ମୁମ୍ବାଇ: ଶିକ୍ଷକଙ୍କ ମାଡରେ ଗୁରୁତର ହୋଇଛନ୍ତି ଜଣେ 11 ବର୍ଷୀୟ ଛାତ୍ର । ପାଠ ମୁଖସ୍ଥ କରିନଥିବାରୁ ଖାଇଲେ ମାଡ । ମନ୍ଦିର ସହର ପୁଣେର ଅଳନ୍ଦୀରେ ଘଟିଛି ଏହି ଘଟଣା । ଏଠାକାର ଏକ ଆଧ୍ୟାତ୍ମିକ ଶିକ୍ଷା ସଂସ୍ଥାନରେ 'ହିରିପନ୍ଥ' ଅଧ୍ୟାୟ ମୁଖସ୍ଥ କରିନଥିବାରୁ ଶିକ୍ଷକ ଛାତ୍ରଙ୍କୁ ପିଟିଥିଲେ ବୋଲି ଅଳନ୍ଦୀ ଥାନାରେ ଅଭିଯୋଗ କରିଛନ୍ତି ଅଭିଭାବକ ।
ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର - ଶିକ୍ଷକଙ୍କ ମାଡରେ ଗୁରୁତର ହୋଇଛନ୍ତି ଜଣେ 11 ବର୍ଷିୟ ଛାତ୍ର
ଶିକ୍ଷକଙ୍କ ମାଡରେ ଗୁରୁତର ହୋଇଛନ୍ତି ଜଣେ 11 ବର୍ଷୀୟ ଛାତ୍ର । ପାଠ୍ୟ ପୁସ୍ତକ ମୁଖସ୍ଥ କରିନଥିବାରୁ ଖାଇଲେ ମାଡ । ଅଭିଭାବକଙ୍କ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...
ଶିକ୍ଷକ ମାଡରେ ଗୁରୁତର ଛାତ୍ର
ପିଂପରୀ ଚିଞ୍ଚବଡର ନାଗରିକ ହସପିଟାଲରେ ଏବେ ଗୁରୁତର ଛାତ୍ର ଜଣକ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତା’ର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଶିକ୍ଷକ ବାଡିରେ ଛାତ୍ରର ଛାତି, ହାତ ଓ ପେଟରେ ମାଡ ମରାଯାଇଥିବା ଜଣାପଡିଛି । ନାବାଳକର ଅବିଭାବକଙ୍କ ଅଭିଯୋଗ ପରେ ପରଭଣିର ପୋହଲରେ ରହୁଥିବା ଅଭିଯୁକ୍ତ ଶିକ୍ଷକ ଭଗବାନ ଦାଶକୁ ଗିରଫ କରିଥିବା ଅଲଖଣ୍ଡିର ଥାନାଧିକାରୀ ସୂଚନା ଦେଇଛନ୍ତି ।
@ANI