ଓଡିଶା

odisha

ETV Bharat / lifestyle

କେବେ ନର୍କ ଦେଖିଛନ୍ତି କି ? - history

ଦକ୍ଷିଣ-ପୂର୍ବ ଏସିଆ ଦେଶ ଥାଇଲାଣ୍ଡର ସହର ଚିୟାଙ୍ଗ ମାଇରେ ଏକ ମନ୍ଦିର ରହିଛି ଯେଉଁଠି ଶ୍ରଦ୍ଧାଳୁ ଦେବୀ-ଦେବତା ନୁହଁନ୍ତି ବରଂ ନର୍କ ଦର୍ଶନ ପାଇଁ ଆସିଥାନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Apr 1, 2019, 9:55 PM IST

ମନ୍ଦିର ନାମ ଶୁଣିବା ମାତ୍ରେ ଆଖି ଆଗରେ ଘୁରିବୁଲେ ଦେବୀ-ଦେବତାଙ୍କ ମୂର୍ତ୍ତୀ ଏବଂ ଭକ୍ତିମୟ ପରିବେଶ । କିନ୍ତୁ ଦକ୍ଷିଣ-ପୂର୍ବ ଏସିଆ ଦେଶ ଥାଇଲାଣ୍ଡର ସହର ଚିୟାଙ୍ଗ ମାଇରେ ଏକ ମନ୍ଦିର ରହିଛି ଯେଉଁଠି ଶ୍ରଦ୍ଧାଳୁ ଦେବୀ-ଦେବତା ନୁହଁନ୍ତି ବରଂ ନର୍କ ଦର୍ଶନ ପାଇଁ ଆସିଥାନ୍ତି।

ଏଠାରେ ଭକ୍ତ କୌଣସି ଦେବତାଙ୍କ ପୁଜା କରିନଥାନ୍ତି ବରଂ ମୃତ୍ୟୁ ପରେ ମନୁଷ୍ୟକୁ ପାପ ପାଇଁମିଳଥିବା ଦଣ୍ଡକୁ ଦେଖିବା ପାଇଁ ଆସି ଥାଆନ୍ତି । ଏହି ମନ୍ଦିରରେ କିଛି ଏମିତି ମୂର୍ତ୍ତୀରହିଛି ଯାହା ମୃତ୍ୟୁ ପରେ ମିଳୁଥିବା ଦଣ୍ଡର କଷ୍ଟକୁ ଦର୍ଶାଇ ଥାଏ।

ଏହି ମନ୍ଦିର ସନାତନ ଧର୍ମ ଏବଂ ବୌଦ୍ଧ ଧର୍ମରୁ ପ୍ରେରିତ ହୋଇଛି । ମନ୍ଦିରରେ କୌଣସି ଦେବାଦେବୀ ନଥିଲେ ମଧ୍ୟ ଏହା ମନୁଷ୍ୟର ଭଲ କର୍ମ ଏବଂ ଖରାପ କର୍ମର ଫଳ ସମ୍ପର୍କରେ ଅବଗତ କରାଇଥାଏ ।

ମନ୍ଦିରର ସଭ୍ୟତା ତଥା ସଂସ୍କୃତିରେ ମଧ୍ୟ ଅନେକ ଅଶଂରେ ଭାରତୀୟ ପ୍ରଭାବ ଦେଖିବାକୁ ମିଳିଥାଏ । ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକଠାରୁ ପ୍ରାୟ 700 କିଲୋମିଟର ଦୂର ଚିଆଙ୍ଗ୍ ମାଇ ସହରରେ ପ୍ରାୟ 300 ମନ୍ଦିର ରହିଛି । କିନ୍ତୁ ସବୁଠାରୁ ପ୍ରସିଦ୍ଧ ମନ୍ଦିର ହେଉଛି ଏହି ନର୍କ ମନ୍ଦିର । ଏହି ମନ୍ଦିରକୁ ଦେଖିବା ପାଇଁ ଅନେକ ଲୋକେ ଦୂର ଦୂରାନ୍ତରୁ ଆସିଥାଆନ୍ତି ।

ମନ୍ଦିରକୁ ନିର୍ମାଣ କରିବାର ମୂଳ ବିଚାର ଜଣେ ବୌଦ୍ଧ ଭିକ୍ଷୁଙ୍କର ଥିଲା । ସେ ଲୋକଙ୍କୁ ଅବଗତ କରାଇବାକୁ ଚାହୁଁଥିଲେ ଯେ, ପାପ କରିବା ସମୟରେ ଖୁବ୍ ମଜା ମିଳିଥାଏ,ମାତ୍ର ଏହାର ପରିଣାମ ଖୁବ୍ କଷ୍ଟ ଦେଇଥାଏ । ଏହି କାରଣରୁ ସେ ନର୍କର ପରିକଳ୍ପନା କରି ଏହି ମନ୍ଦିର ନିର୍ମାଣ କରିଥିଲେ ଯେଉଁଠି ଲୋକେ ମୃତ୍ୟୁ ପରର ଦୁନିଆକୁ ଦେଖିଥାଆନ୍ତି ।



କେବଳ ନାମ ନୁହେଁ ବରଂ ଏହି ମନ୍ଦିର ଦେଖିବା ପାଇଁ ମଧ୍ୟ ନର୍କ ସଦୃଶ୍ୟ । ଏହି ମନ୍ଦିରର ବିଶେଷ୍ବତ ହେଉଛି ମୃତ୍ୟୁ ପରର ପରିଣାମ । ଏଠାରେ ଲୋକେ ମୃତ୍ୟୁ ପରେ ଭୋଗୁଥିବା ପରିଣାମର ଚିତ୍ର ଦେଖିଥାଆନ୍ତି ।

ମାନ୍ୟତା ରହିଛି ଏହି ମନ୍ଦିରକୁ ଲୋକେ ନିଜର ପାପରପଶ୍ଚ୍ୟତାପ କରିବା ପାଇଁ ଆସିଥାଆନ୍ତି । ଏହାକୁ 'ୱାଟ୍ ମେଁ କ୍ୟାଟ ନୋଇ' ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଶ୍ବାସରହିଛି ଯେ, ଏଠାରେ ଦର୍ଶନ କରିବା ପରେ ମନୁଷ୍ୟ ନିଜ ଭୁଲର ପଶ୍ଚତାପ କରିଥାଏ ।

ABOUT THE AUTHOR

...view details