ଓଡିଶା

odisha

ETV Bharat / jagte-raho

କୋରୋନା କାଳରେ ସାଇବର ସୁରକ୍ଷା ବଡ ଆହ୍ବାନ: କର୍ଣ୍ଣେଲ ଇନ୍ଦ୍ରଜିତ ସିଂ

କୋରୋନା ସଙ୍କଟ ସମୟରେ ଚିନ୍ତାର କାରଣ ହୋଇଛନ୍ତି ସାଇବର ଅପରାଧୀ । ତେବେ ଏଭଳି ଅପରାଧୀଙ୍କ ଠାରୁ ସୁରକ୍ଷିତ ରହିବାକୁ, ସାଇବର ସିକ୍ୟୁରିଟି ଆସୋସିଏସନ ଅଫ୍ ଇଣ୍ଡିଆ(CSAI)ର ମହାନିର୍ଦ୍ଦେଶକ ଓ ସାଇବର ସିକ୍ୟୁରିଟି ଏକ୍ସପର୍ଟ କର୍ଣ୍ଣେଲ ଇନ୍ଦ୍ରଜିତ ସିଂ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।

କୋରୋନା କାଳରେ ସାଇବର ସୁରକ୍ଷା ବଡ ଆହ୍ବାନ: କର୍ଣ୍ଣେଲ ଇନ୍ଦ୍ରଜିତ ସିଂ
କୋରୋନା କାଳରେ ସାଇବର ସୁରକ୍ଷା ବଡ ଆହ୍ବାନ: କର୍ଣ୍ଣେଲ ଇନ୍ଦ୍ରଜିତ ସିଂ

By

Published : Aug 7, 2020, 8:53 PM IST

Updated : Aug 8, 2020, 5:32 PM IST

ନୂଆଦିଲ୍ଲୀ:କୋରୋନା ସଙ୍କଟ ସମୟରେ ଚିନ୍ତାର କାରଣ ହୋଇଛନ୍ତି ସାଇବର ଅପରାଧୀ । ତେବେ ଏଭଳି ଅପରାଧୀଙ୍କ ଠାରୁ ସୁରକ୍ଷିତ ରହିବାକୁ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ୍ ଇଣ୍ଡିଆ (CSAI)ର ମହାନିର୍ଦ୍ଦେଶକ ଓ ସାଇବାର ସିକ୍ୟୁରିଟି ଏକ୍ସପର୍ଟ କର୍ଣ୍ଣେଲ ଇନ୍ଦ୍ରଜିତ ସିଂ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଇଟିଭି ଭାରତ କର୍ଣ୍ଣେଲ ଇନ୍ଦ୍ରଜିତଙ୍କୁ କେତେ ପ୍ରକାରର ସାଇବର ଆକ୍ରମଣ ରହିଛି ଏବଂ ଏଥିରୁ ସୁରକ୍ଷିତ ରହିବାକୁ କଣ ସବୁ ଉପାୟ ରହିଛି, ଏନେଇ ବିଶେଷ ଆଲୋଚନା କରିଛି ।

କର୍ଣ୍ଣେଲ ଇନ୍ଦ୍ରଜିତଙ୍କ ମତରେ, ଯେବେ କୋରୋନା ଭାଇରସ ସଂକ୍ରମଣ ଆରମ୍ଭ ହେଲା ଓ ସଂକ୍ରମଣ ବ୍ୟାପିବାପରେ ଲାଗିଲା, ଏମିତି ଏକ ପରିସ୍ଥିତି ସୃଷ୍ଟି ହେଲା, ଯେଉଁଥିପାଇଁ କୌଣସି କମ୍ପାନୀ ପ୍ରସ୍ତୁତ ନଥିଲେ । ଏପରି ସ୍ଥିତିରେ ବ୍ୟବସାୟ କାର୍ଯ୍ୟ ଚାଲୁ ରଖିବା ପାଇଁ, ୱାର୍କ ଫର୍ମ ହୋମ ଅର୍ଥାତ ଘରୁ କାମ କରିବାର ପ୍ରଣାଳୀର ସମସ୍ତେ ସାହାରା ନେଲେ ।

