ଓଡିଶା

odisha

By

Published : Mar 27, 2022, 7:05 AM IST

ETV Bharat / international

ଆଜି ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ !

ଆଜି ଏକ ଜନସଭାରେ ଇସ୍ତଫା ଦେଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅଧିକ ପଢନ୍ତୁ

ଆଜି ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ !
ଆଜି ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ !

ଇସଲାମବାଦ: ଟଳମଳ ହେଉଛି ଇମ୍ରାନ ସରକାରଙ୍କ ଗାଦି । ଆସନ୍ତାକାଲି(ସୋମବାର) ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ । ତେବେ ଏହି ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ଆଜି ଇସ୍ତଫା ଦେଇପାରନ୍ତି ଇମ୍ରାନ ଖାନ( Imran Khan likely resign today) । ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୟୁଟ୍ୟୁବ ଚ୍ୟାନେଲ ନାମ ପରିବର୍ତ୍ତନ ହେବା ପରେ ଇମ୍ରାନଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ଇସଲାମବାଦରେ ଏକ ଜନସଭାରେ ସେ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି ।

ଆଗରୁ ପାକ୍ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୟୁଟ୍ୟୁବ ଚ୍ୟାନେଲରେ ଭେରିଫାଏଡ ବ୍ଲୁ ଟିକ୍(verified blue tick) ଥିଲା ଏବଂ ଚ୍ୟାନେଲର ନାମ ସେତେବେଳେ 'ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ' ରହିଥିଲା । ମାତ୍ର ଏହାର ନାମ ଏବେ ପରିବର୍ତ୍ତିତ ହୋଇ 'ଇମ୍ରାନ ଖାନ' ହୋଇଛି । ତେଣୁ ଆଜି ଜନସଭାରେ ଇମ୍ରାନ ଖାନ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଏହି ଜନସଭା ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଇ-ଇନସାଫର ଶକ୍ତି ପ୍ରଦର୍ଶନ କରିବ । କାରଣ ବିରୋଧି ଇମ୍ରାନ ସରକାର ହଟାଇବାକୁ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ପ୍ରସ୍ତୁତ ଅଛନ୍ତି । ଦେଶର ଦରଦାମ୍ ବୃଦ୍ଧି ପାଇଁ ଇମ୍ରାନ ସରକାରଙ୍କୁ ଦାୟୀ କରି ପ୍ରମୁଖ ବିରୋଧି ଦଳ ତାଙ୍କୁ ଗାଦିଚ୍ୟୁତ କରିବାକୁ ଏହି ପ୍ରସ୍ତାବ ଆଣିଛନ୍ତି । ଇତିମଧ୍ୟରେ ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟ ଇମ୍ରାନ ଖାନଙ୍କୁ ବଡ ଝଟକା ଦେଇଛନ୍ତି । ଯେକୌଣସି ସାଂସଦ ନିଜ ଦଳ ବିରୋଧରେ ଯାଇ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ କରିପାରିବେ ବୋଲି ପାକିସ୍ତାନ ସୁପ୍ରିମକୋର୍ଟ କହିଛନ୍ତି ।

@ANI

ABOUT THE AUTHOR

...view details