ଓଡିଶା

odisha

ETV Bharat / jagte-raho

ଆଦିତ୍ୟ ଦାସ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତକୁ ମାସେ, ହସ୍ତଗତ ହେଲାନି ହତ୍ୟାକାରୀର ସୁରାକ

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତଙ୍କୁ ମାସେ । ହେଲେ ଏପର୍ଯ୍ୟନ୍ତ ମିଳିପାରିନି ହତ୍ୟାକାରୀର ସୁରାକ । ସେପଟେ ସିବିଆଇ ତଦନ୍ତ ପାଇଁ ଦାବି ।

ଆଦିତ୍ୟ ଦାସ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତଙ୍କୁ ମାସେ, ହସ୍ତଗତ ହେଲାନି ହତ୍ୟାକାରୀର ସୁରାକ
ଆଦିତ୍ୟ ଦାସ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତଙ୍କୁ ମାସେ, ହସ୍ତଗତ ହେଲାନି ହତ୍ୟାକାରୀର ସୁରାକ

By

Published : Aug 31, 2020, 7:13 AM IST

Updated : Aug 31, 2020, 8:30 AM IST

ଭୁବନେଶ୍ବର: ପୁରିଲା ଏକ ମାସ, ମିଳିଲାନି ହତ୍ୟାକାରୀର ସୁରାକ । ଅନ୍ଧାରରେ ବାଡି ବୁଲାଇଲା ପରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜିଆରପି ଠାରୁ ତଦନ୍ତଭାର ନେବା ପରେ କେବଳ ଲାଇଡିଟେକ୍ସନରେ ଅଟକି ରହିଛି କ୍ରାଇମବ୍ରାଞ୍ଚ ଟିମ । ଅର୍ଥାତ ଆଦିତ୍ୟ ମୃତ୍ୟ ପଛର ରହସ୍ୟ କଣ ? ହତ୍ୟାକାରୀ କିଏ ଏବଂ କେଉଁ କାରଣରୁ ଆଦିତ୍ୟଙ୍କ ମୃତ୍ୟୁ ଘଟିଛି ? ତାହାର ମିଳୁନି ସୁରାକ ।

ଜିଆରପି କରିଥିବା ତଦନ୍ତକୁ ଦୋହରାଇ ଲାଇଡିଟେକ୍ସନ କରି ଅଟକି ରହିଛି ଟିମ୍‌ । ଲାଇଡିଟେକ୍ସନରୁ କଣ ମିଳିଲା, କେତେ ସତ କେତେ ମିଛ ତାକୁ ତର୍ଜମା କରିବା କ୍ରାଇମବ୍ରାଞ୍ଚ ପାଇଁ ହୋଇଛି କାଠିକର ପାଠ । ତେବେ ଆଦିତ୍ୟଙ୍କ ପତ୍ନୀ ହାଇକୋର୍ଟର ଦ୍ବାରସ୍ଥ ପରେ ଏବେ ସମାନ ଦାବି କରିଛନ୍ତି ପିପୁଲ ଫର ସେବାର ଓକିଲ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ବିଶ୍ବାସ ଆସୁନଥିବା ଦର୍ଶାଇ ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି ହୋଇଛି ।

ଆଦିତ୍ୟ ଦାସ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତକୁ ମାସେ, ହସ୍ତଗତ ହେଲାନି ହତ୍ୟାକାରୀର ସୁରାକ

ସେହିପରି ପୁର୍ବରୁ ପିପିଲି ଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚର ଦୁର୍ବଳ ତଦନ୍ତ ଓ ବେପରୁଆ ଚାର୍ଜସିଟ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଓକିଲ । କେବଳ ଏ ଘଟଣା ନୁହେଁ ପାରଳା ଗଣମୃତ୍ୟୁ ମାମଲାର ତଦନ୍ତରେ ବି କାଣିଚାଏ ସୁରାକ ମିଳିପାରିନି ବୋଲି ବରିଷ୍ଠ ଓକିଲ କହିଛନ୍ତି ।

ତେବେ ଗତ ଜୁଲାଇ 7 ତାରିଖରେ ଲିଙ୍ଗରାଜ ଷ୍ଟେସନରୁ ମିଳିଥିଲା ମାନବପ୍ରେମୀ ଆଦିତ୍ୟଙ୍କ ମୃତଦେହ । ହତ୍ୟା କରାଯିବା ନେଇ ଜିଆରପି ତଦନ୍ତ ପରେ କ୍ରାଇମବ୍ରାଞ୍ଚ ନେଇଥିଲା ତଦନ୍ତ ଦାୟିତ୍ବ। ଗତ 30ରେ ତଦନ୍ତଭାର ଗ୍ରହଣ ସର୍ତ୍ତ୍ବେ ଘଟଣାରୁ ପରଦା ନହଟିବା କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 31, 2020, 8:30 AM IST

ABOUT THE AUTHOR

...view details