ବିପଦ ଅବିଶ୍ବସନୀୟ ଥିଲା, ଏହା ପୂର୍ବରୁ ଏତେ ସଂଖ୍ୟାରେ ଏମିତି ଭାବେ ସମସ୍ତ କମ୍ପାନୀ ନିଜ ବ୍ୟବସାୟ ଉପରେ ସାମୂହିକ ପ୍ରତିବନ୍ଧ ଲଗାଇବାର ଦେଖାଯାଇନଥିଲା । ଏଭଳି ସଂକ୍ରମକ ରୋଗ ସହ କେହି ବି ପରିଚିତ ନଥିଲେ । ଫଳରେ ଲୋକପ୍ରିୟ ହୋଇନଥିବା 'ୱାର୍କ ଫର୍ମ ହୋମ୍' ଫର୍ମୁଲାକୁ ସଙ୍କଟ ବଡ ହୋଇଥିବାରୁ ବାଧ୍ୟରେ ଆପଣାଉଛନ୍ତି ।

ବ୍ୟବସାୟ କାର୍ଯ୍ୟ ବ୍ୟତୀତ, ଅନେକ ପ୍ରତିଷ୍ଠାନ ପାଇଁ ଜିନିଷ ପରିବହନ ଏକ ଆହ୍ବାନ ହୋଇଛି । କର୍ମଚାରୀ ମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ତଥ୍ୟ ଲିକ୍ ହେବାର ସମ୍ଭାବନା ଓ ତଥ୍ୟ ଗୁଡିକର ସୁରକ୍ଷା (କର୍ପୋରେଟ ଡାଟା/ ଡାଟା ସିକ୍ୟୁରିଟି)ର ଅସୁବିଧା ରହିଛି ।

ବ୍ୟବସାୟ ସଞ୍ଚାଳନକୁ ସ୍ଥାନାନ୍ତର କରିବା କରିବାର ଆହ୍ବାନ ସହ, କମ୍ପାନୀ ମାଲିକମାନେ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସର୍ବୋପରି ରଖିବାକୁ ପ୍ରୟାସ କରିଛନ୍ତି । ଏପରି ସ୍ଥିତିରେ କେତେକ କମ୍ପାନୀରେ ନିରନ୍ତରତା ଓ ରିସ୍କ ମ୍ୟାନେଜମେଣ୍ଟ କ୍ଷେତ୍ରରେ ସୁଧାର ପାଇଁ ମଧ୍ୟ ସମୟ ମିଳିଛି । କର୍ଣ୍ଣେଲ ଇନ୍ଦ୍ରଜିତଙ୍କ ଅନୁଯାୟୀ, ଏହି ସମୟ କମ୍ପାନୀ ମାନଙ୍କ ପାଇଁ ସାଇବର ସିକ୍ୟୁରିଟି ଦିଗକୁ ଶକ୍ତ କରିବାକୁ ଅବସର ନେଇଆସିଛି ।

କୋରୋନା ଭାଇରସ ସଂକ୍ରମଣରେ ଦ୍ରୁତ ବୃଦ୍ଧି ସହ ସାଇବର ଆକ୍ରମଣର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ହ୍ୟାକର୍ସ ମାନେ ମହାମାରୀ ସମୟରେ ଉତ୍ପନ୍ନ ସଙ୍କଟର ଫାଇଦା ଉଠାଇବା ଆରମ୍ଭ କରିସାରିଛନ୍ତି । ହ୍ୟାକର୍ସଙ୍କ ଟାର୍ଗେଟରେ ଛୋଟ-ବଡ ସମସ୍ତ କ୍ଷେତ୍ର ରହିଛି ।

କେଉଁ କ୍ଷେତ୍ର ଗୁଡିକ ଅଧିକ ମାତ୍ରାରେ ଅନଲାଇନ ମାଧ୍ୟମକୁ ଅଧିକ ବ୍ୟବହାର କରୁଛନ୍ତି ପ୍ରଶ୍ନର ଉତ୍ତରରେ, ଆଇଟି ସେବା ଦ୍ବାରା ହେଲଥ କେୟାରର ପରିଚାଳାନ କରାଯାଉଛି । ଫଳରେ ସେବା କ୍ଷେତ୍ରରେ ସାଇବର ଆକ୍ରମଣ ଅଧିକ ବୃଦ୍ଧି ପାଇଥିବା କର୍ଣ୍ଣେଲ ଇନ୍ଦ୍ରଜିତ କହିଛନ୍ତି ।

