ନୂଆଦିଲ୍ଲୀ: ଗୁଗଲ ନିଜ ଭଏସ ଫିଚରରେ ମିସଡ୍ କଲ, କଲର ଆଇଡି ଏବଂ ଡିଲିଟ ମେସେଜ ସମେତ କିଛି ନୂଆ ଫିଚର ଯୋଡୁଛି । ଯାହା ସମସ୍ତ ଗୁଗଲ ୱାର୍କସ୍ପେଶ ଗ୍ରାହକ, ଜି ସୁଟ୍ ବେସିକ ଏବଂ ବ୍ୟବସାୟୀ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଯାହାଦ୍ବାରା କଲ୍ କାହିଁକି ଆସିନାହିଁ ତାହା ଗୁଗଲ ଭଏସ ବ୍ୟବହାରୀକାରୀ ଦେଖିପାରିବେ ଏବଂ ନିଜେ ସେଣ୍ଟିଙ୍ଗରେ ପରିବର୍ତ୍ତନ କରି ଏହାକୁ ଠିକ୍ କରିପାରିବେ ।
କମ୍ପାନୀ କହିଛି ଯେ, କେବଳ ମିସଡ୍ କଲ ଡିଟେଲସ୍ କିମ୍ବା ଭଏସମେଲ୍ ସେକ୍ସନକୁ ଯାଆନ୍ତୁ(ଯଦି ଆପଣ ଏକ କଲ୍ ପାଇଁ ଭଏସ୍ ମେଲ୍ ଗ୍ରହଣ କରିଛନ୍ତି) ଏବଂ ସେଟିଂ ସମୂହରେ ସୁପାରିଶ କରାଯାଇଥିବା ପଦକ୍ଷେପ ନିଅନ୍ତୁ, ଯେପରି Do Not Disturb ଅପ୍ସନକୁ ବନ୍ଦ କରିବା ହେଉ କିମ୍ବା ଇନକମିଙ୍ଗ କଲ୍ ଗ୍ରହଣ କରିବା ପାଇଁ ଡିଭାଇସ ସେଟ୍ କରିବା ।
ଦୁର୍ବଳ Wi-Fi ନେଟୱାର୍କ କ୍ଷେତ୍ରରେ ଗୁଗଲ ଡ୍ରପ କଲକୁ ପୁନର୍ବାର ଡାଏଲ କରିବା ଏବଂ ଆପଣଙ୍କ ମୋବାଇଲ ନେଟୱାର୍କକୁ ସ୍ବିଚ୍ କରିବା ପ୍ରକ୍ରିୟାକୁ ସହଜ ଓ ସରଳୀକୃତ କରୁଛି । ଯଦି ଖରାପ ଇଣ୍ଟରନେଟ କନେକ୍ଟିଭିଟ କାରଣରୁ କଲ ଡ୍ରପ ହୋଇଯାଉଛି, ତେବେ ନିଜ ମୋବାଇଲ କ୍ୟାରିଅର ନେଟୱାର୍କ ବ୍ୟବହାର କରି କଲ୍ କରିବାର ବିକଳ୍ପ ମଧ୍ୟ ଆପଣଙ୍କ ନିକଟରେ ରହିବ ।