ଓଡିଶା

odisha

ETV Bharat / lifestyle

ଡାକ୍ତରୀସେବା ପ୍ରଦାନକାରୀଙ୍କୁ ଗାଇଡ କରିବ ଚାଟବୋଟ୍ - ଚାଟବଟ୍ସ

ଡାକ୍ତରୀସେବା ପ୍ରଦାନକାରୀଙ୍କ ଭାର କମ କରିବା ପାଇଁ ଇଣ୍ଡିଆନ ୟୁନିଭରସିଟି କେଲି ସ୍କୁଲ ଅଫ ବିଜିନେସର ରିସର୍ଚ୍ଚରମାନେ ଜାଣିବାକୁ ପାଇଛନ୍ତି ଯେ, କୋରୋନା ସହ ଜଡିତ ନିର୍ଦ୍ଦେଶାବଳୀରେ ଚାଟବୋଟ୍ ଏକ ବିକଳ୍ପ ଭାବରେ କାର୍ଯ୍ୟ କରିବ ।

chatboot
ମେଡିକାଲ ପ୍ରଦାନକାରୀଙ୍କୁ ଗାଇଡ କରିବ ଚାଟବଟ

By

Published : Jul 13, 2020, 10:48 PM IST

ବ୍ଲୋମିଙ୍ଗଟନ:ଡାକ୍ତରୀସେବା ପ୍ରଦାନକାରୀଙ୍କ ଭାର କମ କରିବା ପାଇଁ ଇଣ୍ଡିଆନ ୟୁନିଭରସିଟି କେଲି ସ୍କୁଲ ଅଫ ବିଜିନେସର ରିସର୍ଚ୍ଚରମାନେ ଜାଣିବାକୁ ପାଇଛନ୍ତି ଯେ, କୋରୋନା ସହ ଜଡିତ ନିର୍ଦ୍ଦେଶାବଳୀରେ ଚାଟବୋଟ୍ ଏକ ବିକଳ୍ପ ଭାବରେ କାର୍ଯ୍ୟ କରିବ ।

କୋରୋନା ସ୍କ୍ରିନିଂ ଅଧିବେଶନରେ 371 ଅଂଶଗ୍ରହଣକାରୀ ଭାଗ ନେଇଥିଲେ । ହଟଲାଇନ ଏଜେଣ୍ଟ- ଚାଟବୋଟ୍ କିମ୍ବା ମାନବ ଏବଂ ସାମାନ୍ୟ କିମ୍ବା ଗୁରୁତର ଲକ୍ଷଣ ବିଶିଷ୍ଟ ୟୁଜରଙ୍କୁ ଦେଖିଲେ । ଏହାପରେ ଚାଟବୋଟ୍ ସନ୍ତୋଷଜନକ ସୂଚନା ପ୍ରଦାନ କରୁଛି କି ନାହିଁ ରିସର୍ଚ୍ଚର ପରବର୍ତ୍ତୀ ଅଧ୍ୟୟନ କରିଥିଲେ । ତେବେ ମାନବ ଏଜେଣ୍ଟ ତୁଳନାରେ ଚାଟବୋଟ୍ ୟୁଜରଙ୍କ ପ୍ରତିକ୍ରିୟା ପଜେଟିଭ ଥିଲା । ତେବେ ଏହା ସ୍କ୍ରିନିଂ ସେବା ପାଇଁ ୟୁଜର ଚାହିଦା ପୂରଣ କରିବାକୁ ସଂଘର୍ଷ କରୁଥିବା ସ୍ୱାସ୍ଥ୍ୟ ସେବା ସଂଗଠନଗୁଡ଼ିକ ପାଇଁ ଏକ ଖୁସି ଖବର ଅଟେ ।

