ଓଡିଶା

odisha

ETV Bharat / lifestyle

ଲୁଣ ବଢାଇବ ସୌନ୍ଦର୍ଯ୍ୟ, ଜାଣନ୍ତୁ କିପରି...

ଏହାସହ ଅଧିକ ଲୁଣ ସେବନ ଶରୀରର ପାଇଁ କ୍ଷତିକାରକ ହୋଇଥାଏ । ଏମିତିକି ଅତ୍ୟଧିକ ଲୁଣ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପର ଅସୁବିଧା ସୃଷ୍ଟି ହୋଇଥାଏ । କିନ୍ତୁ ଏହାକୁ ଛାଡି ଲୁଣ ଆମ ଚର୍ମ ଓ କେଶ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଲୁଣର ଉପକାରିତା ବିଷୟରେ...

By

Published : Mar 10, 2019, 7:46 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଲୁଣ ବିନା ଖାଦ୍ୟ ସ୍ବାଦ ହୀନ ପରି ଲାଗେ । ଅନେକ ଲୋକ କମ ଲୁଣ ଖାଆନ୍ତି ତ ଆଉ କେତେ ଜଣ ଆବଶ୍ୟକତାଠୁ ଅଧିକ ଲୁଣ ଖାଇଥାନ୍ତି । ଏହାସହ ଅଧିକ ଲୁଣ ସେବନ ଶରୀରର ପାଇଁ କ୍ଷତିକାରକ ହୋଇଥାଏ । ଏମିତିକି ଅତ୍ୟଧିକ ଲୁଣ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପର ଅସୁବିଧା ସୃଷ୍ଟି ହୋଇଥାଏ । କିନ୍ତୁ ଏହାକୁ ଛାଡି ଲୁଣ ଆମ ଚର୍ମ ଓ କେଶ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଲୁଣର ଉପକାରିତା ବିଷୟରେ...

1. ବାହାରେ ବୁଲିବା ବେଳେ ଅନେକ ଗୁଡିଏ କ୍ଷତିକାରକ ବ୍ୟାକ୍ଟେରିଆ ସଂସ୍ପର୍ଶରେ ଶରୀର ଆସିଥାଏ । ତେଣୁ ଗାଧୋଇବା ସମୟରେ ପାଣିରେ ଲୁଣ ମିଶାଇ ଗାଧୋଇଲେ କ୍ଷତିକାରକ ବ୍ୟାକ୍ଟେରିଆ ମାନେ ମରିଯାଆନ୍ତି । ଏହାସହ ଲୁଣ ଶରୀରକୁ ଉଜ୍ବଳ ଓ ଚିକ୍କଣ ରଖିଥାଏ । ଏଥିପାଇଁ ଗୋଟିଏ କପ ଲୁଣ ନିଅନ୍ତୁ , ଲୁଣ ସମୂର୍ଣ୍ଣ ରୂପେ ଭିଜି ଗଲେ ଏହି ପାଣିରେ 10 ରୁ 15 ମିନିଟ ପର୍ଯ୍ୟନ୍ତ ବସନ୍ତୁ । ଏହାପରେ ଥଣ୍ଡା ପାଣିରେ ଗାଧୋଇ ପଡନ୍ତୁ ।

2. ଏହାସହ ଆପଣ ଲୁଣକୁ ସ୍କିନ ଟୋନର ଭାବେ ବ୍ୟବହାର କରିପାରିବେ । ଏହା ମୁହଁରେ ଥିବା କଳାଦାଗକୁ ଦୂରେଇ ଦେବ ।

3. ଲୁଣ ମୁହଁରେ ଥିବା ଡେଡ ସେଲକୁ ବାହାର କରିବାରେ ସାହର୍ଯ୍ୟ କରିବ । ଏଥିପାଇଁ ନଡିଆ ତେଲରେ ଅଧା କପ ଲୁଣ
ମିଶାନ୍ତୁ । ଏହାକୁ ମୁହଁ ସହ ଶରୀରର ଅନ୍ୟ ଅଂଶରେ ଲଗାନ୍ତୁ । କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ ।

4. ସମୁଦ୍ର ଲୁଣ ସହ 4 ଚାମଚ ମହୁ ମିଶାନ୍ତୁ । ଏହାକୁ ଭଲ ଭାବେ ମିଶ୍ରଣ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । ପାଖାପାଖି 15 ରୁ 30 ମିନିଟ ପରେ ମୁହଁକୁ ମାଲିସ କରି ପାଣିରେ ଧୋଇ ଦିଅନ୍ତୁ ।

For All Latest Updates

ABOUT THE AUTHOR

...view details