ଓଡିଶା

odisha

ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା: ଏନକାଉଣ୍ଟର କରି 4 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

By

Published : Nov 6, 2019, 9:07 AM IST

Updated : Nov 6, 2019, 9:20 AM IST

ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାରେ ଝାରସୁଗୁଡା ପୋଲିସକୁ ବଡ ସଫଳତା । ଗୁଳିକାଣ୍ଡରେ ସାମିଲ ଥିବା ସମସ୍ତ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଡିଜାଇନ ଫଟୋ

ଝାରସୁଗୁଡା: ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାରେ ଝାରସୁଗୁଡା ପୋଲିସକୁ ବଡ ସଫଳତା। ଗୁଳିକାଣ୍ଡରେ ସାମିଲ ଥିବା ସମସ୍ତ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର, ନିକି ସିଂ, ରଫିକ ଅନସାରୀ ।

ଗୁଳିକାଣ୍ଡ ପରେ ବ୍ରଜରାଜନଗରକୁ ଚାରିଆଡୁ ସିଲ କରିଥିଲା ପୋଲିସ । ହେଲେ ପୋଲିସକୁ ଚକମା ଦେଖାଇ ଅଭିଯୁକ୍ତମାନେ ଖସି ଯିବାକୁ ପ୍ରୟାସ କରୁଥିବାବେଳେ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ସହିତ ମୁଁହାମୁହିଁ ହୋଇଥିଲେ । ପରେ ପୋଲିସ ଉପରକୁ ଅଭିଯୁକ୍ତମାନେ ଗୁଳି ଚଳାଇଥିଲେ । ଫଳରେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଚୁଡାମଣି ମହାନନ୍ଦ ଆହତ ହୋଇଥିଲେ । ପ୍ରତି ଜବାବରେ ପୋଲିସ ପାଲଟା ଗୁଳି କରିବାରୁ ଅଭିଯୁକ୍ତମାନେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଅଭିଯୁକ୍ତଙ୍କୁ କଡା ସୁରକ୍ଷା ବଳରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।

ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା; ଏନକାଉଣ୍ଟର କରି 4 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅଧିକ ପଢନ୍ତୁ... ପୁଣି ଫୁଟିଲା ଗୁଳି, ମଣ୍ଟୁ ଘୋଷ ମୃତ

ସୂଚନା ଥାଉକି, ମଙ୍ଗଳବାର ରାତିରେ ବ୍ରଜରାଜନଗର ସହର ଭିତରେ ଥିବା ଗୋଟିଏ ହୋଟେଲରେ ବସିଥିବାବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଭାଇ ସୁମିତ ଘୋଷ(ମଣ୍ଟୁ) ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ। ଅତି ନିକଟରୁ ମଣ୍ଟୁର ମୁଣ୍ଡକୁ ତିନି ରାଉଣ୍ଡ ଗୁଳି ମାଡ କରାଯାଇଥିବାରୁ ତାର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 6, 2019, 9:20 AM IST

ABOUT THE AUTHOR

...view details