍ବାରା ଜନସମର୍ଥନ ପାଇବା ପାଇଁ ଟ୍ବିଟ କରିଥାଆନ୍ତି । ଅନ୍ୟପଟେ ପ୍ରାୟ 54.4 ପ୍ରତିଶତ ଏହି ପ୍ଲାଟଫର୍ମକୁ ନିଜ ସ୍ବର ଉତ୍ତୋଳନ କରିବାର ମାଧ୍ୟମ ଭାବେ ବ୍ୟବହାର କରି ଟ୍ବିଟ କରିଥାଆନ୍ତି । ତେବେ ଏହି ଟ୍ବିଟ ରେକର୍ଟ ପରେ ପ୍ରାୟ 80 ପ୍ରତିଶତ ଲୋକେ ବର୍ତ୍ତମାନ ଦେଶ ଓ ଦୁନିଆର ଖବର ପାଇଁ ଟ୍ବିଟରକୁ ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି ।

ସର୍ଭେରୁ ପ୍ରକାଶିତ କି ନିର୍ଦ୍ଧାରିତ ମାସେ ମଧ୍ୟରେ ଜାତୀୟ ସୁରକ୍ଷା, ଧର୍ମ, ଚାକିରୀ, କୃଷି, ଟ୍ୟାକ୍ସ ଓ ଶିଳ୍ପ ଆଦି ବିଷୟକୁ ନେଇ ଟ୍ବିଟରରେ ବେଶ୍‌ ଚର୍ଚ୍ଚା ହୋଇଛି । ଏଥିସହ ନିର୍ବାଚନ ସମ୍ପର୍କିତ କ୍ୟାମ୍ପେନ, ଇସ୍ତାହାର ଓ ଘୋଷଣା ଆଦିକୁ ନେଇ ମଧ୍ୟ ଅନେକ ଟ୍ବିଟ ହୋଇଥିବା ଦେଖାଯାଇଛି ।

ABOUT THE AUTHOR

...view details