ହାଇଦ୍ରାବାଦ:ଦେଶରେ ପ୍ରଥମ ଭାବେ IIT-ହାଇଦ୍ରାବାଦ ଏକ ମୋବାଇଲ ସାହାଯ୍ୟରେ ଗଳା କର୍କଟ ରୋଗର ନିରାକରଣ ପାଇଁ ଏକ ନୂତନ ପ୍ରଯୁକ୍ତିବିଦ୍ୟା ବିକାଶ କରିଛି । ଅନୁଷ୍ଠାନର ଅନୁସନ୍ଧାନକାରୀ ଦଳ ଗ୍ରେସ୍ କ୍ୟାନସର ଫାଉଣ୍ଡେସନ୍ ଏବଂ ବାୟୋକନ୍ ବାୟୋଫାରମାସ୍ୟୁଟିକାଲ୍(Grace Cancer Foundation and Biocon Biopharmaceutical company)କମ୍ପାନୀର ମିଳିତି ସହଯୋଗରେ ବିକଶିତ କରୁଛି ।
ପ୍ରକଳ୍ପର ଏକ ଅଂଶ ଭାବରେ, ଆଇଆଇଟି-ହାଇଦ୍ରାବାଦ IHub-Data ସହାୟତାରେ IIITH- HCP ଏକ ଆପ୍ ବିକଶିତ କରିଛି । ଅତୀତର ଗଳା କର୍କଟ ରୋଗର ଚିତ୍ର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(AI) ଦ୍ବାରା ବ୍ୟକ୍ତିଙ୍କ ଗଳାକୁ ବିଶ୍ଳେଷଣ କରି ଏହି ଆପ୍ (IITH-HCP) ଗଳା କର୍କଟ ରୋଗକୁ ଚିହ୍ନଟ କରିପାରୁଛି ବୋଲି ଜଣାପଡ଼ିଛି ।
ଗଳା, ସ୍ତନ ଏବଂ ଗର୍ଭାଶୟ କର୍କଟ ପରୀକ୍ଷା ପାଇଁ ଗ୍ରାମରେ ଗ୍ରେସ୍ କ୍ୟାନସର ଫାଉଣ୍ଡେସନ୍ ଦ୍ବାରା ସ୍କ୍ରିନିଂ ଶିବିର ଆୟୋଜନ କରାଯାଉଛି । କିନ୍ତୁ କର୍କଟ ବିଶେଷଜ୍ଞ(Oncologist)ଙ୍କ ଅଭାବ କାରଣରୁ ସେମାନେ ଚାହୁଁଥିବା ସମସ୍ତ ଲୋକଙ୍କ ପରୀକ୍ଷା କରିବାରୁ ବଞ୍ଚିତ ହେଉଛନ୍ତି । IIT-ହାଇଦ୍ରାବାଦର ଆପ୍ ଏହି ସମସ୍ୟାକୁ ଦୂର କରିବ ବୋଲି ଆଶା କରାଯାଉଛି ।