ସାଇବର ସୁରକ୍ଷା ପାଇଁ କିଛି ଟିପ୍ସ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଧିଂକାଶ ଫାର୍ମା କମ୍ପାନୀ କୋରୋନା ଭାଇରସ ଭ୍ୟାକସିନ ନେଇ ପରୀକ୍ଷଣ କରୁଛନ୍ତି ।

ଏହି କ୍ରମରେ ହ୍ୟାକର୍ସମାନେ ମାଲୱାର, ଏପିଟି, ରନସମୱରର ବ୍ୟବହାର କରି ଭ୍ୟାକସିନ ପରୀକ୍ଷଣକୁ ହ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ହେଲଥ କେୟାର କ୍ଷେତ୍ରରେ ଫାର୍ମା ଉତ୍ପାଦକ ପ୍ଲାଣ୍ଟ ଗୁଡିକୁ ସାଇବର ଆକ୍ରମଣରୁ ସୁରକ୍ଷିତ ରହିବା ଜରୁରୀ ହୋଇ ପଡିଛି ।

ସାଇବାର ଆକ୍ରମଣରୁ ବର୍ତ୍ତିବା ପାଇଁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସତର୍କତା ନେଇ ପୂର୍ବରୁ ଚିନ୍ତା କରାଯାଇଛି । କେବଳ ସ୍ବାସ୍ଥ୍ୟ ସେବା କ୍ଷେତ୍ର ନୁହେଁ ବରଂ, ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ମଧ୍ୟ ସାଇବର ଆଟାକ ବୃଦ୍ଧି ପାଉଥିବା ସେ କହିଛନ୍ତି । ମହାମାରୀ କୋରୋନା ଭାଇରସ ସମୟରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଓ ଆର୍ଥିକ ଅନୁଷ୍ଠାନ ଗୁଡିକରେ ସାଇବାର ଆକ୍ରମଣର ଭୟ ସର୍ବାଧିକ ରହିଛି । ମାଲୱାର ଭଳି ମାରାତ୍ମକ ହ୍ୟାକିଂ ଉପକରଣ ବ୍ୟବହାର କରି ସାଧାରଣ ଲୋକଙ୍କ ଆକାଉଣ୍ଟ ହ୍ୟାକ୍ କରିବା ଓ ତଥ୍ୟ ଗାଏବ କରିବା ଭଳି କାର୍ଯ୍ୟ କରିବାର ସମ୍ଭାବନା ରହିଛି । ଶାରୀରିକ ଓ ମାନସିକ ସ୍ଥରରେ ସମସ୍ତେ ମହାମାରୀ ସହ ଲଢେଇ ଜାରି ରଖିଛନ୍ତି । ଏପରି ସମୟରେ ହ୍ୟାକର୍ସ ଅନେକ ଅତ୍ୟାଧୁନିକ କୌଶଳ ବ୍ୟବହାର କରୁଛନ୍ତି ।

ଶକ୍ତି କ୍ଷେତ୍ର, ପାଣି ପ୍ଳାଣ୍ଟ୍, ତେଲ ଓ ଗ୍ୟାସ ପ୍ଲାଣ୍ଟ, ଦୂରସଞ୍ଚାର ନେଟୱର୍କରେ ସାଇବର ଆକ୍ରମଣ ବୃଦ୍ଧି ପାଉଥିବା ସେ କହିଛନ୍ତି । ତେବେ ଏହି ସବୁ କ୍ଷେତ୍ରରେ ସୁରକ୍ଷା ଏକ ଆହ୍ବାନ ପାଲଟିଛି । କାରଣ କୋରୋନା ଭାଇରସ ମହାମାରୀ ଯୋଗୁଁ ଅଧିକାଂଶ କର୍ମଚାରୀଙ୍କ ପାଇଁ ପୂର୍ବ ପରି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଉପରେ ନଜର ରଖିବା ସମ୍ଭବପର ହେଉନାହିଁ । ଅଧିକାଂଶ ଲୋକ ଘରୁ କାମ କରୁଛନ୍ତି । ଏଭଳି ପରିସ୍ଥିତିରେ ହ୍ୟାକର୍ସ ମାନେ ଏହାକୁ ଏକ ସୁଯୋଗ ଭାବରେ ଦେଖିବା ସହ ଫାଇଦା ଉଠାଉଛନ୍ତି |

