ଓଡିଶା

odisha

ETV Bharat / jagte-raho

ଏନକାଉଣ୍ଟର ପଛର ଅଦେଖା ସତ, କେମିତି ବାଜୁଛି ଆଣ୍ଠୁତଳେ ଗୁଳି ? - ଆଣ୍ଠୁତଳେ ଗୁଳି

ରାଜଧାନୀରେ କିଛି ଦିନ ଧରି ଚାଲିଥିଲା ଏନକାଉଣ୍ଟର । ମୁହାଁମୁହିଁ ହେଉଥିଲେ ଲୁଟେରା ଓ ପୋଲିସ। ଲୁଟେରାଙ୍କ ଗୁଳିର ଜବାବ ଦେଉଥିଲା କମିସନରେଟ ପୋଲିସ।ହେଲେ ପ୍ରଶ୍ନ ଉଠୁଛି କଣ ଏପରି ସ୍ଥିତି ଉପୁଜିଥିଲା ଯାହା ପାଇଁ ଲୁଟେରାଙ୍କୁ କାବୁ କରିବା ପରିବର୍ତ୍ତେ ଗୁଳି କରିବାକୁ ବାଧ୍ୟ ହୋଇଥିଲା କମିସନରେଟ ପୋଲିସ। ଆଉ କେମିତି ବାଜୁଛି ଆଣ୍ଠୁତଳେ ଗୁଳି ?

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 7, 2019, 3:55 PM IST

ଭୁବନେଶ୍ବର: ରାଜଧାନୀରେ କିଛି ଦିନ ଧରି ଚାଲିଥିଲା ଏନକାଉଣ୍ଟର । ମୁହାଁମୁହିଁ ହେଉଥିଲେ ଲୁଟେରା ଓ ପୋଲିସ। ଲୁଟେରାଙ୍କ ଗୁଳିର ଜବାବ ଦେଉଥିଲା କମିସନରେଟ ପୋଲିସ। ଗୁଳିର ଜବାବରେ ଗୁଳି ଖାଉଥିଲେ ହାର୍ଡକୋର ଅପରାଧୀ। ରାଜଧାନୀର ରଙ୍ଗବଜାର, ଚିଲ୍ଲିପୋଖରି ଓ ଭରତପୁରରେ ଏନକାଉଣ୍ଟର ହୋଇଥିଲେ 5 ଅପରାଧୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ହେଲେ ପ୍ରଶ୍ନ ଉଠୁଛି କଣ ଏପରି ସ୍ଥିତି ଉପୁଜିଥିଲା ଯାହା ପାଇଁ ଲୁଟେରାଙ୍କୁ କାବୁ କରିବା ପରିବର୍ତ୍ତେ ଗୁଳି କରିବାକୁ ବାଧ୍ୟ ହୋଇଥିଲା କମିସନରେଟ ପୋଲିସ। କଣ ଅପରାଧୀ ଆଗୁଆ ଗୁଳି କରିଥିଲେ, ଯାହାର ଜବାବ ଦେବାକୁ ପାଲଟା ପୋଲିସ କରିଥିଲା ଫାୟାରିଂ । କଣ ସେଠାରେ ଲୁଟେରା ବାହାରେ ବୁଲୁଥିଲେ ଓ ପୋଲିସ ଆସିବା ପରେ ସେମାନେ ଫାୟାରିଂ କରିଥିଲେ । ସେଠାକାର ସ୍ଥିତି ଥିଲା କିପରି, ଯାହା ଏନକାଉଣ୍ଟର କରିବା ଭଳି ସ୍ଥିତି ଉପୁଯିଥିଲା।

ଲୁଟେରା କାର ବାହାରେ ଥାଇ ପୋଲିସକୁ ଗୁଳି କରିଥିଲେ ନା ଭିତରେ। ଯଦି ବାହାରେ ଥିଲେ କଣ ନିଜକୁ ସୁରକ୍ଷା ପାଇଁ କାର ଭିତରକୁ ଯାଇନଥିଲେ। ଯଦି କାର ଭିତରେ ଥିଲେ ଅପରାଧୀଙ୍କ ଗୋଡରେ କେମିତି ବାଜିଲା ଗୁଳି। ତେବେ ଘଟଣା ସ୍ଥଳରୁ ମିଳିଥିବା କାରର ସିଟ ମୁଭିଂରେ ଥିବାବେଳେ ଗାଡିର କାଚରେ ଗୁଳି ବାଜି ଚୁନା ହୋଇଥିବା ଦେଖିବାକୁ ମିଳିଥିଲା। ହୁଏତ ଅପରାଧୀ ଗାଡି ଭିତରେ ଶୋଇଥିବ, ନଚେତ ଗାଡି ଭିତରେ ଥିବା ଅବସ୍ଥାରେ ଗୁଳିମାଡ ହୋଇଛି। ଯଦି ସେପରି ହୋଇଥାଏ ଗୋଡରେ କେମିତି ବାଜିଛି ଗୁଳି। କାର ଭିତରେ ଥିବା ସମୟରେ ଗୋଡ ତଳକୁ ଥାଏ । ତେଣୁ ଗୁଳି ମାଡ ସମୟରେ ବାଧକ ସୃଷ୍ଟି ହେଲାନି କେମିତି। ଅନ୍ୟପଟେ ଯଦି ବାହାରେ ଗୁଳି ହୋଇଛି ତାହାଲେ କାର ପାଖରେ ଗୁଳିର ଖୋକା ମିଳିଲା କିପରି।

ସ୍ପଟ୍‌ର ବିଭିନ୍ନ ଦୃଷ୍ଟିକୋଣରୁ ଏମିତି ଅନେକ ସନ୍ଦେହ ସୃଷ୍ଟି ହେଉଛି। କେବଳ ଚିଲ୍ଲିପୋଖରି ଏନକାଉଣ୍ଟରରେ ଲୁଟେରା କାର ବ୍ୟବହାର କରିନଥିବା ବେଳେ ସେଠାକାର ଏନକାଉଣ୍ଟରକୁ ଛାଡିଲେ ଅନ୍ୟ ସବୁ ଏନକାଉଣ୍ଟର କୌଣସି ସଠିକ ତଥ୍ୟ କମିସନରେଟ ପୋଲିସ ପକ୍ଷରୁ ଏଯାଏ ମିଳିନି। ତେବେ ଏନକାଉଣ୍ଟରର ୫ଦିନ ପରେ ବି ୫ ଅପରାଧୀଙ୍କ ସଠିକ ତଥ୍ୟ ଦେବାକୁ ପଛଘୁଞ୍ଚା ଦେଇଛି କମିସନରେଟ ପୋଲିସ। ସେପଟେ ଖୁବଶିଘ୍ର ଏନେଇ ତଥ୍ୟର ଖୁଲାସା କରିବାକୁ ଏକ ପ୍ରେସମିଟର ଯୋଜନା କରୁଥିବା କମିସନରେଟ ପୋଲିସ ସୂତ୍ରରୁ ସୂଚନା ମିଳିଛି।

ତେବେ ସବୁଠୁ ବଡ ପ୍ରଶ୍ନ କେମିତି ବାଜିଛି ଆଣ୍ଠୁତଳେ ଗୁଳି ? ଯାହା ଜାଣିବା ଲାଗି ସଠିକ୍‌ ତଥ୍ୟକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details