ହାଇଦ୍ରାବାଦ: ଗୁଗୁଲ ତାର ଫୋନ ଆପ ପାଇଁ ଏକ ନୂଆ ଫିଚର ଆଣୁଛି। 9 to 5 Google ଅନୁଯାୟୀ, ଯଦି ଆପଣଙ୍କ ପାଖରେ ଗୁଗୁଲ ଫୋନ ଆପ ସହ ଏକ ଆଣ୍ଡ୍ରଏଡ ଡିଭାଇସ ଅଛି, ତେବେ ଫୋନ ରିଙ୍ଗ ହେବାବେଳେ କିଏ କଲ କରୁଛି ବର୍ତ୍ତମାନ ତାହା ଆପଣ ଶୁଣି ପାରିବେ। ଏହି ଫିଚର ଯେକୌଣସି ଇନକମିଙ୍ଗ କଲର ନାଁ ଏବଂ ନମ୍ବର ଘୋଷଣା କରିପାରିବ ।
ବର୍ତ୍ତମାନ, ଆମେରିକାର ପିକ୍ସେଲ ଫୋନ ମାଲିକମାନେ ସ୍ବୟଂଚାଳିତ କଲ ସ୍କ୍ରିନ ଫିଚର ଗ୍ରହଣ କରିଛନ୍ତି ଏବଂ ଅନ୍ୟ ଦେଶଗୁଡିକ ଶୁବଶୀଘ୍ର ଏହି ନୂଆ ସୁବିଧା ପାଇବେ ବୋଲି ଗୁଗୁଲ ପକ୍ଷରୁ କୁହାଯାଇଛି ।
ପ୍ରତ୍ୟେକ ଥର ଫୋନ ବାଜିବା ସମୟରେ କିମ୍ବା ଯେତେବେଳେ ଏକ ଇୟରଫୋନ ଅନ ଅଛି, ଆପଣ ଆପ କଲର ID ଘୋଷଣା କରିବାକୁ ଚାହୁଁଛନ୍ତି କି ନାହିଁ ଆପଣ ସେଟ କରିପାରିବେ ।
ନୂଆ ଫିଚର ସକ୍ଷମ କରିବାକୁ ଗୁଗୁଲ ଫୋନ ଖୋଲନ୍ତୁ, ସେଟିଂ ମେନୁକୁ ଯାଆନ୍ତୁ ଏବଂ ତା’ପରେ କଲର ID ଘୋଷଣା କରନ୍ତୁ ।