ସୁରକ୍ଷା ଦୃଷ୍ଟିକୋଣରୁ କୌଣସି ବି ଦେଶ ପାଇଁ ସାଇବର ଆକ୍ରମଣରୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଗୁଡିକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ସାଇବର ଅପରାଧୀଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ପଦ୍ଧତି ବିଷୟରେ କର୍ଣ୍ଣେଲ ଇନ୍ଦ୍ରଜିତ କହିଛନ୍ତି ଯେ ହ୍ୟାକିଂ ପାଇଁ ବ୍ୟବହୃତ ଫିସିଂ ଇ-ମେଲ ହେଉଛି ସବୁଠାରୁ ସାଧାରଣ ପଦ୍ଧତି । ସେ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଫିସିଂ ଇ-ମେଲଗୁଡିକ ପ୍ରାୟ 600% ବୃଦ୍ଧି ପାଇଛି ।

ଏକ ଫିସିଂ ଇ-ମେଲର ଉଦାହରଣରେ କର୍ଣ୍ଣେଲ ଇନ୍ଦ୍ରଜିତ୍ କହିଛନ୍ତି ଯେ, ଯଦି ଏକ ଇ-ମେଲ୍ WHOନାମରେ ଆସିଥାଏ, ତେବେ ଉପଭୋକ୍ତା ନିଶ୍ଚିତ ଭାବରେ ଦ୍ବନ୍ଦ୍ବରେ ପଡିଥାଏ | ଡାଉନଲୋଡ୍ ଭଳି ଅପ୍ସନ୍ ଉପରେ କ୍ଲିକ୍ କରିବା ମାତ୍ରେ ସମସ୍ୟା ଆରମ୍ଭ ହୋଇଯାଏ |

ଥରେ କେହି ଇ-ମେଲରେ ଥିବା ସନ୍ଦେହଜନକ ଲିଙ୍କ ଉପରେ କ୍ଲିକ୍ କଲେ କିମ୍ବା କ PDF କିମ୍ବା ଲିଙ୍କରୁ କିଛି ଡାଉନଲୋଡ୍ କଲେ, ଏହା ବ୍ୟବହାରକାରୀଙ୍କୁ ସନ୍ଦେହଜନକ ଲିଙ୍କକୁ ନେଇଯାଏ | କର୍ଣ୍ଣେଲ ଇନ୍ଦ୍ରଜିତ୍ କହିଛନ୍ତି ଯେ ଲିଙ୍କରେ କ୍ଲିକ୍ କରିବା ପରେ ମାଲଓୟାର କାରଣରୁ ବ୍ୟବହାରକାରୀଙ୍କ ପରିଚୟପତ୍ର ବିପଦରେ ପଡିଥାଏ । ଏହି ପରିପ୍ରେକ୍ଷୀରେ, ସାଇବର ଅପରାଧୀଙ୍କୁ କମ୍ପ୍ୟୁଟର କିମ୍ବା ମୋବାଇଲର ତଥ୍ୟ ଚୋରି କରିବାରେ ସାହାଯ୍ୟ ହୋଇଯାଏ ।

ସେ କହିଛନ୍ତି ଆଶ୍ଚର୍ଯ୍ୟର କଥା ଯେ, ଫେବୃଆରୀ-ମାର୍ଚ୍ଚ ମଧ୍ୟରେ କୋରୋନା ଭାଇରସ ସହ ଏକ ଲକ୍ଷରୁ ଅଧିକ ଡୋମେନ୍ ଜଡିତ ଥିଲା । ବହୁ ସଂଖ୍ୟାରେ ସଜାଗତା ଉପରେ କର୍ଣ୍ଣେଲ ଇନ୍ଦ୍ରଜିତ କହିଛନ୍ତି ଯେ ସମସ୍ତେ ସନ୍ଦେହଜନକ ନୁହଁନ୍ତି, କିନ୍ତୁ ଅନେକ ଡୋମେନ୍ ଲୋକଙ୍କୁ ଭୟ ଦେଖାଇବା ପାଇଁ ବ୍ୟବହାର କରାଯାଇଛି ।

ସାଇବର ସୁରକ୍ଷା ପାଇଁ କିଛି ଟିପ୍ସ:

