ଓଡିଶା

odisha

ETV Bharat / jagte-raho

ବିବାହ ପ୍ରଲୋଭନ ଦେଖାଇ ଛାତ୍ରୀଙ୍କୁ ଅନ୍ତଃସତ୍ତ୍ବା କଲେ କନେଷ୍ଟବଳ

ବିବାହ ପ୍ରଲୋଭନ ଦେଖାଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ପ୍ରତାରିତ କଲେ ପୋଲିସ କନେଷ୍ଟବଳ । ଏନେଇ ଥାନାରେ ଅଭିଯୋଗ କଲେ ପୀଡିତା ।

By

Published : May 1, 2019, 10:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୋଲିସ କନଷ୍ଟେବଳଙ୍କ ଅମାନବୀୟ କାଣ୍ଡ । ସ୍ଥାନୀୟ ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ମୁହଁ ମୋଡି ନେଇଛନ୍ତି । ଛାତ୍ରୀ ଜଣକ ଅନ୍ତଃସତ୍ତ୍ବା ହେବା ପରେ ଘରଲୋକ ଓ କନଷ୍ଟେବଳ ଓ ତାଙ୍କ ପରିବାର ତାଙ୍କ ଠାରୁ ମୁହଁ ମୋଡି ନେଇଥିଲେ । ଏହାପରେ ଛାତ୍ରୀ ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଅଭିଯୁକ୍ତ ଯବାନ ଗୌରୀ ଶଙ୍କର ପ୍ରଧାନ କଟକ ଇଣ୍ଡିଆ ରିଜର୍ଭ ବାଟାଲିଅନରେ କନଷ୍ଟେବଳ ଭାବେ ଚାକିରି କରୁଥିଲେ । ଛୁଟିରେ ନିଜ ଗାଁ ଦାରିଙ୍ଗବାଡି ଆସି ପିଡିତା ସହିତ ମିଛ ପ୍ରେମ ସମ୍ପର୍କ ସ୍ଥାପନ କରି ଶେଷରେ ଧୋକା ଦେଇଥିବା ଏତଲାରେ ଦର୍ଶାଇଛନ୍ତି ପୀଡିତା । ଏପ୍ରିଲ 24 ତାରିଖରେ ଦାରିଙ୍ଗବାଡି ଥାନାରେ 45-2019ରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ କନଷ୍ଟେବଳଙ୍କୁ ଗିରଫ ନ କରି ପ୍ରଥମେ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରିବାରେ ଲାଗିଛି । ଦୁଇ ଦୁଇ ଥର ଡାକ୍ତରୀ ପରୀକ୍ଷା ସରିଛି ପିଡୀତାଙ୍କର, କିନ୍ତୁ ଏପର୍ଯ୍ୟନ୍ତ କନଷ୍ଟେବଳଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେପଟେ ନ୍ୟାୟ ମିଳିବା ଆଶାରେ ଚାହିଁ ରହିଛନ୍ତି ପୀଡିତା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details