ଓଡିଶା

odisha

ETV Bharat / jagte-raho

ଏନକାଉଣ୍ଟରରେ ମୁନ୍ନା ଆହତ, 3ଟି ବୋମା ଜବତ - cuttack

ସୋମବାର ବିଳମ୍ୱିତ ରାତିରେ କଟକ ବିଶ୍ୱଗୁରୁ ଲ କଲେଜରେ ମୁନ୍ନା ଲୁଚିଥିବା ଖବର ପାଇ କଟକ ମାଲଗୋଦାମ ଥାନା ଅଧିକାରୀ ତାଙ୍କର ଏକ ଟିମ ସହ ସେଠାରେ ପହଁଞ୍ଚି ଏନକାଉଣ୍ଟର କରିଥିଲେ । ଆହତ ମୁନ୍ନା କଟକ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଛି ।

ଫଟୋ ସୌଜନ୍ୟ: ସମ୍ୱାଦଦାତା, କଟକ

By

Published : Mar 19, 2019, 12:21 PM IST

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ କୁମାର ସ୍ୱାଇଁ ଓରଫ ମୁନ୍ନା ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି । ସୋମବାର ବିଳମ୍ୱିତ ରାତିରେ କଟକ ବିଶ୍ୱଗୁରୁ ଲ କଲେଜରେ ମୁନ୍ନା ଲୁଚିଥିବା ଖବର ପାଇ କଟକ ମାଲଗୋଦାମ ଥାନା ଅଧିକାରୀ ତାଙ୍କର ଏକ ଟିମ ସହ ସେଠାରେ ପହଁଞ୍ଚି ଏନକାଉଣ୍ଟର କରିଥିଲେ । ଆହତ ମୁନ୍ନା କଟକ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଛି ।

ସୋମବାର ରାତି ପ୍ରାୟ 1.30 ସମୟରେ ମାଲଗୋଦାମ ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ ଖବର ପାଇଥିଲେ ଯେ ମୋଷ୍ଟ ୱାଣ୍ଟେଡ ମୁନ୍ନା ବିଶ୍ୱଗୁରୁ ଲ' କଲେଜରେ ଲୁଚିଛି । ତେଣୁ ତାଙ୍କର ଏକ ଟିମକୁ ନେଇ ଥାନା ଅଧିକାରୀ ସେଠାରେ ପହଁଞ୍ଚିଥିଲେ । ସେଠାରେ ପହଞ୍ଚି ସେ ଦେଖିଥିଲେ ଯେ ଏକ ପାଣିଟାଙ୍କି ପାଖରେ ମୁନ୍ନା ଲୁଚିଥିଲା । ତାକୁ ଆଇଆଇସି ଓ ଟିମ ଚାରି ପଟୁ ଘେରି ନେଇଥିଲେ କହିଥିଲେ । କିନ୍ତୁ ମୁନ୍ନା ତାଙ୍କ ଉପରକୁ ଏକ ବୋମାମାଡ କରିଥିଲା ଓ ଏଥିରେ ତିନିଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହାପରେ ମୁନ୍ନାକୁ ଚେତାବନୀ ଦେବା ପାଇଁ ଥାନା ଅଧିକାରୀ ଫାଙ୍କା ଗୁଳିଚଳନା କରିଥିଲେ । କିନ୍ତୁ ଏଥର ମଧ୍ୟ ମୁନ୍ନା ପୁଣି ଏକ ବୋମାମାଡ କରିଥିଲା । ନିଜର ଓ ନିଜ ଟିମର ସୁରକ୍ଷା ପାଇଁ ଆଇଆଇସି ଭଞ୍ଜ ବାଧ୍ୟ ହୋଇ ମୁନ୍ନା ଉପରକୁ ଗୁଳି ଚଳାଇଥିଲେ ଯାହା ମୁନ୍ନାର ବାମ ଗୋଡରେ ବାଜିଥିଲା ଓ ଅପରାଧୀ ମୁନ୍ନା ସେଠାରେ ପଡିଯାଇଥିଲା ।

ଏହାପରେ ତା'ଠାରୁ ସମସ୍ତ ବୋମା ଜବତ କରିଥିଲା ପୋଲିସ ଓ ଆହତ ମୁନ୍ନାକୁ ତୁରନ୍ତ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରିଥିଲା ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details