ଓଡିଶା

odisha

ETV Bharat / lifestyle

ଟ୍ରେକିଂରେ ଯାଉଥିଲେ ଏସବୁ ଦିଗ ପ୍ରତି ରଖନ୍ତୁ ଧ୍ୟାନ..

ଆପଣ ଯଦି ଟ୍ରେକିଂରେ ଯିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ଯାହା ଫଳରେ ଆପଣଙ୍କ ଟ୍ରିପର ମଜା କେବେ ବି ଖରାପ ହେବ ନାହିଁ ।

By

Published : Mar 10, 2019, 9:03 PM IST

ଫାଇଲ ଫଟୋ

ଆଜିକାଲିର ଯୁବପିଢୀ ଟ୍ରେକିଂ ପ୍ରତି ବେଶ ରୁଚି ରଖୁଛନ୍ତି । କାରଣ ଏହା ବହୁତ ରୋମାଞ୍ଚକର ଯାତ୍ରା ହୋଇଥାଏ । ଆପଣ ଯଦି ଟ୍ରେକିଂରେ ଯିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ଯାହା ଫଳରେ ଆପଣଙ୍କ ଟ୍ରିପର ମଜା କେବେ ବି ଖରାପ ହେବ ନାହିଁ ।

1. ପ୍ରଥମତଃ ଆପଣ ଯେଉଁ ସ୍ଥାନକୁ ଟ୍ରେକିଂ ପାଇଁ ଯାଉଛନ୍ତି, ସେ ସ୍ଥାନ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣି ରଖନ୍ତୁ । କାରଣ ଏପରି ଅନେକ ସ୍ଥାନ ରହିଛି ଯେଉଁଠି ଟ୍ରେକିଂ ପାଇଁ ନିଷେଧ କରାଯାଇଥାଏ । ଉକ୍ତ ସ୍ଥାନର ସୌନ୍ଦର୍ଯ୍ୟରେ ମୁଗ୍ଧ ନହୋଇ ନିଷେଧ କରାଯାଇ ଥିବା ସ୍ଥାନକୁ ଯାଆନ୍ତୁ ନାହିଁ ।

2. ଯଦି ଚାହୁଁଛନ୍ତି ଟ୍ରେକିଂ ମଜା ଖରାପ ନ ହୁଏ, ତେବେ ସାଥିରେ ଅଧିକ ଜିନିଷ ନିଅନ୍ତୁ ନାହିଁ । ବ୍ୟାଗରେ କେବଳ ଦରକାରୀ ଜିନିଷ ରଖନ୍ତୁ । ଯେପରିକି ଔଷଧ, ଟର୍ଚ୍ଚ, ଛତା ଇତ୍ୟାଦି ଭୁଲନ୍ତୁ ନାହିଁ ।

3. ଟ୍ରେକିଂକୁ ଯିବା ସମୟରେ ଗାଇଡକୁ ସାଥିରେ ନେବା ପାଇଁ ଭୁଲନ୍ତୁ ନାହିଁ । ଯଦି ଏକୁଟିଆ ଯାଉଛନ୍ତି ତେବେ ଗାଇଡ ଠାରୁ ରାସ୍ତାର ସମ୍ପୂର୍ଣ୍ଣ ତଥ୍ୟ ଜାଣିରଖନ୍ତୁ ଓ ସେହି ରାସ୍ତାକୁ ହିଁ ଅନୁସରଣ କରନ୍ତୁ । ନିଜ ଇଚ୍ଛା ମୁତାବକ ରାସ୍ତା ଚୟନ କରନ୍ତୁ ନାହିଁ ।

4.ଟ୍ରେକିଂରେ ଯିବାର କିଛି ଦିନ ପୂର୍ବରୁ ଜଗିଙ୍ଗ୍ ଓ ରନିଙ୍ଗର ଅଭ୍ୟାସ କରନ୍ତୁ । ଫଳରେ ଟ୍ରେକିଂରୁ ଆସିଲା ପରେ ଗୋଡ ଦରଜରୁ କିଛିଟା ମୁକ୍ତି ପାଇ ପାରିବେ ।

ABOUT THE AUTHOR

...view details