ଯେତେବେଳେ ସାମର୍ଥ୍ୟ ସମାନ ଥାଏ, ସେତେବେଳେ ୟୁଜର ଚାଟବୋଟକୁ ମାନବ ଏଜେଣ୍ଟ ଅପେକ୍ଷା ଭିନ୍ନ କିମ୍ବା ନେଗେଟିଭ ଦେଖନ୍ତି ନାହିଁ ବୋଲି ଆମେରିକୀୟ ମେଡିକାଲ ଇନଫର୍ମେଟିକ୍ସ ଆସୋସିଏସନ ଜର୍ଣ୍ଣାଲର କରେଶପଣ୍ଡାଣ୍ଟ ଅଫ୍ ପେପରର ଅନ୍ୟ ଲେଖକ କହିଛନ୍ତି । ଚାଟବୋଟ ଗୁଡିକ ମପା ଯାଇପାରେ। ତେଣୁ ଏଗୁଡିକ କ୍ବାଲିଫାଇଡ ମାନବ ଏଜେଣ୍ଟର ଚାହିଦା ପୂରଣ କରିପାରିବେ ବୋଲି ଡେନିସ୍, କିମ୍ ଏବଂ ସେମାନଙ୍କର ସହ-ଲେଖକମାନେ ଲେଖିଛନ୍ତି । ଏଥିସହ ସେ ଲେଖିଛନ୍ତି, ଚାଟବଟ୍ ଗୁଡିକ କମ୍ ମୂଲ୍ୟରେ ଦିନରାତି ସେବା ଯୋଗାଇ ପାରିବେ।

ଚାଟବୋଟ କୌଣସି ବିଚାର କରାନାହିଁ ବୋଲି ୟୁଜରମାନେ ଚାଟୋବଟ ଦ୍ବାରା ସୂଚନା ପ୍ରକାଶ କରିବାକୁ ଅଧିକ ଆରାମଦାୟକ ଅନୁଭବ କରୁଛନ୍ତି । ସେଥିପାଇଁ ହୁଏତ ଏହି ପଜିଟିଭ ପ୍ରତିକ୍ରିୟା ଆସୁଛି ବୋଲି ରିସର୍ଚ୍ଚର ଲେଖିଛନ୍ତି । ସିଡିସି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛନ୍ତି ଯେ, କୋରୋନା ସଙ୍କଟ କାରଣରୁ କେତେକ ଜାତିଗତ ବର୍ଗର ଲୋକଙ୍କ ବିରୁଦ୍ଧରେ ସାମାଜିକ କଳଙ୍କ ତଥା ଭେଦଭାବପୂର୍ଣ୍ଣ ଆଚରଣ ସୃଷ୍ଟି ହୋଇଛି । ଯାହା ପ୍ରକୃତରେ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି। ଏଣୁ ଯେଉଁମାନେ ସାହାଯ୍ୟ ମାଗିବାକୁ ଦ୍ୱିଧାବୋଧ କରୁଛନ୍ତି ଚାଟବୋଟ୍ ସେମାନଙ୍କୁ ସାହାଯ୍ୟ କରିବ ।

ଚାଟବୋଟ ହେଉଛି ଏକ ସପ୍ଟଓୟାର ଆପ୍ଲିକେସନ୍। ଯାହା ଟେକ୍ସ-ଟୁଟେକ୍ସ ମାଧ୍ୟମରେ ଅନଲାଇନ ଚାଟ କରେ । ଏପରିକି କୋରୋନା ମହାମାରୀ ପୂର୍ବରୁ ମଧ୍ୟ ଚାଟବୋଟକୁ ଏକ ଟେକ୍ନୋଲୋଜି ଭାବରେ ଚିହ୍ନଟ କରାଯାଇଥିଲା । ଯାହା ଦ୍ବାରା ଲୋକମାନେ ରିସର୍ଚ୍ଚରଙ୍କ ସହ କଥାବାର୍ତ୍ତା ହେବା ସହ ଅନଲାଇନ ମେଡିକାଲ ମେଡିକାଲ ସୂଚନା ପାଇପାରୁଥିଲେ ।

ABOUT THE AUTHOR

...view details