ଓଡିଶା

odisha

ETV Bharat / jagte-raho

ନିର୍ବାଚନୀ ଚଢାଉ: ବୋଲେରରୁ 1 ଲକ୍ଷ 48 ହଜାର ଟଙ୍କା ଜବତ

ଯାନବାହାନ ଚେକିଂ ବେଳେ ରଙ୍ଗିଆଗଡ ନିକଟରୁ 1 ଲକ୍ଷ 48 ହଜାର ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ବାର୍ଡ ।

By

Published : Apr 21, 2019, 3:15 AM IST

Updated : Apr 21, 2019, 5:52 AM IST

ଫଟୋ ସୌଜନ୍ୟ: ପ୍ରତୀକାତ୍ମକ ଫଟୋ

ଜଗତସିଂହପୁର: ପାରାଦ୍ବୀପ ରଙ୍ଗିଆଗଡ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ବାର୍ଡ । ଶନିବାର ଗାଡି ଚେକିଂ ସମୟରେ ଏକ ବୋଲେରରୁ 1 ଲକ୍ଷ 48 ହଜାର ଟଙ୍କା ଜବତ କରାଯାଇଛି ।

ସୂଚନାଯୋଗ୍ୟ, ସାରା ରାଜ୍ୟରେ ନିର୍ବାଚନୀ ମାହୋଲ ଲାଗି ରହିଥିବା ବେଳେ ନେତାମାନେ ନିଜ ପ୍ରଚାର ପାଇଁ ଜୋରଦାର ଲାଗି ପଡିଛନ୍ତି । ତେବେ ଏହି ପ୍ରଚାରରେ ବେଆଇନ ଟଙ୍କାର ଯେପରି ବ୍ୟବହାର ନହୁଏ ସେ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ଫଳରେ ବିଭିନ୍ନ ସ୍ଥାନରେ ପୋଲିସ ଓ ଫ୍ଲାଇଂ ସ୍କ୍ବାର୍ଡ ପକ୍ଷରୁ ଚଢାଉ କରାଯାଇ ଏହି ବେଆଇନ ଅର୍ଥକୁ ଜବତ କରାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Apr 21, 2019, 5:52 AM IST

ABOUT THE AUTHOR

...view details