ଓଡିଶା

odisha

ETV Bharat / jagte-raho

ଜମି ବିବାଦର ଉଗ୍ରରୂପ, ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । କଳାହାଣ୍ଡି ସାପମୁଣ୍ଡି ଗାଁରେ ପୁତୁରାକୁ ହାଣିଲା ଦାଦା । ପୁତୁରାର ଘଟଣାସ୍ଥଳରେ ମୃତ୍ୟୁ ।

By

Published : Jun 25, 2019, 5:06 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । ଟାଙ୍ଗିଆ ଚୋଟରେ ପୁତୁରା ମୃତ । ବଡ ଭାଇ ଗୁରୁତର । ଥୁଆମୁଳ ରାମପୁର ଥାନା ସାପମୁଣ୍ଡି ଗାଁରେ ଘଟିଛି ଏପରି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଘଟଣା ପରେ ଅଭିଯୁକ୍ତ ଫଗୁନୁ ମାଝୀକୁ ପୋଲିସ ଅଟକ ରଖିଛି । ଗୁରୁତର ବଡଭାଇ ବାରୁ ମାଝୀଙ୍କୁ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନାଥାଉକି, ଦୁଇ ଭାଇ ବାରୁ ମାଝୀ ଓ ଫଗୁନୁ ମାଝୀଙ୍କ ମଧ୍ୟରେ ଜମିବିବାଦକୁ ନେଇ ପୂର୍ବରୁ ଶତ୍ରୁତା ଥିଲା । ତେବେ ଆଜି(ମଙ୍ଗଳବାର) ଏହା ଉଗ୍ରରୂପ ଧାରଣ କରିଥିଲା । ସ୍ଥିତି ଏପରି ହୋଇଥିଲା ଯେ କାକା ଫଗୁନୁ ମାଝୀ ନିଜ ପୁତୁରା ସମ୍ବରୁ ମାଝୀଙ୍କୁ ଟାଙ୍ଗିଆରେ ହାଣିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

କଳାହାଣ୍ଡିରୁ ଅଜିତ୍‌ ସିଂହ, ଇଟିଭି ଭାରତ

ABOUT THE AUTHOR

...view details