ଓଡିଶା

odisha

ETV Bharat / lifestyle

ଆଇନ ଭାଙ୍ଗି 1420 କୋଟିର ତଣ୍ଡ ଗଣିବ ଗୁଗୁଲ

ବିଜ୍ଞାପନ ପାଇଁ ଡାଟା ସଂଗ୍ରହ କରିବାକୁ ଯାଇ ୟୁଟ୍ୟୁବ କମ୍ପାନୀ ଭାଙ୍ଗିଛି ଚିଲ୍‌ଡ୍ରେନ ପ୍ରାଇଭେସି ଲ’ । ଏନେଇ ପ୍ୟାରେଣ୍ଟ କମ୍ପାନୀ ଗୁଗୁଲ ଉପରେ ଜୋରିମାନା ଲଗାଇଛି ଆମେରିକୀ ଫେଡେରାଲ ଟ୍ରେଡ କମିଶନ(ଏଫ୍‌ଟିସି) ।

ପ୍ରତୀକାତ୍ମକ ଫଟୋ

By

Published : Sep 1, 2019, 1:50 AM IST

ହାଇଦ୍ରାବାଦ: ଆଇନ ଭାଙ୍ଗି ହଟହଟା ହୋଇଛି ଟେକ୍ନୋଲୋଜି ଜାଏଣ୍ଟ କମ୍ପାନୀ ଗୁଗୁଲ । ଫଳରେ ଏବେ ଏହି କମ୍ପାନୀକୁ ଗଣିବାକୁ ହେବ 1420 କୋଟି ଟଙ୍କାର ତଣ୍ଡ । ଆମେରିକୀୟ ମିଡିଆର ଖବର ମୁତାବକ ବିଜ୍ଞାପନ ପାଇଁ ଡାଟା ସଂଗ୍ରହ କରିବାକୁ ଯାଇ ୟୁଟ୍ୟୁବ କମ୍ପାନୀ ଭାଙ୍ଗିଛି ଚିଲ୍‌ଡ୍ରେନ ପ୍ରାଇଭେସି ଲ’ ।

ଏନେଇ ପ୍ୟାରେଣ୍ଟ କମ୍ପାନୀ ଗୁଗୁଲ ଉପରେ ଜୋରିମାନା ଲଗାଇଛି ଆମେରିକା ଫେଡେରାଲ ଟ୍ରେଡ କମିଶନ(ଏଫ୍‌ଟିସି) । ତେବେ ଏହି ମାମଲା ବର୍ତ୍ତମାନ ନ୍ୟାୟିକ ବିଭାଗ ଅଧିନକୁ ସାମାଧାନ ପାଇଁ ପଠାଯିବ । ସେଠାରେ ଯଦି ଗୁଗୁଲ ଦୋଷୀ ସାବ୍ୟସ୍ତ ହୁଏ ତେବେ ବର୍ତ୍ତମାନ ପର୍ଯ୍ୟନ୍ତର ଏହା ସବୁଠାରୁ ବଡ ସେଟଲମେଣ୍ଟ କେସ ଭାବେ ଗଣାଯିବ ।

ପ୍ରକାଶ ଯେ ଚଳିତ ବର୍ଷ ମାର୍ଚ୍ଚ ମାସରେ ୟୁରୋପୀୟ ସଂଘ ପ୍ରତିସ୍ପର୍ଦ୍ଧା ଆଇନ ଉଲଙ୍ଘନ ଅଭିଯୋଗରେ ଗୁଗୁଲ ଉପରେ 1.49 ବିଲିୟନ ୟୁରୋର ଜୋରିମାନା ଲଗାଇଥିଲା । ଯାହା ଭାରତୀୟ ମୂଦ୍ରାରେ ପାଖାପାଖି 117 ବିଲିୟନ ଟଙ୍କା ହେବ । ତେବେ ବିଜ୍ଞାପନରେ ପକ୍ଷପାତିତାକୁ ନେଇ ଗୁଗୁଲ ଉପରେ ଏହି ଜୋରିମାନା ଲଗାଯାଇଥିବା ଜଣାପଡିଥିଲା ।

ଏହାପୂର୍ବରୁ ଅର୍ଥାତ ଗତବର୍ଷ ମଧ୍ୟ ବିଜ୍ଞାପନରେ ପକ୍ଷପାତିତାକୁ ନେଇ ଗୁଗୁଲ ଉପରେ ୟୁରୋପୀୟ ଆୟୋଗ 344 ବିଲିୟନ ଟଙ୍କାର ଜୋରିମାନା ଲଗାଇଥିଲେ । ଯାହା ଗୁଗୁଲ ଉପରେ ଲାଗିଥିବା ସବୁଠାରୁ ବଡ ଜୋରିମାନା ।

ABOUT THE AUTHOR

...view details