ଓଡିଶା

odisha

ETV Bharat / international

ଆମେରିକା ରାଷ୍ଟ୍ରପତି-ଉପରାଷ୍ଟ୍ରପତିଙ୍କ ଆୟ, ଏତିକି ଦେଇଛନ୍ତି ଟିକସ

ହ୍ବାଇଟ ହାଉସରେ ନିଜର ପ୍ରଥମ ବର୍ଷ କାର୍ଯ୍ୟକାଳର ଆୟ ଏବଂ ଟିକସ ସମ୍ପର୍କିତ ରିପୋର୍ଟ ସାର୍ବଜନୀନ କଲେ ଆମେରିକା ରାଷ୍ଟ୍ରପତି । ଜାଣନ୍ତୁ କେତେ ଆୟ ଏବଂ ଟିକସ ଦେଇଛନ୍ତି ବାଇଡେନ । ଅଧିକ ପଢନ୍ତୁ

By

Published : Apr 16, 2022, 1:29 PM IST

Updated : Apr 16, 2022, 2:27 PM IST

ଆମେରିକା ରାଷ୍ଟ୍ରପତି-ଉପରାଷ୍ଟ୍ରପତିଙ୍କ ଆୟ, ଏତିକି ଦେଇଛନ୍ତି ଟିକସ
ଆମେରିକା ରାଷ୍ଟ୍ରପତି-ଉପରାଷ୍ଟ୍ରପତିଙ୍କ ଆୟ, ଏତିକି ଦେଇଛନ୍ତି ଟିକସ

ୱାସିଂଟନ: ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ସମଗ୍ର ବିଶ୍ବରେ ଆମେରିକାର ଦବଦବା ରହିଛି । ତେବେ ଜାଣନ୍ତି କି, ଏହି ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଆୟ କେତେ ଏବଂ ସେମାନେ କେତେ ଟିକସ ଦିଅନ୍ତି ? ରାଷ୍ଟ୍ରପତି ବାଇଡେନ ହ୍ବାଇଟ ହାଉସରୁ ଦ୍ବିତୀୟ ଥର ପାଇଁ ନିଜର ଆୟକର ରିଟର୍ଣ୍ଣ ସଂକ୍ରାନ୍ତୀୟ ରିପୋର୍ଟ ସାର୍ବଜନୀନ କରିଛନ୍ତି । ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ୍(Jill) ହ୍ବାଇଟ ହାଉସରେ ନିଜର ପ୍ରଥମ ବର୍ଷର କାର୍ଯ୍ୟକାଳରେ 610,702 ଡଲାର(ଭାରତୀୟ ମୁଦ୍ରାରେ 4.66 କୋଟି) ଆୟ କରିଛନ୍ତି ଏବଂ 150,439 ଡଲାର(1.14 କୋଟି ଟଙ୍କା) ଟିକସ ଦେଇଛନ୍ତି । ୨୦୨୧ ବର୍ଷର 24.6% ଟିକସ ହାରରେ ରାଷ୍ଟ୍ରପତି ଏହି ଟିକସ ପଇଠ କରିଛନ୍ତି, ଯାହା ସମସ୍ତ ଆମେରିକୀୟଙ୍କ ଟିକସ ହାର ଠାରୁ ହାରାହାରି 14% ଅଧିକ ।

ପ୍ରଥମ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବାଇଡେନଙ୍କ ମୋଟ ଆୟ ତାଙ୍କ ୨୦୨୦ ରିଟର୍ଣ୍ଣ ସହ ପ୍ରାୟ ସମାନ ଥିଲା । ସେତେବେଳେ ବାଇଡେନ ରାଷ୍ଟ୍ରପତି ଦୌଡରେ ଥିଲେ ଏବଂ 607,336 ଡଲାର ଅର୍ଥ ଅର୍ଜନ କରିଥିଲେ । ସେହି ସମୟରେ ସେ 25.9% ସଙ୍ଘୀୟ ଆୟକର ହାରରେ ଟିକସ ଦେଇଥିଲେ । ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପ ନିଜ କାର୍ଯ୍ୟକାଳ ସମୟରେ ଆୟକର ରିଟର୍ଣ୍ଣ ଜନିତ ସୂଚନା ସାର୍ବଜନୀନ କରିବାକୁ ସ୍ପଷ୍ଟ ମନା କରିଦେଇଥିଲେ । ହେଲେ ବାଇଡେନ ଦ୍ବିତୀୟ ଥର ପାଇଁ ନିଜ ଆୟ ଓ ଟିକସ ସମ୍ପର୍କରେ ସୂଚନା ଦେଇଛନ୍ତି । ୨୦୧୯ ଆୟ ତୁଳନାରେ ଚଳିତ ବର୍ଷ ଏବଂ ଗତ ଦୁଇବର୍ଷ ବାଇଡେନଙ୍କ ଆୟ ହ୍ରାସ ପାଇଛି । ୨୦୧୯ ସମୟରେ ବିଭିନ୍ନ ସୂତ୍ରରୁ ସେ ୧ ମିଲିୟନ ରୋଜଗାର କରିଥିଲେ ।

ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ୍ ବାଇଡେନ ବର୍ତ୍ତମାନ ଦେଶର ପ୍ରଥମ ମହିଳା ହେବାସତ୍ତ୍ବେ ମଧ୍ୟ ଭିର୍ଜିନିଆ(Virginia)ରେ ପଢାଉଛନ୍ତି । ଫାଇଲ କରାଯାଇଥିବା ରିଟର୍ଣ୍ଣ ଅନୁଯାୟୀ, ୨୦୨୧ ଜାନୁୟାରୀ ୨୦ ପୂର୍ବରୁ ବାଇଡେନ ଆମେରିକା ରାଷ୍ଟ୍ରପତି ଭାବେ ତାଙ୍କ ବାର୍ଷିକ 400,000 ଡଲାର ବେତନରୁ ମାଇନସ୍ ଭାବେ 378,333 ଡଲାର ଆୟ କରିଛନ୍ତି । ବାଇଡେନଙ୍କ ପତ୍ନୀ ନିଜ ଶିକ୍ଷାଦାନ କାର୍ଯ୍ୟରୁ 67,116 ଡଲାର କମାଇଛନ୍ତି । ୨୦୨୧ରେ ଏହି ରାଷ୍ଟ୍ରପତି ଦମ୍ପତି ୧୦ଟି ଭିନ୍ନ ଭିନ୍ନ ଚାରିଟି(charities)କୁ 17,394 ଡଲାର ଦାନ କରିଛନ୍ତି । ଏହି ଚାରିଟି ମଧ୍ୟରୁ ସବୁଠୁ ବଡ ଅନୁଦାନ Beau Biden Foundation ନାମକ ଏକ ସଙ୍ଗଠନକୁ ମିଳିଥିଲା, ଯାହାକି ଏକ ଅଣଲାଭକାରୀ ସଂସ୍ଥା ଏବଂ ବାଇଡେନଙ୍କ ପୁଅ ବିଉ ନାମରେ ବାଳଶୋଷଣ ବିରୁଦ୍ଧରେ କାର୍ଯ୍ୟ କରୁଛି । କହିରଖୁଛୁ କି, ୧୦୧୫ ମସିହାରେ ବିଉ ବ୍ରେନ କ୍ୟାନସରେ ପ୍ରାଣ ହରାଇଥିଲେ ।

ସେହିପରି ଉପରାଷ୍ଟ୍ରପତି କମଳା ହାରିସ ଏବଂ ତାଙ୍କ ସ୍ବାମୀ ଡଗ୍ ଏମହଫ୍୨୦୨୧ ବର୍ଷର ନିଜ ଟ୍ୟାକ୍ସ ଫାଇଲିଂ ରିପୋର୍ଟ ଜାରି କରିଛନ୍ତି । ଯାହା ଦର୍ଶାଉଛି ଯେ, ସେମାନେ ୨୦୨୧ରେ ମୋଟ 1,655,563 ଡଲାର ଆୟ କରିଛନ୍ତି ଏବଂ 31.6% ସଂଘୀୟ କର ଆକାରରେ 523,371 ଡଲାର ଟିକସ ଭରିଛନ୍ତି । ଏହି ଦମ୍ପତି କାର୍ଲିଫର୍ଣ୍ଣିଆ ଆୟକରରେ 120,517 ଡଲାର ଏବଂ ନ୍ୟୁୟର୍କ ଆୟକରରେ 2,044 ଡଲାର ପଇଠ କରିଛନ୍ତି ।

@AP

Last Updated : Apr 16, 2022, 2:27 PM IST

For All Latest Updates

ABOUT THE AUTHOR

...view details