  • ଆପଣଙ୍କ ଏଣ୍ଟପଏଣ୍ଟ ସିକ୍ୟୁରିଟି ବା ପାସୱାର୍ଡ ସୁରକ୍ଷିତ ଓ ଶକ୍ତ ହେବା ଜରୁରୀ । କାରଣ ହ୍ୟାକର୍ସ ଏଣ୍ଡପଏଣ୍ଟ ସିକ୍ୟୁରିଟି ଆବଶ୍ୟକ କରିଥାନ୍ତି ।
  • ନକଲି ୱେବସାଇଟଗୁଡିକୁ ଅବରୋଧ କରିବା ପାଇଁ ୱେବ୍ ଫିଲ୍ଟରିଂ ବ୍ୟବହାର କରାଯିବା ଉଚିତ |
  • ଏଣ୍ଡପଏଣ୍ଟ ସିକ୍ୟୁରିଟି ବା ପାସୱାର୍ଡ ଫାଇଲଗୁଡିକ ଖୋଜିପାରେ ଯାହା ଆପଣଙ୍କ ତଥ୍ୟ ଚୋରି କରିପାରିବ |
  • ସ୍ପାମ୍ ଏବଂ ଫିସିଂ ଇ-ମେଲ୍ ଫିଲ୍ଟର୍ କରିବା ପାଇଁ ଏକ ବହୁ ଉଦ୍ଦେଶ୍ୟ ପ୍ରାମାଣିକରଣ(ମଲ୍ଟି ପର୍ପୋସ ଅଥେଣ୍ଟିକେସନ ) ଆବଶ୍ୟକ ରହିଛି |
  • ଏକ ସୁରକ୍ଷିତ ପାସୱାର୍ଡ ବ୍ୟବହାର କରନ୍ତୁ ଯାହାକୁ ଆପଣ ନିୟମିତ ପରିବର୍ତ୍ତନ ମଧ୍ୟ କରନ୍ତୁ |
  • ଏପରି ପାସୱାର୍ଡ ରଖନ୍ତୁ ନାହିଁ ଯାହା ସାଧାରଣତଃ ସମସ୍ତଙ୍କୁ ଜଣା, ଯେପରିକି ଆପଣଙ୍କର ଜନ୍ମ ତାରିଖ, ନାମ ପରେ ଜନ୍ମ ବର୍ଷ ଇତ୍ୟାଦି । ସର୍ବଦା ପାସୱାର୍ଡ ସଂଖ୍ୟା ଓ ଅକ୍ଷର ବିଶେଷ କରି @, $ ପରି ଚିହ୍ନରେ ମିଶ୍ରଣରେ ରଖନ୍ତୁ ।
  • ଘରୁ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସଂଯୋଗ କରିବା ପାଇଁ ଭର୍ଚୁଆଲ୍ ପ୍ରାଇଭେଟ ନେଟୱାର୍କ (VPN) କାର୍ଯ୍ୟକାରୀ କରନ୍ତୁ |
  • ଦୂରରୁ ବ୍ୟବହୃତ ସେବା ପାଇଁ ପ୍ୟାଚ୍ ପରିଚାଳନା ଏବଂ ସୁନିଶ୍ଚିତ କରନ୍ତୁ ଯେ ଘରୁ କାର୍ଯ୍ୟ କରୁଥିବା ଦୂର ବ୍ୟବହାରକାରୀଙ୍କ ପାଇଁ ବହୁତ ଶକ୍ତିଶାଳୀ VPN ରହିଛି |
  • ଅପରେଟିଂ ସିଷ୍ଟମ୍, ଇ-ମେଲ୍ କ୍ଲାଏଣ୍ଟ ଏବଂ ସଫ୍ଟୱେର୍ ସ୍ବୟଂଚାଳିତ ଭାବରେ ଅପଡେଟ୍ କରାନ୍ତୁ |
  • ଶେଷରେ, ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ ଯେ, ଆପଣଙ୍କର ତଥ୍ୟ ସେହି ବ୍ୟକ୍ତିଙ୍କ ସହିତ ନାହିଁ ଯିଏ ଏହାର ଅପବ୍ୟବହାର କରିପାରିବ | ଅଜ୍ଞାତ ଲୋକଙ୍କ ଇମେଲ୍ ଏବଂ ଫୋନ୍ ଉପରେ ଗୁପ୍ତ ସୂଚନା ଜଣାନ୍ତୁ ନାହିଁ | ଏହିପରି ଲୋକମାନେ ହ୍ୟାକର୍ ହୋଇପାରନ୍ତି |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 8, 2020, 5:32 PM IST

ABOUT THE AUTHOR

...view details