ଓଡିଶା

odisha

ETV Bharat / lifestyle

ବନ୍ଦ ହେଲା 3 ବିଲିୟନ ଫେକ ଫେସବୁକ ଆକାଉଣ୍ଟ

ଅକ୍ଟୋବର 2018ରୁ ମାର୍ଚ୍ଚ 2019 ମଧ୍ୟରେ ବନ୍ଦ ହୋଇଛି ପ୍ରାୟ 3 ବିଲିୟନ ଫେସବୁକ ଆକାଉଣ୍ଟ । କାରଣ ଆକ୍ଟିଭ ଥିବା ଆକାଉଣ୍ଟ ମଧ୍ୟରୁ 5 ପ୍ରତିଶତ ହେଉଛନ୍ତି ଫେକ ଆକାଉଣ୍ଟ ।

By

Published : May 27, 2019, 7:59 PM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଅକ୍ଟୋବର 2018ରୁ ମାର୍ଚ୍ଚ 2019 ମଧ୍ୟରେ ବନ୍ଦ ହୋଇଛି ପ୍ରାୟ 3 ବିଲିୟନ ଫେସବୁକ ଆକାଉଣ୍ଟ । କାରଣ ଆକ୍ଟିଭ ଥିବା ଆକାଉଣ୍ଟ ମଧ୍ୟରୁ 5 ପ୍ରତିଶତ ହେଉଛନ୍ତି ଫେକ ଆକାଉଣ୍ଟ । ଏଥିସହ ଫେସବୁକରେ ଲଗାତାର ବଢୁଥିବା ପର୍ଣ୍ଣୋଗ୍ରାଫି ପାଇଁ ମଧ୍ୟ କେତେକ ଆକାଉଣ୍ଟ ବନ୍ଦ କରାଯାଇଥିବା ଜଣାପଡିଛି ।

ସୂଚନା ମୁତାବକ 2018 ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ 1.2 ବିଲିୟନ ଆକାଉଣ୍ଟକୁ ଫେସବୁକରୁ ହଟାଯାଇଥିବାବେଳେ 2019 ଜାନୁଆରୀରୁ ଏପ୍ରିଲ ମଧ୍ୟରେ 2.19 ବିଲିୟନ ଆକାଉଣ୍ଟକୁ ହଟାଯାଇଛି । ଅନ୍ୟପଟେ ଅଧିକ ସଂଖ୍ୟାରେ ଲୋକଙ୍କ ସହ ସମ୍ପର୍କ ବଢାଇବା ପାଇଁ କେତେକ ବ୍ୟକ୍ତି ଫେସବୁକ୍‌ରେ ଏକାଧିକ ଫେକ୍‌ ଆକାଉଣ୍ଟ ଖୋଲୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ଫେସବୁକ୍‌ର ଅପବ୍ୟବହାରକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ଫେସବୁକ୍‌ ।

ଫେସବୁକ ଭାଇସ ପ୍ରେସିଡେଣ୍ଟ ଗେ ରୋଶେନଙ୍କ କହିବା ଅନୁଯାୟୀ ଫେସବୁକ୍‌ରେ ଦେଖାଯାଉଥିବା ପ୍ରତି 10,000 ଭିଡିଓ ମଧ୍ୟରେ ପ୍ରାୟ 11ରୁ 14ଟିରେ ଆଡଲ୍ଟ ନ୍ୟୁଡିଟି ଓ ସେକ୍ସୁଆଲ ଆକ୍ଟିଭିଟି ରହିଥିବା ଦେଖାଯାଇଛି । ଅନ୍ୟପଟେ ପ୍ରତି 10,000 ଭିଡିଓରୁ 25ଟିରେ ଗ୍ରାଫିକ କଣ୍ଟେଣ୍ଟ ପଲିସି ବାହାରେ ଡାଟା ରହୁଛି ।

ସେହିପରି 2018ରେ ମୋଟ 15,337ଟି କଣ୍ଟେଣ୍ଟ ଓ ଡାଟା ଉପରେ ଫେସବୁକ୍‌ ବ୍ୟାନ ଲଗାଇଥିବାବେଳେ 2019ରେ ଏହା 35 ପ୍ରତିଶତ ବଢି 35,972ରେ ପହଞ୍ଚିଥିବା ଜଣାପଡିଛି । ଏହି ବ୍ୟାନ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପେପ୍ସିକୋ ପ୍ରଡକ୍ଟ ଉପରେ ଲଗାଯାଇଥିବା କହିଛନ୍ତି ଫେସବୁକ୍‌ ଭାଇସ ପ୍ରେସିଡେଣ୍ଟ ଗେ ରୋଶେନ ।

ABOUT THE AUTHOR

...view details